ଜଙ୍ଗଲ ଜମିରେ ଫର୍ମ ହାଉସ କରି ଧର୍ମଶାଳାବାସୀଙ୍କୁ ଭୁଆଁ ବୁଲାଉଥିଲେ ପୂର୍ବତନ ବିଧାୟକ । ସତ ଧରାପଡ଼ିଲା ପରେ ଧୀରେ ଧୀରେ ମାଟିରେ ମିଶୁଛି ଧର୍ମଶାଳା ବିଜେଡିର କଳା ସାମ୍ରାଜ୍ୟ । ଜାନୁଆରୀ 10 ତାରିଖ କହିଥିଲେ ଲିକୁ , ଆଉ ଫେବୃଆରୀ 24ରେ ବୁଲିଲା ବୁଲଡୋଜର । 12 ଏକର 88 ଡିସିମିଲ ଭିତରେ 1 ଏକର 10 ଡିସିମିଲ ସରକାରୀ ଜାଗା ମାଡ଼ି ବସିଥିଲେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ । ଯାଜପୁର ଧର୍ମଶାଳା ପନ୍ତୁରିସ୍ଥିତ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମ ହାଉସ ଉପରେ ବୁଲିଲା ବୁଲଡୋଜର । ପୂର୍ବ ସରକାର ସମୟରେ ସରକାରୀ ଜମିକୁ କିଭଳି ଚଞ୍ଚକତା କରି ହାତେଇଥିଲେ ସେ । ଯାହାର ପ୍ରମାଣ ମିଳିବା ପରେ ପ୍ରଶାସନ ଆରମ୍ଭ କରିଦେଇଛି ଉଚ୍ଛେଦ ପ୍ରକ୍ରିୟା । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଧର୍ମଶାଳାରେ ଉଭୟ ଗୋଷ୍ଠୀଙ୍କ ଗଣ୍ଡଗୋଳ ପରେ ସତ ସାମ୍ନାକୁ ଆସିଥିଲା । ବିଜେଡି ନେତା ହିଁ ନିଜ ଖାଲରେ ନିଜେ ପଡ଼ିଯାଇଥିଲେ ।
ସେତେବେଳେ ବିଜେଡିର କେହି ଜଣେ କର୍ମୀ କହିଥିଲେ, ଆମେ ପୂର୍ବତନ ବିଧାୟକଙ୍କ ଫାର୍ମ ହାଉସରେ ଭୋଜି ଭାତର ଆୟୋଜନ କରିଥିଲୁ । କିନ୍ତୁ ପୂର୍ବତନ ବିଧାୟକ କେଉଁ କେଉଁ ସ୍ଥାନରେ ସରକାରୀ ଜମି ମାଡ଼ି ବସି ଫାର୍ମ ହାଉସ କରିଛନ୍ତି । ସେଦିନ ତାର ଠିକଣା ବତାଇଥିଲେ ବିଧାୟକ ହିମାଂଶୁ ଶେଖର ସାହୁ । ରାଜା ହୋଇ କେମିତି ପ୍ରଜାଙ୍କ ଜମି ହଡ଼ପ କରାଯାଉଥିଲା, ତାର ମଧ୍ୟ ପ୍ରମାଣ ଦେଇଥିଲେ । ଏ ଘଟଣାକୁ ନେଇ ଏବେ ଯାଜପୁର ରାଜନୀତି ସରଗରମ ହୋଇଛି ।
ବିଶେଷ କରି ଧର୍ମଶାଳାରେ ଚାଲିଛି ଛକାପଞ୍ଝା ରାଜନୀତି । କିନ୍ତୁ ଲୋକଙ୍କ କଥା କହିବା, ଯେଉଁ ସ୍ଥାନରେ ଛେଳି ଗୋରୁ ଗାଈ ଚରୁଥିଲେ ,ସେହି ସ୍ଥାନରେ ପୂର୍ବତନ ବିଧାୟକ ଫାର୍ମ ହାଉସ କରିଥିଲେ । ଯେହେତୁ ତାଙ୍କ ସରକାର ଥିଲା ଏବଂ ତାଙ୍କ ହାତରେ କ୍ଷମତା ଥିଲା ତେଣୁ କେହି କିଛି କରିପାରୁନଥିଲେ। ଯେତେବେଳେ ଧର୍ମଶାଳାର ବିଧାୟକ ଭାବେ ଲିକୁ ସାହୁ ଜିତିଲେ , ସେତେବେଳେ ସରକାରୀ ଜମି ହାତେଇଥିବା ଲୋକଙ୍କୁ ଉଚିତ ଶିକ୍ଷା ଦେଲେ। ଏମିତି କହି ସ୍ଥାନୀୟ ଲୋକେ ଲିକୁ ସାହୁଙ୍କୁ ପ୍ରଶଂସା କରିବା ସହ ପୂର୍ବତନ ବିଧାୟକଙ୍କ କାର୍ଯ୍ୟାକଳାପକୁ ନିନ୍ଦା କରିଥିଲେ । ସ୍ଥାନୀୟ ସରପଞ୍ଚ ମଧ୍ୟ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ କାର୍ଯ୍ୟାକଳାପକୁ ନେଇ ନିନ୍ଦା କରିଛନ୍ତି। ସେପଟେ ଘଟଣାସ୍ଥଳରେ ତହସିଲଦାର ପହଞ୍ଚି ଉଚ୍ଛେଦ ପ୍ରକ୍ରିୟାର ଅନୁଧ୍ୟାନ କରିଥିଲେ ।
ପୂର୍ବ ସରକାର ସମୟରେ ସରକାରୀ ଜମି ହାତେଇବାରେ , ଯେଉଁ ପ୍ରଶାସନିକ ଅଧିକାରୀ ସହଯୋଗ କରିଥିଲେ, ସେମାନଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ? ଯାହାକୁ ନେଇ ସ୍ଥାନୀୟ ପ୍ରଶ୍ନ ଉଠାଇଛନ୍ତି । ଏହି ଘଟଣାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ପ୍ରତିକ୍ରିୟା ମିଳିପାରିନି ।
ଯାଜପୁରରୁ ଜନ୍ମେଞ୍ଜୟ ଦାସଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/25/liku-2026-02-25-14-40-40.jpg)