Advertisment

ସମ୍ପର୍କରେ ତିକ୍ତତା; ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା କାନାଡ଼ା

ଖଲିସ୍ତାନୀ ନେତା ହରିଦୀପ ସିଂ ନିଜାରଙ୍କ ହତ୍ୟା ପାଇଁ ଦୋଷାରୋପ କରି କାନାଡ଼ା ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଅଦ୍ୟତନ ହୋଇଛି
Canada PM & Modi

Canada PM & Modi

Advertisment

କିଛି ଦିନ ହେବ ଭାରତ- କାନାଡ଼ା ସମ୍ପର୍କ ଭଲ ନ ଥିବା ବେଳେ ଏବେ ଏହା ଅଧିକ ତିକ୍ତ ହେବାରେ ଲାଗିଛି। ଗତ ଜୁନ୍‌ରେ କାନାଡ଼ାରେ ଜଣେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା ଅଭିଯୋଗରେ ସେଠାକାର ସରକାର ଭାରତର କୁଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି। ଖଲିସ୍ତାନୀ ନେତା ହରିଦୀପ ସିଂ ନିଜାରଙ୍କ ହତ୍ୟା ପାଇଁ ଦୋଷାରୋପ କରି କାନାଡ଼ା ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

Advertisment

କାନାଡ଼ାରେ ଖଲିସ୍ତାନୀ ନେତାଙ୍କ ସକ୍ରୀୟ କାର୍ଯ୍ୟକଳାପ ପୂର୍ବରୁ ରହିଛି । କାନାଡ଼ା ସରକାରଙ୍କ ଏପରି ପଦକ୍ଷେପ ପରେ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କ ଅବନ୍ନତି ହେବା ଆଶଙ୍କା କରାଯାଉଛି ।

କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ହାଉସ ଅଫ କମନ୍ସକୁ ସମ୍ବୋଧିତ କରି କହିଛନ୍ତି, ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟା ପଛରେ ଭାରତ ହାତ ଥିବା ନେଇ ଆମ ପାଖରେ ଅଭିଯୋଗ ହୋଇଛି। ଆମ ସରକାର ଖୁବ ଗୁରୁତର ସହ ଏହାକୁ ଯାଞ୍ଚ କରୁଛି।

Advertisment

କାନାଡ଼ାର ବିଦେଶ ମନ୍ତ୍ରୀ ମେଲାନୀ ଜୋଲି କହିଛନ୍ତି, ଏହି ଘଟଣାରେ ଟୁଡେ ସରକାର ତୁରନ୍ତ ଆକ୍ସନ ନେଇଛନ୍ତି। ଏହି ଘଟଣାରେ ଜଣେ ସିନିୟର ଭାରତୀୟ କୁଟନୀତିଜ୍ଞଙ୍କୁ ଭାରତରୁ ବହିଷ୍କାର କରାଯାଇଥିବା ସେ କହିଛନ୍ତି।

ସେପଟେ କାନାଡ଼ାର ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । କାନାଡ଼ା ପ୍ରଧାନମନ୍ତ୍ରୀ ଓ ତାଙ୍କ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଭାରତ ଖଣ୍ଡନ କରିଛି । କାନାଡ଼ାର କୌଣସି ହିଂସାରେ ଭାରତ ସରକାରଙ୍କ ହାତ ନାହିଁ । ଭାରତ ଏକ ଗଣତାନ୍ତ୍ରିକ ଦେଶ । ଆମେ ଆଇନ ଉପରେ ବିଶ୍ୱାସ କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଜୁନ ୧୮ରେ କାନାଡ଼ାର ଏକ ଗୁରୁଦ୍ୱାର ସମ୍ମୁଖରେ ହରଦୀପ ସିଂ ନିଜ୍ଜରଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ଭାରତ ସରକାର ହରଦୀପ ସିଂଙ୍କୁ ‘ୱାଣ୍ଟେଡ ଟେରୋରିଷ୍ଟ’ ବୋଲି ଘୋଷଣା କରିଥିଲେ। ଏପରିକି କିଛି ଦିନ ପୂର୍ବେ ଭାରତ ସରକାରଙ୍କ ପକ୍ଷରୁ ଏକ ୪୦ ଜଣିଆ ଆତଙ୍କବାଦୀଙ୍କ ଲିଷ୍ଟ ବାହାରିଥିବା ବେଳେ ସେଥିରେ ହରଦୀପ ସିଂଙ୍କ ନାଁ ବି ସାମିଲ ଥିଲା। ଭାରତରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା।

ଗତ ୨୦୨୨ ମସିହାରେ ହରଦୀପ ସିଂ ପଞ୍ଜାବର ଜଳନ୍ଦରରେ ଜଣେ ହିନ୍ଦୁ ପୂଜକଙ୍କୁ ଗୁଳି କରି ହତ୍ୟା କରିଥିଲେ। ହରଦୀପ ସିଂଙ୍କ ନେତୃତ୍ୱରେ ଖଲିସ୍ତାନ ଟାଇଗର ଫୋର୍ସ(KTF ) ଏହି କାଣ୍ଡ ଘଟାଇଥିଲା। ଏହି ଘଟଣାରେ NIA (ଜାତୀୟ ସୁରକ୍ଷା ଏଜେନ୍ସି) ତାଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା।

ହରଦୀପ ସିଂ KTFର ମୁଖ୍ୟ ଥିବା ବେଳେ ସେ କାନାଡ଼ାରେ ବସବାସ କରୁଥିଲେ । ଭାରତ ବିରୋଧରେ ଆତଙ୍କବାଦୀ ଷଡଯନ୍ତ୍ର କରୁଥିବା ଅଭିଯୋଗରେ କିଛି ଦିନ ପୂର୍ବେ NIA ହରଦୀପ ସିଂଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରିଥିଲା।

ଏହାପରେ ଜୁନ୍‌ ମାସରେ ଏକ ଗୁରୁଦ୍ୱାର ସମ୍ମୁଖରେ ଗୁଳି କରି ତାଙ୍କୁ ହତ୍ୟା କରାଯାଇଥିଲା । ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଓ କାନାଡ଼ା ମଧ୍ୟରେ ସମ୍ପର୍କ ତିକ୍ତ ହେବାକୁ ଲାଗିଥିଲା। କାରଣ ନିଜ୍ଜରଙ୍କ ମୃତ୍ୟୁ ପାଇଁ କାନାଡ଼ା ଭାରତକୁ ଦାୟୀ କରି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛି। କାନାଡ଼ା ମଧ୍ୟ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ନିଜ ମାଟିରେ ଆଶ୍ରୟ ଦେଉଥିବା ଅଭିଯୋଗରେ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି । ଜି-୨୦ ସମ୍ମିଳନୀରେ ଭାରତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏ ଦିଗରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଏବେ ଦୁଇ ଦେଇ ମଧ୍ୟରେ ସମ୍ପର୍କ ଭଲ ପରିବର୍ତ୍ତେ ଖରାପ ଆଡ଼କୁ ଗତି କରିବାରେ ଲାଗିଛି। ଏହାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି।

PM Modi Canada Canada Prime Minister Justin Trudeau
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe