Advertisment

ମୁଡ ଅଫ ନେଶନ: କ’ଣ ବିଜେପିକୁ ହରାଇ ପାରିବ ଇଣ୍ଡିଆ ମେଣ୍ଟ?

ପ୍ରାୟ ମାସକ ତଳେ ୨୬ଟି ବିରୋଧୀ ଦଳର ନେତା ବେଙ୍ଗାଲୁରୁରେ ବୈଠକ କରିଥିଲେ। ଏହାପରେ ସେମାନେ ମିଳିତ ଭାବେ ମେଣ୍ଟର ନାଁ ଇଣ୍ଡିଆ ରଖାଯାଇଥିବା ଘୋଷଣା କରିଥିଲେ।

INDIA

INDIA

Advertisment

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଟକ୍କର ଦେବାକୁ ୨୬ଟି ବିରୋଧୀ ଦଳ ମିଳିତ ଭାବେ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ମେଣ୍ଟ ପକ୍ଷରୁ ଘନଘନ ବୈଠକ କରି ବିଜେପି ବିରୋଧରେ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଉଛି। ତେବେ କ’ଣ ଇଣ୍ଡିଆ ମେଣ୍ଟ ୨୦୨୪ରେ ବିଜେପିକୁ ହରାଇବାକୁ ସକ୍ଷମ ହେବ? ଏହି ପ୍ରଶ୍ନ ଏବେ ସମସ୍ତଙ୍କର ମନରେ ଉଠିବାରେ ଲାଗିଛି।

Advertisment

ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନର ସମାଧାନ ପାଇଁ ଇଣ୍ଡିଆ ଟୁଡେ-ସି ଭୋଟର ପକ୍ଷରୁ ମୁଡ ଅଫ ନେଶନ ସର୍ଭେ କରାଯାଇଛି। ଏହି ସର୍ଭେରେ ସାମିଲ ହୋଇ ଲୋକମାନେ ଦେଇଥିବା ମତ ଇଣ୍ଡିଆ ମେଣ୍ଟ ପାଇଁ ଆଦୌ ଭଲ ନୁହେଁ। କାରଣ ସର୍ଭେରେ ସାମିଲ ହୋଇଥିବା ୫୩% ଲୋକ କହିଛନ୍ତି ଯେ ୨୦୨୪ରେ ବିରୋଧୀ ମେଣ୍ଟ ଇଣ୍ଡିଆ କୌଣସି ବି ପରିସ୍ଥିତିରେ ବିଜେପିକୁ ହରାଇ ପାରିବ ନାହିଁ। କେବଳ ୩୩% ଲୋକ ଇଣ୍ତିଆ ମେଣ୍ଟ ସପକ୍ଷରେ ମତ ରଖିଥିବା ମୁଡ ଅଫ ନେଶନ ସର୍ଭେରେ ଦାବି କରାଯାଇଛି।

ପ୍ରାୟ ମାସକ ତଳେ ୨୬ଟି ବିରୋଧୀ ଦଳର ନେତା ବେଙ୍ଗାଲୁରୁରେ ବୈଠକ କରିଥିଲେ। ଏହାପରେ ସେମାନେ ମିଳିତ ଭାବେ ମେଣ୍ଟର ନାଁ ଇଣ୍ଡିଆ ରଖାଯାଇଥିବା ଘୋଷଣା କରିଥିଲେ। ଏହି ଇଣ୍ଡିଆ ମେଣ୍ଟ ୨୦୨୪ରେ ବିଜେପି ନେତୃତ୍ୱାଧୀନ ଏନଡିଏ ବିରୋଧରେ ଲଢ଼ିବାକୁ ପାଗ ଭିଡ଼ିଛି।

Advertisment

ସର୍ଭେ ବେଳେ ସଂସ୍ଥା ପକ୍ଷରୁ ଲୋକଙ୍କୁ ପଚରା ଯାଇଥିଲା ଯେ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ନାଁ ଇଣ୍ଡିଆକୁ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ଯୋଗୁ ଭୋଟ ବଢ଼ିବ କି ? ଏହାର ଜବାବରେ ୩୯% ଲୋକ ସକାରାତ୍ମ ଉତ୍ତର ଦେଇଥିବା ବେଳେ ୩୦% ଲୋକ ଏଥିରେ ଏକମତ ହୋଇ ନାହାନ୍ତି। ୧୮% ଲୋକଙ୍କ ମତ ହେଲା ଇଣ୍ଡିଆ ନାଁ ଭୋଟ ବଢ଼ାଇ ପାରିବ ନାହିଁ କିମ୍ବା ଏହା ଗୋଟିଏ କ୍ୟାଚି ନାଁ ନୁହେଁ।

ଇଣ୍ଡିଆ ମେଣ୍ଟର ନେତୃତ୍ୱ କିଏ ନେବା ଦରକାର ବୋଲି ପ୍ରଶ୍ନ କରାଯିବାରୁ ୨୪% ଲୋକ ରାହୁଲ ଗାନ୍ଧିଙ୍କ ସପକ୍ଷରେ ମତ ରଖିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ଦିଲ୍ଲୀ ପ୍ରତିପକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ସପକ୍ଷରେ ୧୫% ଲୋକ ରହିଛନ୍ତି।

ସର୍ଭେ ଅନୁସାରେ, ଜାନୁଆରୀ ମାସ ଠାରୁ ରାହୁଲ ଗାନ୍ଧିଙ୍କ ସପକ୍ଷରେ ଲୋକଙ୍କ ବିଶ୍ୱାସ ବଢ଼ୁଛି। ସେତେବେଳେ ରାହୁଲ ଗାନ୍ଧି ବିରୋଧୀ ମେଣ୍ଟର ଚେହେରା ହେବା ଦରକାର ବୋଲି ୧୩% ଲୋକ ମତ ରଖିଥିଲେ। ଏହି ସମୟରେ କେଜ୍ରିୱାଲଙ୍କ ସପକ୍ଷରେ ୨୭% ଲୋକ ଥିଲେ। ହେଲେ ଏବେ କେଜ୍ରିୱାଲଙ୍କ ସମର୍ଥନ କମୁଛି ଓ ରାହୁଲଙ୍କ ସପକ୍ଷରେ ମତ ବଢ଼ୁଛି।

India Opposition Nda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe