Advertisment

ୟେଦୁରପ୍ପାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବି.ଏସ୍ ୟେଦୁରପ୍ପାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ।

BS Yediyurappa

BS Yediyurappa

Advertisment

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବି.ଏସ୍ ୟେଦୁରପ୍ପାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ। ୟେଦୁରପ୍ପା ଜଣେ ନାବାଳିକାକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ତାଙ୍କ ବିରୁଦ୍ଧରେ ପୋକ୍ସୋ ଆଇନ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।  

Advertisment

ପୁଲିସ ସୂତ୍ର ଅନୁଯାୟୀ, ଜଣେ ୧୭ ବର୍ଷୀୟ ନାବାଳିକାର ମାଆ ୟେଦୁରପ୍ପାଙ୍କ ବିରୁଦ୍ଧରେ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ୟେଦୁରପ୍ପା ତାଙ୍କ ଝିଅକୁ ଯୌନ ନିର୍ଯାତନା ଦେଇଥିବା ସେ ବେଙ୍ଗାଲୁରୁର ସଦାଶିବନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ୟେଦୁରପ୍ପାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ପୀଡିତାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ସେ ଏବଂ ତାଙ୍କ ଝିଅ ଏକ ଠକେଇ ମାମଲାରେ ସହାୟତା ପାଇଁ ୟେଦୁରପ୍ପାଙ୍କୁ ଭେଟିଥିଲେ। ଏହି ସମୟରେ ତାଙ୍କ ଝିଅ ସହ ୟେଦୁରପ୍ପା ଦୁର୍ବ୍ୟବହାର କରିଛନ୍ତି। ଫେବୃଆରୀ ୨ରେ ଏହି ଘଟଣା ଘଟିଥିଲା। 

Advertisment

ୟେଦୁରପ୍ପା ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହାପରେ ମେ ୨୦୧୮ରେ ଅଳ୍ପ ସମୟ ପାଇଁ ଏବଂ ପୁନର୍ବାର ଜୁଲାଇ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ।

Sexual Assault Karnataka Ex Chief Minister BS Yediyurappa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe