Advertisment

ପରସ୍ପର ଟେକାଟେକି ମୋଡରେ: ପାଣ୍ଡିଆନ ଆମର ଅଭିଭାବକ କହିଲେ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ

ବିଜେଡି ପକ୍ଷରୁ ଆଜି ଗୋଟିଏ ମିନିଟ ଅବଧିର ଏକ ଭିଡିଓ ଜାରି ହୋଇଛି। ଯେଉଁଥିରେ ବିଜେଡିର ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପାଣ୍ଡିଆନ ପ୍ରଶଂସା କରୁଛନ୍ତି।

ଅଦ୍ୟତନ ହୋଇଛି
Arup Patnaik

Arup Patnaik

Advertisment

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି । ଆଉ ବିଜେଡିକୁ ନିର୍ବାଚନ ଜିତିବା ପାଇଁ ଏବେ ‘ପ୍ରାୟୋଜିତ ପ୍ରଂଶସା’ ଅର୍ଥାତ୍ ପରସ୍ପରକୁ ଟେକାଟେକି ମୋଡ୍ ଆପଣାଇବାକୁ ପଡ଼ୁଛି । ଆଜି ପ୍ରଚାରର ଶେଷଦିନରେ ବିଜେଡି ନେତା ଭିକେ ପାଣ୍ଡିଆନ ଓ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ କଥାବାର୍ତ୍ତାର ଏକ ମିନିଟ୍ ଅବଧିର ଭିଡିଓକୁ ଦଳ ପକ୍ଷରୁ ଜାରି କରାଯାଇ ଅରୂପଙ୍କ ଭାବମୂର୍ତ୍ତି ବଢ଼ାଇବାକୁ ପାଣ୍ଡିଆନ ପ୍ରୟାସ କରିଛନ୍ତି । ଦିନକ ପୂର୍ବରୁ ଅରୂପ ମଧ୍ୟ ପୁରୀ ସଂସଦୀୟ କ୍ଷେତ୍ରରେ ନିର୍ବାଚନୀ ସଭାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପାଣ୍ଡିଆନଙ୍କୁ ତାଙ୍କର ଅଭିଭାବକ ଓ ମାର୍ଗଦର୍ଶକ କହିବାକୁ ପଛାଇ ନଥିଲେ । ପୁରୀ ସାଂସଦ ଅରୂପ ପଟ୍ଟନାୟକଙ୍କ ଏଭଳି ତୋଷାମଦକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଉଥିବା ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ, ବିଜେଡି ପକ୍ଷରୁ ଆଜି ଗୋଟିଏ ମିନିଟ ଅବଧିର ଏକ ଭିଡିଓ ଜାରି ହୋଇଛି । ଯେଉଁଥିରେ ବିଜେଡିର ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପାଣ୍ଡିଆନ ପ୍ରଶଂସା କରୁଛନ୍ତି । ଅରୂପଙ୍କ ଉପରେ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଗୋଟିଏ ଫିଲ୍ମ ହୋଇଥିବା ସେ ଜାଣିନଥିବା ପାଣ୍ଡିଆନ କହୁଛନ୍ତି । ଆପଣ ଭଲକାମ କରିଥିବେ ସେଇଥିପାଇଁ ଆପଣଙ୍କ ଉପରେ ଫିଲ୍ମ ହୋଇଛି ବୋଲି ପାଣ୍ଡିଆନ କହୁଥିବା ଦେଖିବାକୁ ମିଳୁଛି ।

ଅନ୍ୟପକ୍ଷରେ ଦିନକ ପୂର୍ବରୁ ପୁରୀରେ ନିର୍ବାଚନୀ ସଭାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅରୂପ ଖୋଲାଖୋଲି ଭାବେ ପାଣ୍ଡିଆନ ଆମର ଅଭିଭାବକ ଓ ମାର୍ଗଦର୍ଶକ କହିବାକୁ ପଛାଇନାହାନ୍ତି । ତେବେ  ଅରୂପଙ୍କ ଭଳି ଜଣେ ପ୍ରତିଷ୍ଠିତ ଓଡ଼ିଆ ନିଜର ଆତ୍ମସ୍ୱାଭିମାନ ସହ ସାଲିସ୍ କରି ପାଣ୍ଡିଆନଙ୍କୁ ଅଭିଭାବକ ବୋଲି ସମ୍ବୋଧିତ କରିବା ନିଶ୍ଚିତ ଭାବେ ଓଡ଼ିଆ ସ୍ୱାଭିମାନକୁ କୁଠାରଘାତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Advertisment

ଚର୍ଚ୍ଚା ହେଉଛି, ପୁରୀରେ ବିଜେଡି ପ୍ରାର୍ଥୀ ଅରୂପଙ୍କ ତୁଳନାରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପଲ୍ଲା ଭାରି ଥିବାରୁ ବିଜେଡି ଏବେ ନାନାଦି କୌଶଳ ଆପଣାଇଛି । ପ୍ରଥମେ ନବୀନ ପଟ୍ଟନାୟକଙ୍କ ମୁହଁରେ ଏକ ଭିଡିଓ ପ୍ରସ୍ତୁତ କରି ଅରୂପଙ୍କ ଗ୍ରହଣୀୟତା ବଢ଼ାଇବାକୁ ଉଦ୍ୟମ ହୋଇଥିଲା । ମାତ୍ର ତାହା ସଫଳ ନହେବାରୁ ଅରୂପଙ୍କୁ ଧରି ପାଣ୍ଡିଆନ ଆଜି ଆଉ ଏକ ଭିଡିଓ କରିଛନ୍ତି ।

ପାଣ୍ଡିଆନଙ୍କୁ ପ୍ରଶଂସା କରିବା ପାଇଁ ଅରୂପଙ୍କ ଭଳି ପ୍ରତିଷ୍ଠିତ ଓଡ଼ିଆ ତାଙ୍କୁ ‘ଆମର ଅଭିଭାବକ ଓ ମାର୍ଗଦର୍ଶକ’ ବୋଲି କିଭଳି ସମ୍ବୋଧିତ କରିପାରିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କ୍ଷମତା ଓ କୁର୍ସି ପାଇଁ ବିଜେଡି ନେତାମାନେ ଯେକୌଣସି ସ୍ତରକୁ ଖସିପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

2024 Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe