Advertisment

ସଦସ୍ୟତା ଫେରି ପାଇବାକୁ କଣ କରିବେ ରାହୁଲ?

ମୋଦୀ ସାଜ୍ଞିଆ ବିବାଦୀୟ ଟିପ୍ପଣୀ ମାମଲାରେ ସୁପ୍ରିମକୋର୍ଟରୁ ମିଳିଛି ରାହୁଲ ଗାନ୍ଧୀଙ୍କୁ ବଡ଼ ଆସ୍ୱସ୍ତି। ତେବେ ସଦସ୍ୟତା ଫେରି ପାଇବାକୁ କଣ କରିବେ ରାହୁଲ, ଜାଣନ୍ତୁ...

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ ଆସ୍ୱସ୍ତି। ମୋଦୀ ସାଜ୍ଞିଆ ନେଇ ସେ ଦେଇଥିବା ଆପତ୍ତିକର ଟିପ୍ପଣୀ ଉପରେ  ସୁପ୍ରିମକୋର୍ଟ ତାଙ୍କୁ ବଡ଼ ଆସ୍ୱସ୍ତି ଦେଇଛନ୍ତି। ଏହାପରେ ସଂସଦରେ ତାଙ୍କ ପୁନଃପ୍ରବେଶ ପାଇଁ ପଥ ପରିଷ୍କାର ହୋଇଯାଇଛି। ବର୍ତ୍ତମାନ ବଡ଼ ପ୍ରଶ୍ନ ହେଉଛି କି, ଏପରି ମାମଲାରେ ଲୋକସଭା ସଚିବାଳୟ ସଦସ୍ୟତା ଫେରାଇବାକୁ କେତେ ସମୟ ନେଇଥାଏ? ଆସନ୍ତା ମଙ୍ଗଳବାର ସଂସଦରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବାକୁ ଥିବାରୁ ରାହୁଲ ଗାନ୍ଧୀ ବିତର୍କରେ ଭାଗ ନେଇ ପାରିବେ କି ?

Advertisment

ସଦସ୍ୟତା ପୁନରୁଦ୍ଧାର ପ୍ରକ୍ରିୟା ଅନୁଯାୟୀ, ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଚିବଙ୍କ ନିକଟରେ ଏନେଇ ଏକ ପତ୍ର ଦାଖଲ କରିବାକୁ ପଡ଼ିବ। ଯେଉଁଥିରେ ସୁପ୍ରିମକୋର୍ଟ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ କରିଥିବାରୁ ୱାଏନାଡ଼ରୁ ସାଂସଦ ଭାବରେ ତାଙ୍କର ସ୍ଥିତି ପୁନଃସ୍ଥାପିତ ହେବା ଉଚିତ ବୋଲି ଉଲ୍ଲେଖ କରିବେ। ତାଙ୍କୁ ମଧ୍ୟ ସୁପ୍ରିମକୋର୍ଟଙ୍କ ଆଦେଶର ଏକ ନକଲ ସଚିବାଳୟରେ ଦାଖଲ କରିବାକୁ ପଡ଼ିବ। ଏହାପରେ ଏକ ବିଜ୍ଞପ୍ତି ପ୍ରକାଶ ପାଇବ। ସେପଟେ ସୁପ୍ରିମକୋର୍ଟଙ୍କ ଆଦେଶର ଏକ ଘଣ୍ଟା ପୂର୍ବରୁ କଂଗ୍ରେସ ନେତା ଆଧୀର ରଞ୍ଜନ ଚୌଧୁରୀ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ଗାନ୍ଧୀଙ୍କ ସଦସ୍ୟତା ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି। ଚୌଧୁରୀ କହିଛନ୍ତି, "ରାହୁଲ ଗାନ୍ଧୀଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଆସ୍ୱସ୍ଥି ହେଉଛି ସତ୍ୟର ବିଜୟ। ଆମେ ଆଶା କରୁଛୁ ସତ୍ୟ ଜିତିବ।"

୨୦୧୯ ନିର୍ବାଚନୀ ପ୍ରଚାର ସମୟରେ 'ସବୁ ମୋଦୀ ଚୋର କାହିଁକି' ଭଳି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ରାହୁଲ ଗାନ୍ଧୀ। ଏନେଇ ଗୁଜରାଟର ଜଣେ ବିଜେପି ନେତା ସୁରଟ ଟ୍ରାଏଲ୍ କୋର୍ଟରେ ଅପରାଧିକ ମାନହାନୀ ମାମଲା ରୁଜୁ କରିଥିଲା। ସୁରଟ ଟ୍ରାଏଲ କୋର୍ଟ ମାର୍ଚ୍ଚରେ ଏନେଇ ଏକ ଶୁଣାଣି କରି ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ଥ କରିବା ସହ ଦୁଇ ବର୍ଷ କାରାଦଣ୍ଡ ଆଦେଶ ଶୁଣାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାହୁଲ ଗାନ୍ଧୀ। ଗୁଜରାଟ ହାଇକୋର୍ଟ ମଧ୍ୟ ଟ୍ରାଏଲ କୋର୍ଟଙ୍କ ରାୟକୁ କାଏମ୍ ରଖିଥିଲେ। ଫଳରେ ସେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। 

Advertisment

ଆଜି ସର୍ବୋଚ୍ଚ ନ୍ୟାୟାଳୟ ଏ ଉପରେ ଶୁଣାଣି କରି ଟ୍ରାଏଲ୍ କୋର୍ଟ ଦେଇଥିବା ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି। କିନ୍ତୁ ବିଶେଷ କରି ସାଧାରଣ ଜୀବନରେ ଜଣେ ବ୍ୟକ୍ତିଙ୍କ ପାଇଁ ରାହୁଲଙ୍କ ମନ୍ତବ୍ୟ ଠିକ୍ ନୁହେଁ ବୋଲି ଅଦାଲତ କହିଛନ୍ତି। ଏଥିସହ ମାମଲାରେ ଟ୍ରାଏଲ କୋର୍ଟ ବିଚାରପତି ଶୁଣାଇଥିବା ସର୍ବାଧିକ ଦୁଇ ବର୍ଷର ଦଣ୍ଡାଦେଶ ଉପରେ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଯଦି ଦଣ୍ଡାଦେଶ ଅବଧି ଗୋଟିଏ ଦିନ କମ୍ କରାଯାଇଥାନ୍ତା ତେବେ ତାଙ୍କ ସଦସ୍ୟତା ପଦ ହରାଇବାକୁ ପଡିନଥାନ୍ତା ବୋଲି ସର୍ବୋର୍ଚ୍ଚ ନ୍ୟାୟାଳୟ କହିଛନ୍ତି। ତେବେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆସିବାକୁ ଥିବାରୁ ରାହୁଲଙ୍କ ସଦସ୍ୟତା ଫେରିବା ଉପରେ ସମସ୍ତଙ୍କ ନଜର। 

Rahul Gandhi Supreme Court Modi Surname Rahul Gandhi Re-Enter Parliament Parliament Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe