Advertisment

ବିଏସ୍ ୟେଦ୍ୟୁରପ୍ପାଙ୍କ ପୁଅ ବିଜୟେନ୍ଦ୍ର କର୍ଣ୍ଣାଟକା ବିଜେପିର ନୂଆ ସଭାପତି

ଗତ ମେ’ ମାସରେ ହୋଇଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ସେ ଶିକାରୀପୁରା ଆସନରୁ ପ୍ରାର୍ଥୀ ହୋଇଥିଲେ।

Vijayendra and Yediyurappa

Vijayendra and Yediyurappa

Advertisment

କର୍ଣ୍ଣାଟକାର ବିଜେପି ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ର (BY Vijayendra)। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ନଳିନ କୁମାର କତୀଲଙ୍କ ସ୍ଥାନରେ ବିୱାଇ ବିଜୟେନ୍ଦ୍ରଙ୍କୁ ନିଯୁକ୍ତି ଦିଆଯାଇଛି।

Advertisment

ବିୱାଇ ବିଜୟେନ୍ଦ୍ର ଏବେ ବିଧାୟକ ଅଛନ୍ତି। ଗତ ମେ’ ମାସରେ ହୋଇଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ସେ ଶିକାରୀପୁରା ଆସନରୁ ପ୍ରାର୍ଥୀ ହୋଇଥିଲେ। ସେ ପ୍ରଥମ ଥର ପାଇଁ ନିର୍ବାଚନକୁ ଓହ୍ଲାଇ ୧୧,୦୦୮ ଭୋଟରେ ବିଜୟୀ ହୋଇଥିଲେ। ଏହି ଆସନରୁ ୨୦୧୮ରେ ତାଙ୍କ ବାପା ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ।

୨୦୨୦ରେ ବିୱାଇ ବିଜୟେନ୍ଦ୍ରଙ୍କୁ ବିଜେପି ତା’ର କର୍ଣ୍ଣାଟକା ଶାଖାର ଉପ-ସଭାପତି ଭାବେ ନିଯୁକ୍ତି ଦେଇଥିଲା। ଆସନ୍ତାବର୍ଷ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ କର୍ଣ୍ଣାଟକାରେ ବିଜେପି ବିୱାଇ ବିଜୟେନ୍ଦ୍ରଙ୍କ ଉପରେ ଭରସା କରିଛି। ଏହି ପଦ ପାଇଁ ଦୌଡ଼ରେ ତାଙ୍କ ସହିତ ସିଟି ରବି, ସୁନୀଲ କୁମାର ଓ ବସନଗୌଡ଼ା ପାଟିଲ ୟତନାଲ ପ୍ରମୁଖ ରହିଥିଲେ। ତେବେ ବାଜି ମାରି ନେଇଛନ୍ତି ବିଜୟେନ୍ଦ୍ର।

Advertisment
Bjp Karnataka BS Yediyurappa BY Vijayendra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe