ସରିଲା ବିଧାନସଭା ଅଧିବେଶନ: ବିରୋଧୀ ଦିଶାହୀନ, ସରକାର ଫାଇଦା ନେଲେ

ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ଏହି ଅବଧି ମଧ୍ୟରେ ଗୃହରେ ୧୯ଟି ମୁଲତବୀ ପ୍ରସ୍ତାବ ସମେତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଛି ।

Odisha Assembly

ଓଡ଼ିଶା ବିଧାନ ସୌଧ

Ordigital Desk
  • Published: Wednesday, 11 September 2024
  • Updated: 11 September 2024, 09:37 PM IST

Sports

Latest News

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଧାନସଭାର ପ୍ରଥମ ବଜେଟ୍ ଅଧିବେଶନ ଆଜି ଶେଷ ହୋଇଛି । ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ସୁରମା ପାଢ଼ୀ ମୁଲତବୀ ଘୋଷଣା କରିଛନ୍ତି । ଏହି ଅଧିବେଶନରେ ବିରୋଧୀ ବିଜେଡି ଓ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ଦିଶାହୀନ ହୋଇ ରହିଥିଲେ । ଆଉ ସରକାର ପରିଚାଳନାରେ ନବାଗତ ବିଜେପିକୁ ଏହାର ଫାଇଦା ମିଳିଥିବା ଦେଖିବାକୁ ମିଳିଛି । ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନିୟମିତ ଅନୁପସ୍ଥିତି ହିଁ ବିରୋଧୀ ଦଳର ଦିଶା ନିର୍ଦ୍ଧାରଣରେ ପ୍ରତିବନ୍ଧକ ସାଜିଥିଲା । ଆଉ କଂଗ୍ରେସ ବିଧାୟକମାନଙ୍କ ମଧ୍ୟରେ ତାଳମେଳ ନଥିବା ଯୋଗୁ ଶାସକ ବିଜେପିକୁ ଏହାର ଫାଇଦା ମିଳିଛି ।

ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ଏହି ଅବଧି ମଧ୍ୟରେ ଗୃହରେ ୧୯ଟି ମୁଲତବୀ ପ୍ରସ୍ତାବ ସମେତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଛି । ୬ଟି ସିଏଜି ରିପୋର୍ଟ ପାରିତ ହୋଇଛି । ମୋଟ ୨୫ଦିନ ବୈଠକ ବସିଛି ।

Also Read

ତେବେ ବିଜେପି ସରକାରକୁ ଆସିବା ପରେ ଚଳିତ ବିଧାନସଭାରେ ନିଜର ପ୍ରଥମ ବାର୍ଷିକ ବଜେଟ୍ ଉପସ୍ଥାପନ କରିବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ଧରି ଆଲୋଚନା କରି ସରକାର ନିଜର ପାରିବାପଣିଆ ଦେଖାଇଛନ୍ତି । ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଓ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଇବାରେ ଶାସକ ବିଜେପି ସକ୍ଷମ ହୋଇଛି । ବିରୋଧୀ ଦଳଗୁଡ଼ିକ ଦିଶାହୀନ ଭାବେ କାର୍ଯ୍ୟ କରିବାର ଫାଇଦା ମଧ୍ୟ ବିଜେପିକୁ ମିଳିଛି । ଅବଶ୍ୟ ଅଭିଜ୍ଞତା ଅଭାବରୁ କିଛି କ୍ଷେତ୍ରରେ ଶାସକ ବିଜେପିକୁ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି । କିଛି କ୍ଷେତ୍ରରେ ଶାସକ ବିଜେପି ଗୃହ ଭିତରେ ଆକ୍ତାମାପ୍ତା ହୋଇପଡ଼ୁଥିଲା । ମାତ୍ର ବିଜେଡି ସରକାରରେ ଗୃହକୁ ଯେଭଳି ବିନା କାରଣରେ ମୁଲତବୀ କରାଯାଉଥିଲା, ସେଭଳି ନଜିର ଚଳିତ ବିଜେପି ସରକାରରେ କ୍ୱଚିତ୍ ଦେଖିବାକୁ ମିଳିଥିଲା ।

ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେଡି ମଧ୍ୟରେ ତାଳମେଳ ନରହିବାର ଫାଇଦା ମଧ୍ୟ ବିଜେପି ସରକାରଙ୍କୁ ମିଳିଛି । ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ବେଶ୍ ଶାଣିତ ଢଙ୍ଗରେ ପୂର୍ବ ବିଜେଡି ସରକାରକୁ ଗୃହ ଭିତରେ ଓ ବାହାରେ ସମାଲୋଚନା କରିବାରେ ମଧ୍ୟ ସକ୍ଷମ ହୋଇଥିବା ଦେଖିବାକୁ ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story