ଝାରସୁଗୁଡ଼ା ଉପନିର୍ବାଚନ: ସରିଲା ପ୍ରଚାର,ଦିନକ ପରେ ଭୋଟ, ୭ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ

୧୦ତାରିଖ ସକାଳ ୭ଟାରୁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ।

CEC PhotoOR

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ

Ordigital Desk
  • Published: Monday, 08 May 2023
  • Updated: 08 May 2023, 08:34 PM IST

Sports

Latest News

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଦିନକ ପରେ ଅର୍ଥାତ୍ ଆସନ୍ତା ୧୦ତାରିଖ ସକାଳ ୭ଟାରୁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଅବାଧ, ନିରପେକ୍ଷ ଭୋଟଗ୍ରହଣ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ୧୮୧୪ଜଣ ପୁଲିସ କର୍ମୀ ଓ ୭ କମ୍ପାନୀ କେନ୍ଦ୍ରୀୟ ପୁଲିସ ଫୋର୍ସ ମୁତୟନ କରାଯାଇଛି। ମୋଟ୍ ୨୫୩ଟି ବୁଥରେ ୨ଲକ୍ଷ ୨୧ହଜାର ୭୧୯ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ବୋଲି ଜଣାପଡ଼ିଛି । ଆଜି ସନ୍ଧ୍ୟା ୬ଟାରୁ ୧୦ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ‘ଡ୍ରାଏ ଡେ’ ଘୋଷଣା ସହ ନିର୍ବାଚନମଣ୍ଡଳୀର ବିଭିନ୍ନ ଗେଷ୍ଟ ହାଉସ, ହୋଟେଲ, କମ୍ୟୁନିଟି ହଲ୍ ଆଦିରେ ଚେକିଂ ଜୋରଦାର କରାଯାଉଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନର ଭୋଟଗ୍ରହଣ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ଅଛି । ପୁଲିଂ ପାର୍ଟି,ଇଭିଏମ୍ ମେସିନ୍‌, ନିର୍ବାଚନ ସାମଗ୍ରୀ ଓ ସୁରକ୍ଷା ବ୍ୟବସ୍ଥା ଠିକ୍ ରହିଛି । ଆଜି ସକାଳୁ ପୁଲି ପାର୍ଟି ସଦସ୍ୟମାନେ ନିଜ ନିଜ ବୁଥକୁ ଯାଇଛନ୍ତି । ମୋଟ ୨୫୩ଟି ବୁଥରୁ ଅଧିକାଂଶ ୨୨୭ଟି ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳରେ । ଆଉ ୨୬ଟି ବୁଥକୁ ପିଙ୍କ୍ ବୁ୍‌ଥ କରାଯାଇଛି । ପ୍ରତ୍ୟେକ ବୁଥରେ ୪ଜଣ ପୁଲିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ୨୪ଟି ଟିମ(୯୬ଜଣ ପୁଲିଂ ଅଫିସର)କୁ ରିଜର୍ଭ ରଖାଯାଇଛି । ଆଜି ସନ୍ଧ୍ୟା ୬ଟା ପରଠୁ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ବାହାରର କୌଣସି ରାଜନୀତିକ ଦଳର ସଦସ୍ୟ, ଷ୍ଟାର ପ୍ରଚାରକ, ପ୍ରାର୍ଥୀ ଯିଏ ସ୍ଥାନୀୟ ଭୋଟର ହୋଇନଥିବେ ତାଙ୍କୁ ସମ୍ପୃକ୍ତ ଅଂଚଳ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ତଥା ଜିଲ୍ଲାପାଳ, ଏସପି  ଓ ରିଟର୍ଣ୍ଣିଂ ଅଫିସରଙ୍କୁ ଏହା ସୁନିଶ୍ଚିତ କରିବାକୁ କୁହାଯାଇଛି । ଆଜି ସନ୍ଧ୍ୟା ୬ଟାରୁ ୪୮ଘଣ୍ଟା ପର୍ଯ୍ୟନ୍ତ ସମଗ୍ର ନିର୍ବାଚନମଣ୍ଡଳୀରେ ମଦ ବିକ୍ରି ଉପରେ କଟକଣା ରହିଛି । ଏହି ଅବଧିକୁ ‘ଡ୍ରାଏ ଡେ’ ଘୋଷଣା ସହ ହୋଟେଲ,ରେଷ୍ଟୁରାଣ୍ଟ, ଦୋକାନୀ ଓ ଅନ୍ୟାନ୍ୟ ସ୍ଥାନରେ ମଦ ବିକ୍ରି ଉପରେ କଟକଣା ରହିଛି । ଭୋଟଗ୍ରହଣ ଦିନ ସକାଳ ୭ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ କେହି ଏକଜିଟ୍ ପୋଲ ପ୍ରକାଶନ କରିପାରିବେ ନାହିଁ ଓ ଏହା କଲେ ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୨୬କ ଅନୁସାରେ ଉଭୟ ଜେଲ୍ ଓ ଜୋରିମାନାର ପ୍ରାବଧାନ ରହିଛି । ସେହିପରି ଆଜି ସନ୍ଧ୍ୟାରୁ ଭୋଟଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ୪୮ଘଣ୍ଟା ମଧ୍ୟରେ କୌଣସି ପ୍ରକାରର ଓପିନିଅନ ପୋଲ୍ ଓ ସର୍ଭେ ଉପରେ ମଧ୍ୟ କମିଶନ କଟକଣା ଜାରି କରିଛନ୍ତି । ନିର୍ବାଚନମଣ୍ଡଳୀର ୧୯୭ଟି ସ୍ଥାନରେ ମୋଟ ୨୫୩ଟି ବୁୂଥ୍ ରହିଛି, ଯେଉଁଥିରୁ ୧୧୬ଟି ବୁଥକୁ କ୍ରିଟିକାଲ ଚିହ୍ନଟ କରାଯାଇଛି । ସମସ୍ତ ୨୫୩ ବୁଥରେ ୱେବକାଷ୍ଟିଂର ବ୍ୟବସ୍ଥା ହୋଇଛି । ୬୯ଟି ମାଇକ୍ରୋ ଅବଜରଭର ମୁତୟନ ହୋଇଛନ୍ତି ।

ଆଇନଶୃଙ୍ଖଳା ଦାୟିତ୍ୱରେ ମୋଟ ୧୫୫ଜଣ ପୁଲିସ ଅଫିସର, ୧୭ ପ୍ଲାଟୁନ ଆର୍ମଡ ପୁଲିସ, ୩୨୩ଜଣ ହାବିଲଦାର,କନେଷ୍ଟବଳ ଓ ୨୦୫ଜଣ ହୋମଗାର୍ଡଙ୍କୁ ମିଶାଇ ମୋଟ ୧୮୧୪ଜଣ ପୁଲିସ କର୍ମୀଙ୍କ ସମେତ ୭ କମ୍ପାନୀ କେନ୍ଦ୍ରୀୟ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହି କେନ୍ଦ୍ରୀୟ ଫୋର୍ସ ୧୪୪ଟି ବୁଥ ଦାୟିତ୍ୱରେ ରହିବେ ।

Also Read

ନିର୍ବାଚନକୁ ଦୃଷ୍ଟିରେ ରଖି ୧୭୧ଜଣଙ୍କ ବନ୍ଧୁକ ଲାଇସେନ୍ସଧାରୀ ନିଜର ଅସ୍ତ୍ରଅଶସ୍ତ୍ରକୁ ନିକଟସ୍ଥ ଥାନାରେ ଜମା କରିଛନ୍ତି । ୧୯୦୩ଜଣଙ୍କ ବିରୁଦ୍ଧରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିବାବେଳେ ୧୧୨ଜଣଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି । ମୋଟ ୭.୭୫ଲକ୍ଷ ଟଙ୍କାର ୭୪୬୮ଲିଟର ମଦ ଓ ୨ଲକ୍ଷ ଟଙ୍କା ଜମତ ହୋଇଛି । ବିଭିନ୍ନ ରାଜନୀତିକ ଦଳଗୁଡ଼ିକଠୁ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନର ୧୨ଟି ଅଭିଯୋଗ ମିଳିଛି । ତା’ର ତଦନ୍ତ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଟାଇଛି । ଏହି ଅବଧି ମଧ୍ୟରେ ୯ଟି ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଓ ଆଇନଶୃଙ୍ଖଳା ଉଲ୍ଲଘଂନ ଘଟଣା ନିର୍ବାଚନ କମିଶନଙ୍କ ନଜରକୁ ଆସିଛି । ଏଥିପାଇଁ ବିଭିନ୍ନ ବ୍ୟକ୍ତିଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତଣାଧୀନ ରହିଛି । ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ କରିବା ପାଇଁ କମିଶନ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ଧଳ କହିଛନ୍ତି । ନିର୍ବାଚନ ଦିନ ସକାଳ ସାଢ଼େ ୫ଟାରୁ ୭ଟ ପର୍ଯ୍ୟନ୍ତ ମକ୍ ପୋଲ୍ କରାଯିବ ଏବଂ ପ୍ରତ୍ୟେକ ୨ଘଣ୍ଟାରେ ଭୋଟ ହାର ସମ୍ପର୍କରେ ତଥ୍ୟ ସାର୍ବଜନୀନ କରାଯିବ । ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ନିମନ୍ତେ ୧୨ଟି ଫଟୋ ପରିଚୟ ପତ୍ର ଦସ୍ତାବିଜ ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ମତଦାନ କରିପାରିବେ ବୋଲି ଶ୍ରୀ ଧଳ କହିଛନ୍ତି ।

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଯୋଗୁ ଝାରସୁଗୁଡ଼ା ଉପନିର୍ବାଚନ ଅନୁଷ୍ଠିତ ହେଉଛି । ମୋଟ ୧.୧୦ଲକ୍ଷ ପୁରୁଷ ଓ ୧.୧୧ଲକ୍ଷ ମହିଳା ଭୋଟରଙ୍କ ସମେତ ୬୩ଜଣ ତୃତୀୟ ଲିଙ୍ଗ, ୨୪୯ଜଣ ସର୍ଭିସ ଭୋଟର ଓ ୨୫୩୪ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ସମେତ ମୋଟ ୯ଜଣ ମଇଦାନରେ ରହିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story