/odisha-reporter/media/post_attachments/uploadimage/library/16_9/16_9_0/IMAGE_1675351629.jpg)
Odisha Assembly
ଆସନ୍ତା ୨୧ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟରେ ଫେବୃୟାରୀ ୨୧ରୁ ମାର୍ଚ୍ଚ ୨ ଓ ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବାର କାର୍ଯ୍ୟକ୍ରମ ରହିଛି । ୨୪ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି ।
ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୧ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ । ଉକ୍ତଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆସିବ ଏବଂ ୨୨ ଓ ୨୩ ତାରିଖ ଦୁଇଦିନ ଧରି ଗୃହରେ ଏହା ଉପରେ ଆଲୋଚନା ହେବ ।
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୪ତାରିଖରେ ବାର୍ଷିକ ବଜେଟ୍ ଉପସ୍ଥାପନ କରିବେ। ୨୫ ଓ ୨୬ତାରିଖ ଛୁଟି ଥିବାବେଳେ ୨୭ ଓ ୨୮ ଏବଂ ମାର୍ଚ୍ଚ ୧ରେ ବଜେଟ୍ ଉପରେ ସାଧାରଣ ଆଲୋଚନା ହେବ। ୨ରୁ ୯ତାରିଖ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ମୁଲତବୀ ରହିବ ।
ମାର୍ଚ୍ଚ ୧୦ରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ । ମାର୍ଚ୍ଚ ୩୧ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ ହେବ । ଏପ୍ରିଲ ୧ ଓ ୨ତାରିଖ ଛୁଟି ଥିବାବେଳେ ୩ ଓ ୫ ତାରିଖ ସରକାରୀ କାର୍ଯ୍ୟଦିବସ ଏବଂ ୪ତାରିଖ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସନ୍ ପାଇଁ ଉଦ୍ଦିଷ୍ଟ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
