Advertisment

କେମ୍ବ୍ରିଜକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ନୁହେଁ, ହିନ୍ଦୁ ହୋଇ ଆସିଛି: ଋଷି ସୁନକ

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ରାମ କଥା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ 'ମୁଁ ଏଠାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ନୁହେଁ, ବରଂ ଜଣେ ହିନ୍ଦୁ ହୋଇ ଆସିଛି' କହିଛନ୍ତି ଋଷି ସୁନକ।

ଅଦ୍ୟତନ ହୋଇଛି
Rishi Sunak Attends Ram Katha At Cambridge

Rishi Sunak Attends Ram Katha At Cambridge

Advertisment

ବ୍ରିଟେନରେ 'ଜୟ ସିଆରାମ' ନାରା ଦେଇ ହିନ୍ଦୁ ଭାବେ ଗର୍ବ ଅନୁଭବ କଲେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ। କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ରାମ କଥା କାର୍ଯ୍ୟକ୍ରମରେ ଯୋଗ ଦେଇ 'ମୁଁ ଏଠାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ନୁହେଁ, ବରଂ ଜଣେ ହିନ୍ଦୁ ହୋଇ ଆସିଛି' ବୋଲି ସେ କହିଛନ୍ତି। ଗତକାଲି ଭାରତର ସ୍ୱାଧୀନତା ଦିବସ ଥିବାବେଳେ ଇଂଲଣ୍ଡର କେମ୍ୱ୍ରିଜ୍ ବିଶ୍ୱବିଦ୍ୟାଳୟରେ 'ରାମ କଥା' ନାମକ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Advertisment

ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ମୋରି ବାପୁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଋଷି ସୁନକ ଯୋଗଦେଇ କହିଛନ୍ତି ଯେ, "ଭାରତର ସ୍ୱାଧୀନତା ଦିବସ ଅବସରରେ ଏଠାକୁ ଆସିବା ମୋ ପାଇଁ ଏକ ଗୌରବର ବିଷୟ। ମୁଁ ଏଠାକୁ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ନୁହେଁ, ବରଂ ଜଣେ ହିନ୍ଦୁ ହୋଇ ଆସିଛି।" ଏହି ସମୟରେ ସେ 'ଜୟ ସିଆରାମ' ନାରା ଦେଇ କହିଥିଲେ, ବିଶ୍ୱାସ ମୋ ପାଇଁ ସବୁଠୁ ବଡ଼। ଆଉ ଏହି ବିଶ୍ୱାସ ହିଁ ଜୀବନର ଅନେକ କ୍ଷେତ୍ରରେ ପଥ ଦେଖାଇଛି।

ସେ ଆହୁରି କହିଛନ୍ତି, ପ୍ରଭୁ ରାମ ତାଙ୍କ ପାଇଁ ଆଦର୍ଶର ପ୍ରତୀକ। ପ୍ରଭୁ ରାମଚନ୍ଦ୍ର ତାଙ୍କ ପାଇଁ ସର୍ବଦା ଜୀବନର ଆହ୍ୱାନକୁ ସାହସର ସହ ସାମ୍ନା କରିବାରେ, ନମ୍ରତାର ସହିତ ଶାସନ କରିବାରେ ଏବଂ ନିଃସ୍ୱାର୍ଥପର ଭାବରେ କାର୍ଯ୍ୟ କରିବାର ଏକ ପ୍ରେରଣାଦାୟକ ବ୍ୟକ୍ତିତ୍ୱ।

Advertisment
British Pm Rishi Sunak Cambridge University Hindu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe