Advertisment

ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର ହେବେ ଇଲେକ୍ସନ କମିଶନର

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଅଦ୍ୟତନ ହୋଇଛି
Nirbachan Sadan

Nirbachan Sadan

Advertisment

ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର ହେବେ ନିର୍ବାଚନ ଆୟୁକ୍ତ। ଖାଲି ପଡ଼ିଥିବା ୨ ନିର୍ବାଚନ କମିଶନର ପଦବୀରେ ଏମାନଙ୍କୁ ନିଯୁକ୍ତି ମିଳିବ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। 

Advertisment

ଏନେଇ ସରକାରୀ ସ୍ତରରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ ଲୋକସଭାର ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଦୁଇ ଜଣ ପ୍ରଶାସନିକ ଅଧିକାରୀ ସୁଖବୀର ସିଂହ ସାନ୍ଧୁ ଏବଂ ଜ୍ଞାନେଶ କୁମାରଙ୍କୁ ଇଲେକ୍ସନ କମିଶନର କରିବାକୁ ନିଷ୍ପତ୍ତି ନିଆଯାଇଛି। 

ନିର୍ବାଚନ କମିଶନର ନିଯୁକ୍ତି ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏହି ବୈଠକରେ ଅଧୀର ରଞ୍ଜନ ଚୌଧୁରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ। ୨୧୨ ଜଣଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ ଏହି ଦୁଇ ଜଣଙ୍କୁ ବଛାଯାଇଛି।

Advertisment

ସୂଚନାଯୋଗ୍ୟ, ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ କାର୍ଯ୍ୟକାଳ ଗତ ମାସ ସରିଥିଲା। ସେ ଅବସର ନେବା ପରେ ଗୋଟିଏ ପଦବୀ ଖାଲି ପଡିଥିଲା। ଏହାର କିଛି ଦିନ ପରେ ହଠାତ୍ ଇସ୍ତଫା ଦେଇଥିଲେ ଅରୁଣ ଗୋଏଲ।

ଦୁଇଟି ପଦବୀ ଖାଲି ପଡିଥିବାରୁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜଣେ ମନ୍ତ୍ରୀ ଏବଂ ଜଣେ ବିରୋଧୀ ଦଳର ନେତାଙ୍କୁ ନେଇ ବୈଠକ ବସିଥିଲା, ଯେଉଁଥିରେ ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାରଙ୍କୁ ନିର୍ବାଚନ କମିଶନର ନିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। 

Election Commission Of India Election Commissioner
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe