Advertisment

୨୦୨୪ ନିର୍ବାଚନ ପୂର୍ବରୁ ଲାଗୁ ହେବ କି CAA? ଅମିତ ଶାହ ଦେଲେ ବଡ଼ ବୟାନ

ଏସବୁ ଭିତରେ ଆଜି ବଡ଼ ବୟାନ ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ତାଙ୍କ କହିବା କଥା ଯେ ଆଇନ ୨୦୧୯ରୁ ବଳବତ୍ତର ରହିଛି। ଏ ସମ୍ପର୍କରେ ନିୟମ ଜାରି କରାଯିବ।

author-image
Hemant Lenka
undefined

amit shah

ଆଉ କିଛି ମାସ ପରେ ଦେଶରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଏହାପୂର୍ବରୁ ସମଗ୍ର ଦେଶର ନାଗରିକତ୍ୱ ସଂଶୋଧ ଆଇନ ଲାଗୁ ହେବ କି? କାରଣ ଦୀର୍ଘ ଦିନ ହେଲା ଏହା ଆଇନରେ ପରିଣତ ହୋଇଥିଲେ ହେଁ ସରରକାର ଏହାକୁ କାର୍ଯ୍ୟକାରୀ କରୁ ନାହାନ୍ତି।

Advertisment

ଏସବୁ ଭିତରେ ଆଜି ବଡ଼ ବୟାନ ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ତାଙ୍କ କହିବା କଥା ଯେ ଆଇନ ୨୦୧୯ରୁ ବଳବତ୍ତର ରହିଛି। ଏ ସମ୍ପର୍କରେ ନିୟମ ଜାରି କରାଯିବ। ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରାଯାଇ ପାରେ ବୋଲି ସେ କହିଛନ୍ତି।

ଅମିତ ଶାହ କହିଛନ୍ତି, “ଆମ ମୁସଲିମ ଭାଇମାନଙ୍କୁ ସିଏଏ ବିରୋଧରେ ବିଭ୍ରାନ୍ତକର ତଥ୍ୟ ଦିଆଯାଉଛି। ସେମାନଙ୍କୁ ଉସକା ଯାଉଛି। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ଭଳି ଦେଶରୁ ନିର୍ଯାତନା ସହି ନ ପାରି ଭାରତ ଆସୁଥିବା ଲୋକଙ୍କୁ ନାଗରିକତା ଦେବା ପାଇଁ ସିଏଏ ଆସିଛି। ଏହା କାହା ଠାରୁ ଭାରତର ନାଗରିକତା ଛଡ଼ା ନେବ ନାହିଁ।”

Advertisment

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତା ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଭବିଷ୍ୟବାଣୀକୁ ମଧ୍ୟ ଦୋହରାଇଛନ୍ତି। ବିଜେପି ଏକାକୀ ୩୭୦ ଆସନ ଓ ଏନଡିଏ ୪୦୦ରୁ ଅଧିକ ଆସନ ଆସନ୍ତା ଲୋକସଭା ନିର୍ବାଚନରେ ଜିତିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ କ୍ରମାଗତ ତୃତୀୟ ଥର ପାଇଁ ଦେଶରେ ସରକାର ଗଠନ କରିବ ବୋଲି ଅମିତ ଶାହ ଦମ୍ଭୋକ୍ତି କରିଛନ୍ତି।

ସେ କହିଛନ୍ତି, “ଆମେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛୁ। ତେଣୁ ଆମର ବିଶ୍ୱାସ ଦେଶବାସୀ ବିଜେପିକୁ ୩୭୦ ଆସନ ଦେଇ ଆଶୀର୍ବାଦ କରିବେ। ସେହିପରି ଏନଡିଏ ୪୦୦ରୁ ଅଧିକ ଆସନ ଜିତିବ।”

ଆରଏଲଡି, ଅକାଳୀ ଓ ଅନ୍ୟ ଆଞ୍ଚଳିକ ଦଳ ବିଜେପି ସହ ସାମିଲ ହେବା ସମ୍ଭାବନା ସମ୍ପର୍କରେ ଶାହ କହିଛନ୍ତି, ବିଜେପି ଫ୍ୟାମିଲି ପ୍ଲାନିଂରେ ବିଶ୍ୱାସ କରେ। କିନ୍ତୁ ରାଜନୀତିରେ ନୁହେଁ। ସେ ଅକାଳୀ ଦଳ ସମ୍ପର୍କରେ କହିଛନ୍ତି, “କଥାବାର୍ତ୍ତା ଚାଲିଛି। କିଛି ବି ଚୂଡ଼ାନ୍ତ ହୋଇନାହିଁ।” ୨୦୨୪ ନିର୍ବାଚନ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ହେବ ନାହିଁ। ଏହା ବିକାଶ ଓ ଏଥିପାଇଁ କେବଳ ସ୍ଲୋଗାନ ଦେଉଥିବା ଲୋକଙ୍କ ମଧ୍ୟରେ ହେବ ବୋଲି ଶାହ କହିଛନ୍ତି।

Amit Shah CAA CAA To Be Implemented