୨୧ରୁ ବିଧାନସଭା ଅଧିବେଶନ, ୨୪ରେ ବଜେଟ୍‌

ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୧ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ ।

ଓଡ଼ିଶା ବିଧାନ ସୌଧ

  • Published: Thursday, 02 February 2023
  • , Updated: 02 February 2023, 09:03 PM IST

ଆସନ୍ତା ୨୧ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ଚାଲିବ ।  ପ୍ରଥମ ପର୍ଯ୍ୟାୟରେ ଫେବୃୟାରୀ ୨୧ରୁ ମାର୍ଚ୍ଚ ୨ ଓ ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବାର କାର୍ଯ୍ୟକ୍ରମ ରହିଛି । ୨୪ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି ।

ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୧ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ । ଉକ୍ତଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆସିବ ଏବଂ ୨୨ ଓ ୨୩ ତାରିଖ ଦୁଇଦିନ ଧରି ଗୃହରେ ଏହା ଉପରେ ଆଲୋଚନା ହେବ ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୪ତାରିଖରେ ବାର୍ଷିକ ବଜେଟ୍ ଉପସ୍ଥାପନ କରିବେ। ୨୫ ଓ ୨୬ତାରିଖ ଛୁଟି ଥିବାବେଳେ ୨୭ ଓ ୨୮ ଏବଂ ମାର୍ଚ୍ଚ ୧ରେ ବଜେଟ୍ ଉପରେ ସାଧାରଣ ଆଲୋଚନା  ହେବ। ୨ରୁ ୯ତାରିଖ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ମୁଲତବୀ ରହିବ ।

ମାର୍ଚ୍ଚ ୧୦ରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ । ମାର୍ଚ୍ଚ ୩୧ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ ହେବ ।  ଏପ୍ରିଲ ୧ ଓ ୨ତାରିଖ ଛୁଟି ଥିବାବେଳେ ୩ ଓ ୫ ତାରିଖ ସରକାରୀ କାର୍ଯ୍ୟଦିବସ ଏବଂ ୪ତାରିଖ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସନ୍ ପାଇଁ ଉଦ୍ଦିଷ୍ଟ ରହିଛି।

Related story