Advertisment

୨୦୨୭ ସୁଦ୍ଧା ଭୁବନେଶ୍ୱର-ତ୍ରିଶୁଳିଆ ମେଟ୍ରୋ ରେଳ କାର୍ଯ୍ୟକ୍ଷମ

ମେଟ୍ରୋ ପ୍ରକଳ୍ପ ପାଇଁ ଚଳିତ ବଜେଟରେ ୧ ହଜାର କୋଟି ଅନୁଦାନ ଦିଆଯାଇଛି। ଭୁବନେଶ୍ୱରରେ ନୂଆ ଷ୍ଟାଡିୟମ ନିର୍ମାଣ ପାଇଁ ବଜେଟରେ ଘୋଷଣା ହୋଇଛି।

author-image
Biswajit Samal
Metro Train

Metro train

୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଭୁବନେଶ୍ୱର ମେଟ୍ରୋ ରେଳ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆ ଯାଏ ଚାଲିବ। ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ବଜେଟରେ ୬୨୫୬ କୋଟିର ବ୍ୟୟବରାଦ କରାଯାଇଛି।

Advertisment

ମେଟ୍ରୋ ପ୍ରକଳ୍ପ ପାଇଁ ଚଳିତ ବଜେଟରେ ୧ ହଜାର କୋଟି ଅନୁଦାନ ଦିଆଯାଇଛି। ଭୁବନେଶ୍ୱରରେ ନୂଆ ଷ୍ଟାଡିୟମ ନିର୍ମାଣ ପାଇଁ ବଜେଟରେ ଘୋଷଣା ହୋଇଛି। ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ନୂଆ ଷ୍ଟାଡିୟମ ପାଇଁ ୯୫୨ କୋଟି ବ୍ୟୟବରାଦ ହୋଇଛି ବଜେଟରେ। ସେହିପରି ବିକଶିତ ଗାଁ ବିକଶିତ ଓଡ଼ିଶା ନାଁରେ ନୂଆ ଯୋଜନା ଆରମ୍ଭ ହୋଇଛି। ଏଥିପାଇଁ ବଜେଟରେ ୧ ହଜାର କୋଟି ବ୍ୟୟବରାଦ ହୋଇଛି।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ପାଇଁ ସହାୟତା ମିଳିବ। ଏକ କିଲୋୱାଟ ପ୍ରକଳ୍ପ ପାଇଁ କେନ୍ଦ୍ର ଦେବ ୩୦ ହଜାର ରିହାତି। ୨ କିଲୋୱାଟ ପାଇଁ ୬୦ ହଜାର ଓ ୩ କିଲୋୱାଟ ପାଇଁ ୭୮ ହଜାର ରିହାତି ମିଳିବ। ଏଥିରେ ଅତିରିକ୍ତ ସହାୟତା ଦେବାକୁ ରାଜ୍ୟର ସୌରଶକ୍ତି ପ୍ରୋତ୍ସାହନ ଯୋଜନା।

Advertisment

ସେହିପରି ମୋ ସ୍କୁଲ ନାଁ ପରିବର୍ତ୍ତନ କରି ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ଆରମ୍ଭ କରାଯାଇଛି। ଏହି ଯୋଜନା ପାଇଁ ବଜେଟରେ ୩୩୨ କୋଟି ବ୍ୟୟ ବରାଦ ହୋଇଛି। ସ୍କୁଲରେ ଡ୍ରପ୍ ଆଉଟ ରୋକିବାକୁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ନାମକ ନୂଆ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ST ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ ହଜାର ଟଙ୍କା ମିଳିବ।

MetroTrain