Advertisment

ଯୌନ ନିର୍ଯାତନା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ୟେଦୁରପ୍ପା

ନିର୍ବାଚନ ସମୟରେ ଏପରି ଅଭିଯୋଗ କରାଯିବାର କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି ୟେଦୁରପ୍ପା।

author-image
Debibandita Barick
ଅଦ୍ୟତନ ହୋଇଛି
BS Yediyurappa

BS Yediyurappa

ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ପ୍ରତିକ୍ରିୟା ରଖିଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ ୟେଦୁରପ୍ପା। ଏନେଇ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେମାନେ ମୋତେ ଠକେଇ ମାମଲା ପାଇଁ ସାହାଯ୍ୟ ମାଗିଥିଲେ। ମୁଁ ଅଭିଯୋଗକାରୀଙ୍କୁ ଆର୍ଥିକ ସହାୟତା କରିଥିଲି। ବର୍ତ୍ତମାନ ନିର୍ବାଚନ ସମୟରେ ଏପରି ଅଭିଯୋଗ କରାଯିବାର କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି ୟେଦୁରପ୍ପା। 

Advertisment

ସେପଟେ ୟେଦୁରପ୍ପାଙ୍କ କାର୍ଯ୍ୟାଳୟ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି। ପୂର୍ବରୁ ମାଆ ଓ ଝିଅ ଏହିପରି 50ରୁ ଅଧିକ ଅଭିଯୋଗ କରି ଆସିଛନ୍ତି। ସେମାନେ ଏହିପରି ଭିତ୍ତିହୀନ ଅଭିଯୋଗ କରୁଛନ୍ତି। 

ସୂଚନା ଅନୁସାରେ, ଜଣେ ୧୭ ବର୍ଷୀୟ ନାବାଳିକାର ମାଆ ୟେଦୁରପ୍ପାଙ୍କ ବିରୁଦ୍ଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ସେ ଏବଂ ତାଙ୍କ ଝିଅ ଏକ ଠକେଇ ମାମଲାରେ ସହାୟତା ପାଇଁ ୟେଦୁରପ୍ପାଙ୍କୁ ଭେଟିବାକୁ ଯାଇଥିବା ବେଳେ ତାଙ୍କ ଝିଅ ସହ ୟେଦୁରପ୍ପା ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି।

Advertisment

ପୁଲିସ କହିବା ଅନୁସାରେ ଏହି ଘଟଣା ଫେବୃଆରୀ ୨ରେ ଘଟିଥିଲା। ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୟେଦୁରପ୍ପା କହିଛନ୍ତି, ଫେବୃଆରୀ ମାସର ଘଟଣା ନିର୍ବାଚନର ଠିକ୍ କିଛି ଦିନ ପୂର୍ବରୁ ଆସିବାର କାରଣ କଣ? 

Karnataka Ex Chief Minister BS Yediyurappa