Advertisment

କାଗଜ ନଦେଖି ନବୀନ ଓଡ଼ିଶାର ୩୦ଟି ଜିଲ୍ଲାର ନାଁ କହିପାରିବେ କି? ଚ୍ୟାଲେଞ୍ଜ ଦେଲେ ମୋଦି

‘ଗୁଜରାଟ ପାଖରେ ଯେଉଁ ସାମର୍ଥ୍ୟ ଅଛି, ତା’ଠାରୁ ୧୦୦ ଗୁଣା ସାମର୍ଥ୍ୟ ଓଡ଼ିଶାର ଅଛି। ଗୁଜରାଟ ଆଗେଇ ଗଲା, କିନ୍ତୁ ଓଡ଼ିଶା କାହିଁକି ପଛରେ ରହିଗଲା? ’

ଅଦ୍ୟତନ ହୋଇଛି
Modi

Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫୁଲବାଣୀ ସଂକଳ୍ପ ସମାବେଶ ବା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ନବୀନଙ୍କୁ ତୀବ୍ର ସମାଲୋଚନା କରିବା ସହିତ ତାଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି ମୋଦି। କାଗଜ ନଦେଖି ଓଡ଼ିଶାର ୩୦ଟି ଜିଲ୍ଲାର ନାଁ ଓ ସେଗୁଡ଼ିକର ମୁଖ୍ୟାଳୟଗୁଡ଼ିକର ନାଁ କହିବାକୁ ମୋଦି ତାଙ୍କୁ କହିଛନ୍ତି। 

Advertisment

ସଭାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ମୋଦି କହିଥିଲେ, ନବୀନ ବାବୁଙ୍କୁ ଯେକୌଣସି ସ୍ଥାନରେ ଛିଡ଼ା କରି ଦିଅନ୍ତୁ ଓ କାଗଜ ନ ଦେଖି ଓଡ଼ିଶାର ଜିଲ୍ଲାଗୁଡ଼ିକର ନାଁ ଏବଂ ସେଗୁଡ଼ିକର ମୁଖ୍ୟାଳୟର ନାଁ କହିବାକୁ କୁହନ୍ତୁ। ଯେଉଁ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ଜିଲ୍ଲାଗୁଡ଼ିକର ନାଁ କାଗଜ ନଦେଖି କହିପାରିବେ ନାହିଁ, ସେ ଆପଣମାନଙ୍କ (ଲୋକଙ୍କ) ଦୁଃଖ କେମିତି ବୁଝିବେ? ତାଙ୍କ ଭରସାରେ କ’ଣ ଆପଣମାନେ ଆପଣମାନଙ୍କ ପିଲାଙ୍କ ଭବିଷ୍ୟତକୁ ଛାଡ଼ିପାରିବେ? ତେଣୁ ଅଧିକ ନୁହେଁ, ମୋତେ ମାତ୍ର ୫ ବର୍ଷ ସୁଯୋଗ ଦିଅନ୍ତୁ। ଯଦି ୫ ବର୍ଷରେ ମୁଁ  ଆପଣମାନଙ୍କ ଓଡ଼ିଶାକୁ ୧ ନମ୍ବର ନକରିପାରିବି, ତା’ହେଲେ ମୋତେ କହିବେ ମୋଦି କ’ଣ କହିକି ଯାଇଥିଲେ।

ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି। ଗୁଜରାଟ ପାଖରେ ଯେଉଁ ସାମର୍ଥ୍ୟ ଅଛି, ତା’ଠାରୁ ୧୦୦ ଗୁଣା ସାମର୍ଥ୍ୟ ଓଡ଼ିଶାର ଅଛି। ଗୁଜରାଟ ଆଗେଇ ଗଲା, କିନ୍ତୁ ଓଡ଼ିଶା କାହିଁକି ପଛରେ ରହିଗଲା? ଗୁଜରାଟରେ ଲୁଣ ଛଡ଼ା କିଛି ନାହିଁ। ଓଡ଼ିଶାରେ ବିଭିନ୍ନ ପ୍ରକାର ଖଣିଜ ସଂପଦ ଭରି ରହିଛି। ଓଡ଼ିଶା ଦେଶର ୧ ନମ୍ବର ରାଜ୍ୟ ହୋଇପାରିବ। ତେଣୁ ରାଜ୍ୟର ମାଟି ସହିତ ଯୋଡ଼ି ହୋଇ ରହିଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବା ଆବଶ୍ୟକ। ଥରେ ସାହସ କରି ବିଜେପିର ସବୁ ବିଧାୟକ ପ୍ରାର୍ଥୀଙ୍କୁ ଜିତାନ୍ତୁ ଓ ବିଜେପି ସରକାର ଗଠନ କରନ୍ତୁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।   

Advertisment

ସେହିପରି ମୋଦି କହିଥିଲେ ଯେ ତାଙ୍କ ସରକାର ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସେବା ସୁବିଧା ଦେବାକୁ ଚାହୁଁଛି। କିନ୍ତୁ ଓଡ଼ିଶା ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି। ୫ ବର୍ଷ ହେଲାଣି ଏ ଯୋଜନା ନେବାକୁ ରାଜ୍ୟ ସରକାରକୁ ସେ ବୁଝାଇ ବୁଝାଇ ଥକି ଗଲେ। କିନ୍ତୁ ସେମାନେ ଏ ଯୋଜନା କାର୍ଯ୍ୟକାରୀ କରୁ ନାହାନ୍ତି। ବିଜେପି ସରକାର ଆସିବା କ୍ଷଣି ଏଠାରେ ଆୟୁଷ୍ମାନ ଭାରତ ଲାଗୁ ହେବ। ଯେଉଁ ସରକାର ଆପଣମାନଙ୍କ ସ୍ୱାସ୍ଥ୍ୟର ଚିନ୍ତା କରୁ ନାହାନ୍ତି, ସେଭଳି ଏକ ଅସମ୍ବେଦନଶୀଳ ସରକାର ରହିବା ଅନୁଚିତ।

ସେ କହିଥିଲେ, ଓଡ଼ିଶା ସରକାରଙ୍କ ଉଦାସୀନତା କାରଣରୁ ଏଠାରେ (କନ୍ଧମାଳରେ) ପର୍ଯ୍ୟଟନ ଶିଳ୍ପ ଆଣ୍ଠେଇଛି। ବିଜେପି ସରକାର ଆସିଲେ ଏଠାରେ ପର୍ଯ୍ୟଟନର ବିକାଶ ହେବ। ବିଜେପି ଆସିଲେ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ। ବିଜେଡି ସରକାର ହଳଦୀ ଚାଷୀଙ୍କ ଅବସ୍ଥା ବେହାଲ କରିଛି। ବିଜେପି ଆସିଲେ କନ୍ଧମାଳରେ ମସଲା ପାର୍କ କରାଯିବ। ଯାହା କଥା କେହି ପଚାରନ୍ତିନି, ତା’ କଥା ମୋଦି ପଚାରେ। ବିଜେଡି କନ୍ଧମାଳକୁ ପଛୁଆ ଜିଲ୍ଲା ଘୋଷଣା କରି ଦାୟିତ୍ୱ ସାରିଦେଇଛି। ବିଜେପି ସରକାର କନ୍ଧମାଳକୁ ଆକାଂକ୍ଷୀ ଜିଲ୍ଲା ଘୋଷଣା କରିଛି। ବିଜେଡି ନେତାମାନେ ଆଦିବାସୀଙ୍କ ଜମି ହଡ଼ପ କରି ଚାଲିଛନ୍ତି। ବିଜେପି ସରକାର ଆସିଲେ ଜମି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ବିଜେଡିର କୁଶାସନ ହଟାବାକୁ ପଦ୍ମରେ ଭୋଟ ଦିଅନ୍ତୁ।

ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ, ଏଭଳି ଏକ ଅଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାନ୍ତି ସରକାର। ଚାବି କୁଆଡ଼େ ଗଲା, ତାହା ଜାଣିବାର ଅଧିକାର ଲୋକଙ୍କର ଅଛି। ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି। ଡୁପ୍ଲିକେଟ ଚାବି କାହିଁକି ତିଆରି ହେଲା? ଡୁପ୍ଲିକେଟ ଚାବିରେ କେହି ରତ୍ନଭଣ୍ଡାର ଖୋଲୁନଥିଲେ ତ, ରତ୍ନ ନେଉନଥିଲା ତ। ଚାବି ହଜିବା ଠାରୁ ଡୁପ୍ଲିକେଟ ଚାବି ଅଧିକ ଗମ୍ଭୀର ବିଷୟ। ଏଥିପାଇଁ କମିଶନ ବସିଲା, କମିଶନ ରିପୋର୍ଟ ସାର୍ବଜନୀନ ହେଲାନି। ନବୀନ ବାବୁଙ୍କ ସରକାର ଏ ବିଷୟକୁ ନେଇ କାହିଁକି ଭୀତତ୍ରସ୍ତ? ରାଜ୍ୟ ସରକାର କାହା ପାପକୁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି? ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ। 

Naveen Patnaik PM Modi 2024 General Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe