Advertisment

ରାମ ନବମୀରେ ହୋଇଥିଲା ହିଂସା, ଏବେ ବନ୍ଦ ହେବ କି ନିର୍ବାଚନ?

ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ ଦୁଇ ଗୋଷ୍ଠୀ ଏଭଳି ଲଢ଼ୁଛନ୍ତି। ଏମାନେ ନିର୍ବାଚିତ ପ୍ରତିନିଧି ହେବାକୁ ଯୋଗ୍ୟ ନୁହନ୍ତି। ହିଂସା ହୋଇଥିବା ସ୍ଥାନରେ ମତଦାନ କରିବାକୁ ଅନୁମତି ଦେବା ଉଚିତ ନୁହେଁ। ଏଠାରେ ନିର୍ବାଚନ କରି ଲାଭ କ'ଣ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି।

author-image
Madhupriya Mistry
Violence in  Ram Navami procession

Violence in Ram Navami procession

ରାମ ନବମୀ ବେଳେ ପଶ୍ଚିମଙ୍ଗର କିଛି ସ୍ଥାନରେ ବ୍ୟାପକି ହିଂସାକାଣ୍ଡ ଘଟିଥିଲା। ଏବେ ଏହାକୁ ନେଇ କଲିକତା ହାଇକୋର୍ଟ ବର୍ଷିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କୁ ଉର୍ତ୍ସନା କରିବା ସହ ଉକ୍ତ ଅଞ୍ଚଳରେ ନିର୍ବାଚନ ବନ୍ଦ କରିବାକୁ ସୁପାରିଶ କରିଛନ୍ତି।

Advertisment

ଏପ୍ରିଲ ୧୭ ତାରିଖରେ ରାମ ନବମୀ ଶୋଭାଯାତ୍ରା ବେଳେ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ପ୍ରବଳ ହିଂସା ହୋଇଥିଲା। ଏହି ଘଟଣାକୁ ନେଇ ଆଜି କଲିକତା ହାଇକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ କୋର୍ଟ ଘଟଣାକୁ ନେଇ ପ୍ରବଳ ବର୍ଷିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଟିଏସ୍‌ ଶିବଗଣମ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଠପୀଠ କହିଛନ୍ତି, ଯଦି ଲୋକେ ଶାନ୍ତି ଓ ସଦ୍‌ଭାବନରେ ରହିପାରିବେ ନାହିଁ, ତେବେ ନିର୍ବାଚନ ଆୟୋଗ ଉକ୍ତ ଜିଲ୍ଲାରେ ଭୋଟିଂ ବନ୍ଦ କରିଦେବା ଉଚିତ। ଏହା ହିଁ ଏକମାତ୍ର ଉପାୟ।

ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ ଦୁଇ ଗୋଷ୍ଠୀ ଏଭଳି ଲଢ଼ୁଛନ୍ତି। ଏମାନେ ନିର୍ବାଚିତ ପ୍ରତିନିଧି ହେବାକୁ ଯୋଗ୍ୟ ନୁହନ୍ତି। ଆସନ୍ତା ମେ' ୭ ଓ ୧୩ରେ ନିର୍ବାଚନ ହେବ। କିନ୍ତୁ ହିଂସା ହୋଇଥିବା ସ୍ଥାନରେ ମତଦାନ କରିବାକୁ ଅନୁମତି ଦେବା ଉଚିତ ନୁହେଁ। ଏଠାରେ ନିର୍ବାଚନ କରି ଲାଭ କ'ଣ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି।

Advertisment

ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବି ଏଭଳି ଘଟଣା ଘଟୁଛି, ରାଜ୍ୟ ପୁଲିସ କ'ଣ କରୁଛି? କେନ୍ଦ୍ରୀୟ ସୁରକ୍ଷା ଅଧିକାରୀମାନେ କ'ଣ କରୁଛନ୍ତି? ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବ ଏହି ହିଂସା କାହିଁକି ଅଟକାଇ ପାରିଲେ ନାହିଁ। ରାଜ୍ୟ ସରକାର କ'ଣ କରୁଛନ୍ତି? ବର୍ତ୍ତମାନ ସୁଦ୍ଧା କେତେ ଜଣଙ୍କୁ ଗିରଫ କରାଯାଇଛି ବୋଲି କହି ସରକାରଙ୍କ ଉପରେ ଖଣ୍ଡପୀଠ ବର୍ଷିଛନ୍ତି।

ଯେଉଁ ଲୋକମାନେ ଶାନ୍ତିରେ ଉତ୍ସବ ପାଳନ କରିପାରୁ ନାହାନ୍ତି। ସେମାନଙ୍କୁ ନିର୍ବାଚନରେ ଭାଗ ନେବାକୁ ଅନୁମତି ନ ଦେବା ପାଇଁ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଛନ୍ତି। ମୁର୍ଶିଦାବାଦ ଅଞ୍ଚଳର ବହରମପୁରରେ ନିର୍ବାଚନ ବନ୍ଦ କରିବାକୁ କୋର୍ଟ ନିର୍ବାଚନ ଆୟୋଗଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏଥିସହ ରାଜ୍ୟ ସରକାରଙ୍କୁ ଏହି ହିଂସା ସମ୍ପର୍କିତ ରିପୋର୍ଟ ମାଗିଛନ୍ତି। ଆସନ୍ତା ଶୁକ୍ରବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବା ବେଳେ ନିର୍ବାଚନ ବନ୍ଦ କରିବାକୁ ନେଇ ସେଭଳି କୌଣସି ନିର୍ଦ୍ଦେଶ ଜାରି କରାଯାଇ ନାହିଁ।

ଏପ୍ରିଲ ୧୭ ତାରିଖରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରା ବେଳେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ସନ୍ଧ୍ୟାରେ ଶକ୍ତିପୁର ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଲୋକମାନେ ନିଜ ଛାତ ଉପରେ ଠିଆ ହୋଇ ଶୋଭାଯାତ୍ରା ଉପରକୁ ପଥରମାଡ଼ କରିଥିଲେ। ହିଂସାତ୍ମକ ଘଟଣା ଯୋଗୁଁ ଉତ୍ତେଜନା ସ୍ଥିତି ଉପୁଜିଥିଲା। ଏଥିରେ ଅନେକ ଲୋକେ ଆହତ ହୋଇଥିଲେ। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠିମାଡ଼ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା।

Ram Navami Communal Violence Calcutta High Court Loksabha Election 2024