Advertisment

ପୂର୍ବ ମତ ଦୋହରାଇଲେ ଟ୍ରୁଡୋ, କହିଲେ- ନିଜ୍ଜାର ହତ୍ୟା ପାଇଁ ଭାରତ ଦାୟୀ

ପୁଣି ଥରେ ଭାରତକୁ ନେଇ ନିଜ ପୂର୍ବ ମତ ଦୋହରାଇଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ । କାନାଡାରେ ଖଲ୍ଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତର ହାତ ଥିବା ସେ ଦୃଢତାର ସହ କହିଛନ୍ତି।

Canada PM Justin Trudeau

Canada PM Justin Trudeau

Advertisment

ପୁଣି ଥରେ ଭାରତକୁ ନେଇ ନିଜ ପୂର୍ବ ମତ ଦୋହରାଇଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ । କାନାଡାରେ ଖଲ୍ଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତର ହାତ ଥିବା ସେ ଦୃଢତାର ସହ କହିଛନ୍ତି।

Advertisment

ନ୍ୟୁୟର୍କରେ ଏକ ପ୍ରେସ୍ କନଫରେନ୍ସ ବେଳେ ଟ୍ରୁଡ୍ୟୁ କହିଛନ୍ତି, ଭାରତ ସରକାର ଏ ଅଭିଯୋଗକୁ ଗମ୍ଭୀରତାର ସହ ନିଅନ୍ତୁ ଏବଂ ଆମ ସହ ମିଳିମିଶି କାମ କରନ୍ତୁ। ନିଜ୍ଜାର ହତ୍ୟା ପଛରେ ଭାରତର ହାତ ଥିବା ନେଇ ଠୋସ୍ ପ୍ରମାଣ ଥିବା କହିବା ସହ ନିଜର ପୂର୍ବ ବୟାନକୁ ଦୋହରାଇଛନ୍ତି ଟ୍ରୁଡ୍ୟୁ।

ସେ ଆହୁରି ମଧ୍ୟ କହିଛନ୍ତି ଜଣେ ନିରପେକ୍ଷ ଏବଂ ନ୍ୟାୟିକ ପ୍ରଣାଳୀ ଉପରେ ବିଶ୍ୱାସ କରୁଥିବା ଦେଶ ସଚ୍ଚୋଟ ଭାବେ କାମ କରିବା ନିହାତି ମହତ୍ୱପୂର୍ଣ୍ଣ ଅଟେ। କାନାଡା ମାଟିରେ କାନାଡା ନାଗରିକଙ୍କୁ ହତ୍ୟା ପଛରେ ଯେ କୌଣସି ଦେଶର ହାତ ରହିଲେ ବି ତାକୁ ବରଦାସ୍ତ କରାଯିବନି ବୋଲି ଟ୍ୟୁଡ୍ୟୁ କହିଛନ୍ତି।

Advertisment

ନିଜ୍ଜାର ହତ୍ୟା ମାମଲାରେ ଭାରତର ହାତ ଥିବା ପ୍ରସଙ୍ଗ ପୂର୍ବରୁ ମଧ୍ୟ କାନାଡା ସଂସଦରେ ଉଠାଇଥିଲେ ଟ୍ରୁଡ୍ୟୁ। ତେବେ ଭାରତ ଏ ଅଭିଯୋଗକୁ ଖଣ୍ଡନ କରିବା ସହ ଉଚିତ ଜବାବ ଦେଇଥିଲା ।

ଖଲିସ୍ତାନୀ ପ୍ରସଙ୍ଗକୁ ନେଇ ଭାରତ-କାନାଡ଼ା ସଂପର୍କରେ ତିକ୍ତତା ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ପୂର୍ବରୁ ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ନିଜ ଦେଶରୁ ବହିଷ୍କାର କରି ସାରିଛନ୍ତି। ଖାଲି ସେତିକି ନୁହେଁ, ଏବେ କାନାଡ଼ା ଭିସା ପ୍ରଦାନ ସେବାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖିଛି ନୂଆଦିଲ୍ଲୀ।

ଜୁନ ୧୮ରେ ଦୁଇ ଜଣ ବନ୍ଧୁକାରୀ ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରିଥିଲେ। ହରଦୀପ ହେଉଛି ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ। ତାଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ହରଦୀପଙ୍କ ହତ୍ୟା ପରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ  ଏଥିରେ  ଭାରତର ହାତ ଥିବା ନେଇ ବୟାନ ରଖିଥିଲେ ଟ୍ରୁଡୋ। ତେବେ ଭାରତ ସରକାର ଟ୍ରୁଡୋ ଓ କାନାଡାର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

India Canada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe