Advertisment

‘ଆମ ଚିହ୍ନ କାର୍, ଆମେ ଲୋକଙ୍କ ପାଖକୁ କାର୍‌ରେ ଯିବୁ’

ଅକ୍ଷୟ କୁମାର କହିଛନ୍ତି, ବିଆରଏସ୍ ନୀତି ଆଦର୍ଶରେ ପ୍ରଭାବିତ ହୋଇ ତେଲେଙ୍ଗାନା ଯାଇ ବିଆରଏସ୍‌ରେ ଯୋଗଦେଇଛୁ। ସେଇଠି ଯଦି ଏସବୁ ମଡେଲ ହୋଇପାରିଛି ଓଡ଼ିଶା କିମ୍ବା ଦେଶରେ କାହିଁକି ହୋଇପାରିବ ନାହିଁ।

ଅଦ୍ୟତନ ହୋଇଛି
BRS Press Meet

BRS Press Meet

Advertisment

ଆମ ଚିହ୍ନ କାର୍। ଆମେ ଲୋକମାନଙ୍କ ପାଖକୁ କାର୍‌ ଯିବୁ। ବିଆରଏସ୍‌ର ନୀତି ଆଦର୍ଶ ସମ୍ପର୍କରେ କହିବୁ। ଚାଷୀ, ଦଳିତଙ୍କ ସମେତ ସମାଜର ପ୍ରତିଟି ବର୍ଗଙ୍କୁ କିପରି ସାମାଜିକ ନ୍ୟାୟ ମିଳିପାରିବ କହିବୁ। ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଯେଉଁ ତେଲାଙ୍ଗାନା ମଡେଲ ହୋଇଛି ତାହାର ସୂଚନା ଦେବୁ। ଲୋକଙ୍କ ସମର୍ଥନ ହାସଲ କରି ଓଡ଼ିଶାରେ ସରକାର ଗଢ଼ିବୁ। ଆଜି ବିଆରଏସ୍‌ ନେତାମାନେ ପ୍ରେସ୍‌ ମିଟ୍ କରି ଏହି ସୂଚନା ଦେଇଛନ୍ତି। ଏହି ପ୍ରେସ୍ ମିଟ୍‌ରେ ବିଆରଏସ୍‌ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ, କୃଷକ ନେତା ଅକ୍ଷୟ କୁମାର, ଜୟରାମ ପାଙ୍ଗି ପ୍ରମୁଖ ଯୋଗଦେଇଥିଲେ।

Advertisment

ଅକ୍ଷୟ କୁମାର କହିଛନ୍ତି, ବିଆରଏସ୍ ନୀତି ଆଦର୍ଶରେ ପ୍ରଭାବିତ ହୋଇ ତେଲେଙ୍ଗାନା ଯାଇ ବିଆରଏସ୍‌ରେ ଯୋଗଦେଇଛୁ। ସେଇଠି ଯଦି ଏସବୁ ମଡେଲ ହୋଇପାରିଛି ଓଡ଼ିଶା କିମ୍ବା ଦେଶରେ କାହିଁକି ହୋଇପାରିବ ନାହିଁ। ଆସନ୍ତା ଦିନରେ ରାଜ୍ୟର ୧୪୭ଟି ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ପାଖରେ ପହଞ୍ଚିବୁ। ଲୋକ ବିକଳ୍ପ ଖୋଜୁଛନ୍ତି। ବିରୋଧୀ ସମ୍ପୂର୍ଣ୍ଣ ଶୂନ ହୋଇଗଲେଣି। ବହୁ ରାଜନୈତିକ ଦଳର ଲୋକଙ୍କ ସହ ଆମେ ସମ୍ପର୍କରେ ଅଛୁ। ଶାସକ ଦଳରୁ ଅଧିକ ନେତା ଆମ ଦଳକୁ ଆସିବେ। ଖୁବ୍ ଶୀଘ୍ର କମିଟି ଘୋଷଣା ହେବ। ମାସେ ଭିତରେ ଦକ୍ଷ ଲୋକଙ୍କୁ ନିର୍ବାଚନ ମଣ୍ଡଳୀରେ ଦାୟିତ୍ୱ ଦେବୁ। ଆମ ଚିହ୍ନ କାର୍। ସବୁ ଗାଁକୁ କାରରେ ଯାଇ ପ୍ରଚାର କରିବୁ ବୋଲି କହିଛନ୍ତି ଅକ୍ଷୟ କୁମାର ଏବଂ ଜୟରାମ ପାଙ୍ଗି।

ତେବେ ବିଜେଡି ନେତା ଶଶିଭୂଷଣ ବେହେରା କହିଛନ୍ତି, ବିଆରଏସ୍‌ର ନେତାମାନେ କେବଳ ନିଜ କଥା କହିବେ। ବିଜେଡି ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି। ବିଜେଡିର ନୀତି ଆଦର୍ଶରେ ପ୍ରଭାବିତ ହୋଇ ଜାତୀୟଦଳର ନେତାମାନେ ସଭା ଉପରେ ଖୁଲମଖୁଲା ପ୍ରଶଂସା କରୁଛନ୍ତି।

Advertisment

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, କଂଗ୍ରେସରୁ କେହି ବି ବିଆରଏସ୍‌କୁ ଯିବେନି। ଯେଉଁମାନେ ଯାଇଛନ୍ତି ସେମାନେ ଉଡ଼ନ୍ତା କାଉ। ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ବିରୋଧୀଦଳ ନେତା ହେଲେ। ପରେ କେନ୍ଦ୍ରମନ୍ତ୍ରୀ ହେବା ସହ ବହୁଥର ଲୋକସଭାକୁ ଗଲେ। ପରେ ବିଜେପିକୁ ଉଡ଼ିଗଲେ, ସେଠାରୁ ଫୁର କିନି ଉଡ଼ିଯାଇ ବିଆରଏସ୍‌ରେ ଯୋଗଦେଲେଣି। ଓଡ଼ିଶାରେ ୨୦୨୪ ନିର୍ବାଚନରେ କଂଗ୍ରେସ ଏକ ନମ୍ବର ହେବ। ଦୁଇ ଓ ତିନି ନମ୍ବରରେ ବିଜେଡି ଓ ବିଜେପି ରହିବ। ଓଡ଼ିଶାରେ ଆଉ କାହାର ସ୍ଥାନ ନାହିଁ। ତେବେ ଏନେଇ ବିଜେପିର କୌଣସି ପ୍ରତିକ୍ରିୟା ମିଳିନି।

Odisha Politics Brs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe