Advertisment

ନିର୍ବାଚନ ଲଢ଼ିବାକୁ ମନା କରିଦେଲେ ମନ୍ତ୍ରୀ; କାନ୍ଦି କାନ୍ଦି ଭୋଟର ନୟାନ୍ତ

ରାଜସ୍ଥାନର ଜଣେ ବରିଷ୍ଠ ନେତା ଏଥର ନିର୍ବାଚନ ଲଢ଼ିବାକୁ ମନା କରିଦେବାରୁ ତାଙ୍କ ସମର୍ଥକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ସେମାନଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ବୁଝାଇବାକୁ ଶତ ଚେଷ୍ଟା ଜାରି ରଖିଛନ୍ତି।

author-image
Niharika Rout
Meeting

Meeting

ଏବେ ନିର୍ବାଚନୀ ଋତୁ ଆରମ୍ଭ ହେଲାଣି। ଫଳରେ ଆରମ୍ଭ ହୋଇ ଗଲାଣି ରାଜନୈତକି ସରଗରମ। ଟିକେଟ ଖଣ୍ଡେ ପାଇବା ପାଇଁ ଆଶାୟୀଙ୍କ ସଂଖ୍ୟା ପ୍ରବଳ। ଏପରିକି ଟିକେଟ ନ ମିଳିଲେ ହେଉଛି ତମ୍ବିତୋଫାନ । ମାତ୍ର ରାଜସ୍ଥାନରେ ଦେଖିବାକୁ ମିଳିଛି ବ୍ୟତିକ୍ରମ ଚିତ୍ର।

Advertisment

ରାଜସ୍ଥାନର ଜଣେ ବରିଷ୍ଠ ନେତା ଏଥର ନିର୍ବାଚନ ଲଢ଼ିବାକୁ ମନା କରିଦେବାରୁ ତାଙ୍କ ସମର୍ଥକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ସେମାନଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ବୁଝାଇବାକୁ ଶତ ଚେଷ୍ଟା ଜାରି ରଖିଛନ୍ତି। ଏପରିକି କିଛି ବୟସ୍କ ଭୋଟର ନିଜ ପଗଡ଼ି ବି ମନ୍ତ୍ରୀଙ୍କ ସାମନାରେ ରଖି ଏଥର ନିର୍ବାଚନ ଲଢ଼ିବାକୁ ଗୁହାରି କରିଛନ୍ତି। ମାତ୍ର ମନ୍ତ୍ରୀଜଣକ ନିଜ କଥାରେ ଅଟଳ ।

ଏପରି ମନ୍ତ୍ରୀଜଣକ ହେଉଛନ୍ତି ରାଜସ୍ଥାନର ଗେହଲଟ ସରକାରର କ୍ୟାବିନେଟ ମନ୍ତ୍ରୀ ହେମାରାମ ଚୌଧୁରୀ। ହେମାରାମ ସଚିନ ପାଇଲଟ ଗୋଷ୍ଠୀର ବୋଲି ଜଣାଯାଇଛି।

Advertisment

ହେମରାଜଙ୍କ କହିବାନୁଯାୟୀ, ମୋ’ ମନ୍ତ୍ରୀପଦ ସମୟରେ ନିଜ ଅଞ୍ଚଳରେ ମୁଁ ବହୁ ପ୍ରୋଜେକ୍ଟ ଆରମ୍ଭ କରି ପାରିନି। ବହୁ କାମ ଆରମ୍ଭ ହୋଇଥିବା ବେଳେ ଶେଷ ହୋଇ ପାରୁନି। ଏପରି ସ୍ଥିତିରେ ପୁଣି ଥରେ ନିର୍ବାଚନ ଲଢ଼ି ମୁଁ ଜନତାଙ୍କୁ ଧୋକା ଦେବାକୁ ଚାହୁଁନି। ଲୋକଙ୍କ ଭଲ ପାଇବା ଯୋଗୁ ମୁଁ ବିଗତ ୪୫ ବର୍ଷ ଧରି ଜଣେ ସାମାନ୍ୟ ନେତାରୁ ବିଧାୟକ ଓ ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଇ ସାରିଛି। ତେଣୁ ଏବେ ମୁଁ ଆଉ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଚାହୁଁନି। 

ସେଥିପାଇଁ ଏଥର ଟିକେଟ ପାଇଁ ଆବେଦନ କରି ନ ଥିବା କହିଛନ୍ତି ହେମାରାମ । ତେଣୁ ଦଳ ଯାହାକୁ ପ୍ରାର୍ଥୀ କରିବ, ତାଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ହେମାରାମ । 

କିନ୍ତୁ ଲୋକେ ଏହା ମାନିବାକୁ ନାରାଜ । ସୋମବାର ହେମାରାମଙ୍କ ସମର୍ଥକ ଏକ ବିରାଟ ରାଲି ବାହାର କରିଥିବା ବେଳେ ମନ୍ତ୍ରୀଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ। ମାତ୍ର ମନ୍ତ୍ରୀ ମନା କରିବାରୁ ବହୁ ଜଣଙ୍କ ଆଖିରୁ ଲୁହ ଝରୁଥିବା ବେଳେ କେହି କେହି ମନ୍ତ୍ରୀଙ୍କ ଆଗରେ ନିଜ ପଗଡ଼ି ରଖି ଦେଇଥିଲେ।

ହେମାରାମଙ୍କ ସମର୍ଥକଙ୍କ କହିବାନୁଯାୟୀ, ଆଜିର ସମୟରେ ଏପରି ନେତା ମିଳିବା ଖୁବ୍‌ ବିରଳ। ତାଙ୍କ ଉପରେ କେବେ ବି କୌଣସି ଭ୍ରଷ୍ଟାଚାର ଅଭିଯୋଗ ଆସିନି। ଏପରି ନେତା ପୁଣି ଥରେ ଜନ୍ମ ହେବା ବିରଳ । ତେଣୁ ଶେଷ ଥର ପାଇଁ ସେ ଚଳିତ ବର୍ଷ ନିର୍ବାଚନ ଲଢନ୍ତୁ ବୋଲି ଆମେ ଚାହୁଁଛୁ।

Rajasthan Election