Advertisment

କେ କବିତାଙ୍କ ଅଡ଼ୁଆ ବଢିଲା, ED ପରେ ବାନ୍ଧିଲା CBI

ତିହାର ଜେଲରୁ ଗିରଫ କଲା ସିବିଆଇ।

ଅଦ୍ୟତନ ହୋଇଛି
K Kabitha

K Kabitha

Advertisment

ତେଲାଙ୍ଗନା ବିଆରଏସ (ଭାରତ ରାଷ୍ଟ୍ର ସମିତି) ନେତ୍ରୀ କେ କବିତାଙ୍କ ପାଇଁ ଅଡ଼ୁଆ ବଢିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଗିରଫ କରିଥିବା ବେଳେ ଏବେ ସିବିଆଇ ଗିରଫ କରିଛି। ଆଜି ସିବିଆଇ ତାଙ୍କୁ ତିହାର ଜେଲରୁ ଗିରଫ କରିଥିବା ସୂଚନା ମିଳିଛି।

Advertisment

ନିକଟରେ ତଦନ୍ତକାରୀ ସଂସ୍ଥା ସିବିଆଇ ଜେଲରେ କବିତାଙ୍କୁ ପଚରାଉଚରା କରୁଥିଲା। ଏକାଧିକ ବାର ପଚରାଉଚରା କରିବାର କିଛି ଦିନ ପରେ ଗିରଫ କରିନେଇଛି। ସିବିଆଇ ମଧ୍ୟ ତାଙ୍କୁ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ କରିଛି। 

ପ୍ରକାଶ ଥାଉ କି, ଜାନୁଆରୀ ୧୫ରେ ହାଇଦ୍ରାବାଦ ସ୍ଥିତ ବଞ୍ଜାରା ହିଲ୍ସ ବାସଭବନରୁ କବିତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ହର୍ଥ ହେରଫେର ଅଭିଯୋଗରେ ବାନ୍ଧିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। 

Advertisment

ଦିଲ୍ଲୀର ଅବକାରୀ ନୀତିରୁ ଫାଇଦା ହାସଲ କରିବା ପାଇଁ କ୍ଷମତାସୀନ ଆପ୍‌କୁ ସାଉଥ ଗ୍ରୁପ ୧୦୦ କୋଟି ଟଙ୍କା ଦେଇଥିଲା। ଏହି ଗ୍ରୁପର କବିତା ଜଣେ ମୁଖ୍ୟ ସଦସ୍ୟ ଥିବା ଇଡି ଅଭିଯୋଗ କରିଥିଲା।

ଏହି ଅଭିଯୋଗ ଆଧାରରେ ଇଡି ତାଙ୍କୁ ଗିରଫ କରି ବାରମ୍ବାର ରିମାଣ୍ଡରେ ନେଇ ପଚରାଉଚରା କରୁଛି। ଗତ ମଙ୍ଗଳବାରଠୁ ପୁଣି ୧୪ ଦିନ ଯାଏଁ ରିମାଣ୍ଡରେ ନେଇଥିବା ବେଳେ ସିବିଆଇ ଗିରଫ କରିଛି।  

K Kabitha Ed CBI Delhi Liquor Policy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe