ଦୁଇ ଦଳରୁ ଲଢିବେ ଦୁଇ ପୁଅ, କାହା ସହ ରହିବେ ବାପା ? | Odisha Reporter
ଓଡ଼ିଶା ରାଜନୀତିରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଆଗକୁ ନିର୍ବାଚନ ଥିବା ବେଳେ ପରସ୍ପର ବିରୋଧରେ ଲଢ଼େଇ କରିବେ ଦୁଇ ଭାଇ। ଚିକିଟି ବିଧାନସଭା ଆସନରେ ଦୁଇ ଭାଇ ନିର୍ବାଚନ ରଣକ୍ଷେତ୍ରରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାୟଙ୍କ ଦୁଇ ପୁଅ ବିଧାନସଭା ନିର୍ବାଚନ ଲଢ଼ିବାକୁ ଗୋଟିଏ ଆସନରୁ ଟିକେଟ ପାଇଛନ୍ତି। ବିଜେପି ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ଭାଇ ରବୀନ୍ଦ୍ରନାଥ ଦ୍ୟାନସାମନ୍ତରାୟଙ୍କୁ କଂଗ୍ରେସ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
