Advertisment

୨୬ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ: ୯୬ଲକ୍ଷ ପରିବାରକୁ ବାଣ୍ଟିବେ ହଜାରେ ଟଙ୍କା ଓ ୨ଟି ଲେଖାଏଁ ଝୋଟ୍ ବ୍ୟାଗ

ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ସାଧାରଣ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜକୋଷ ଖୋଲି ଦେଇଛନ୍ତି। ରାଜ୍ୟର ୯୫.୯୦ଲକ୍ଷ ପରିବାର (ଖାଦ୍ୟ ସୁରକ୍ଷା ହିତାଧିକାରୀ) କୁ ହଜାରେ ଟଙ୍କା ଲେଖାଏଁ ସହ ୨ଟି ଝୋଟ ବ୍ୟାଗ ଯୋଗାଇ ଦେବେ।

Ranendra Pratap Swain

Ranendra Pratap Swain

Advertisment

ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ସାଧାରଣ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜକୋଷ ଖୋଲି ଦେଇଛନ୍ତି। ରାଜ୍ୟର ୯୫.୯୦ଲକ୍ଷ ପରିବାର (ଖାଦ୍ୟ ସୁରକ୍ଷା ହିତାଧିକାରୀ) କୁ ହଜାରେ ଟଙ୍କା ଲେଖାଏଁ ସହ ୨ଟି ଝୋଟ ବ୍ୟାଗ ଯୋଗାଇ ଦେବେ। ଏବାବଦରେ ରାଜ୍ୟ ସରକାର ମୋଟ ୧୨୩୭.୭୪କୋଟି ଟଙ୍କା ବ୍ୟୟ କରିବେ। ନିର୍ବାଚନ ଆଚରଣ ବିଧି ଘୋଷଣା ହେବା ପୂର୍ବରୁ ପ୍ରତି ପରିବାର ପାଖରେ ହଜାରେ ଟଙ୍କା ଲେଖାଏଁ ପହଂଚାଇବାର ଏହି ନୂଆ ଫନ୍ଦି ବାହାର କରିଛନ୍ତି ରାଜ୍ୟର ଶାସକ ବିଜେଡି। ଏହି ପ୍ରସ୍ତାବ ସମେତ ମୋଟ ୨୭ଟି ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗର ମୋଟ ୨୭ଟି ପ୍ରସ୍ତାବ ମଧ୍ୟରୁ ୨୬ଟିକୁ ଅନୁମୋଦନ ମିଳିଛି। ଓଡ଼ିଶା ସରକାର ରାଜ୍ୟର ୯୫.୯୦ଲକ୍ଷ ହିତାଧିକାରୀ ପରିବାର(ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ)ଙ୍କ ସୁଗମ ଜୀବିକା ନିର୍ବାହ ନିମନ୍ତେ ପ୍ରତ୍ୟେକ ପରିବାର ପାଇଁ ୨ଟି ଲେଖାଏଁ ଝୋଟ ତିଆରି ବ୍ୟାଗ ଓ ହଜାରେ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ସମସ୍ତ ହିତାଧିକାରୀ ପରିବାରକୁ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ସାମଗ୍ରୀକୁ ନେବାଆଣିବା, ବଜାରରେ ଦରଦାମ ବୃଦ୍ଧି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବାରେ ସାହାଯ୍ୟ କରିବ।

୯୫.୯୦ଲକ୍ଷ ହିତାଧିକାରୀ ପରିବାରଙ୍କ ପାଇଁ ବଂଟନ ହେବାକୁ ଥିବା ମୋଟ ୧କୋଟି ୯୧ଲକ୍ଷ ୮୧ହଜାର ୫୨ଟି ଝୋଟ ତିଆରି ବ୍ୟାଗର ଖର୍ଚ୍ଚ ବାବଦକୁ ୨୭୮.୬୯କୋଟି ଟଙ୍କା ଓ ହଜାରେ ଟଙ୍କା ସହାୟତା ରାଶି ପ୍ରଦାନ କରିବା ଖର୍ଚ୍ଚବାବଦକୁ ୯୫୯.୦୫କୋଟି ଟଙ୍କା ଏଭଳି ମୋଟ ୧୨୩୭.୭୪କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବହନ କରିବେ ବୋଲି ସୂଚନା ଦିଆଯାଇଛି।

Advertisment
Cabinet Meeting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe