BRS
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓଡ଼ିଶା ବିଆରଏସ୍ କମିଟିର ମୁଖ୍ୟ ଉପଦେଷ୍ଟା ହୋଇଥିବା ଆଲୋଚନା ହେଉଛି। ସେପଟେ ବିଆରଏସ୍ ଓଡ଼ିଶା ପାଇଁ ଆଡହକ୍ କମିଟି ଗଠନ ହୋଇଥିବା ବେଳେ ଏହା ଉପରେ ଚୂଡାନ୍ତ ମୋହର ମାରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। ଗତ ୨୭ ତାରିଖରେ ହାଇଦ୍ରାବାଦରେ କେସିଆରଙ୍କ ଉପସ୍ଥିତିରେ ଭାରତ ରାଷ୍ଟ୍ର ସମିତିରେ ମିଶିବା ପରେ ଆଜି ଓଡ଼ିଶା ଫେରିଛନ୍ତି ନେତା। ଏହି ବିଆରଏସ୍ ନେତାମାନେ କହିଛନ୍ତି, ଓଡ଼ିଶାରେ ବିଜେଡ଼ି, ବିଜେପି ଓ କଂଗ୍ରେସର ବହୁ ନେତା ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି। ରାଜ୍ୟରେ ଦଳର ଲଢେଇ ବିଜେଡି ସହ ହେବ ଏବଂ ଚାଷୀ ଓ ଦଳିତଙ୍କ ସମସ୍ୟା ମୁଖ୍ୟ ମୁଦ୍ଦା ହେବ। ଓଡ଼ିଶାରେ ୧୪୭ ନିର୍ବାଚନ ମଣ୍ଡଳୀ ଓ ୨୧ ଲୋକସଭା ଆସନରେ ଦଳ ପ୍ରାର୍ଥୀ ଦେବ ବୋଲି ବିଆରଏସ୍ ନେତାମାନେ କହିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ କହିଛନ୍ତି, ବିଆରଏସ୍ରେ ଯୋଗଦେବା ପରେ ବିଭିନ୍ନ ଆଡ଼ୁ ବହୁ ଫୋନ୍ ଆସିଛି। କିଛି ଜିଲ୍ଲାର ପ୍ରତିନିଧିଙ୍କୁ ନେଇ ରାଜ୍ୟ କମିଟି ସ୍ଥିର କରିଦେଲେ ଠିକ୍ ହେବନି। ତଥାପି ଏକ ଆଡହକ୍ କମିଟି ଗଠନ ନିମନ୍ତେ କିଛି ନାମକୁ ତାଲିକା କରି କେସିଆରଙ୍କୁ ଦିଆଯାଇଛି। କେସିଆର ଏହା ଉପରେ ଶେଷ ନିଷ୍ପତ୍ତି ନେଇ କମିଟି ଘୋଷଣା କରିବେ। ଏହି କମିଟି ସବୁ ଶ୍ରେଣୀର ଲୋକଙ୍କୁ କିପରି ଦଳରେ ସାମିଲ କରାଯିବ ଓ ଦଳର ପ୍ରଚାର କିପରି ହେବ ରଣନୀତି ପ୍ରସ୍ତୁତ କରିବ। ଏହି କମିଟିରେ ୫ରୁ ୮ ଜଣ ଲୋକ ରହିବେ। ଏହା ଉପରେ ବିଶେଷ କିଛି କହିବା ଠିକ୍ ହେବନି, ତେଣୁ କେସିଆର କହିଲେ ଭଲ ହେବ ବୋଲି ଶିଶିର କହିଛନ୍ତି।
ଜୟରାମ ପାଙ୍ଗି କହିଛନ୍ତି, ବିଜେଡିକୁ ସେ ନିଜେ ତିଆରି କରିଥିଲେ। ସେ ହିଁ ନୂଆ ଦଳ ଆଣୁଛନ୍ତି ଓ ଏଠାରେ ବିଆରଏସ୍ ସରକାର କରିବ। ଏଠାରେ ବିଜେଡି ସହ ଲଢ଼େଇ ହେବ।
ସେହିପରି ଗିରିଧର କହିଛନ୍ତି, ଏବେ ସମସ୍ତଙ୍କୁ ଏକାଠି କରିବା ପ୍ରୟାସ ଚାଲିଛି। ଓଡ଼ିଶାରେ ବିଆରଏସ୍ କମିଟି ସ୍ଥିର କରିବା ନେଇ ପର୍ଯ୍ୟାଲୋଚନା ଚାଲିଛି।
ଏହାରି ଭିତରେ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ବିଜେଡି ନେତା ଦେବାଶିଷ ନାୟକଙ୍କୁ ଦେଖିବାକୁ ମିଳିଥିଲା। ତେବେ ସେ ବିଆରଏସ୍ରେ ଯୋଗଦେବା କିମ୍ବା ହାଇଦ୍ରାବାଦ ଯିବା କଥାକୁ ଅସ୍ୱୀକାର କରିଛନ୍ତି। ୨୦୧୯ରେ ଟିକଟ୍ କଟିବାର ଗୁମର ଖୋଲିବା ସହ ଖୋଲାଖୋଲି କହିଛନ୍ତି, ୨୪ରେ ଦଳ ଟିକଟ୍ ନଦେଲେ ବି ସେ ବରୀରୁ ଲଢ଼ିବେ।
ଦେବାଶିଷ କହିଛନ୍ତି, ମୁଁ ବିଜେଡିର ଫାଉଣ୍ଡର ମେମ୍ବର। ଘର ଲୋକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତେ ରାଜ୍ୟସଭା ପଠାଇବେ ବୋଲି ୨୦୧୯ ମସିହାରେ ପ୍ରତିଶ୍ରୁତି ଦେଇଥିଲେ। ସେ ବାବଦରେ କ’ଣ ନିଷ୍ପତ୍ତି ନେଲେ ମୁଁ କହି ପାରିବିନି। ତେବେ ୨୦୨୪ରେ ବରୀରୁ ନିଶ୍ଚୟ ନିର୍ବାଚନ ଲଢ଼ିବେ। ଆସନ୍ତା ସାଧାରଣ ନିର୍ବାଚନ ଖୁବ୍ ଚ୍ୟାଲେଞ୍ଜିଂ ହେବ। ବର୍ତ୍ତମାନ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ପରିସ୍ଥିତି ଓ ମନ୍ତ୍ରୀଙ୍କୁ ଗୁଳି ମାଡ଼ ହେବା ଘଟଣାର ଏହାର ନମୁନା। ବିଆରଏସ୍, ଆପ୍, ବିଜେପି, ବିଜେଡି, କଂଗ୍ରେସ ଭିତରେ ଲଢ଼େଇ ହେବ ବୋଲି ଦେବାଶିଷ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BRS_1675097963.jpg)