Advertisment

ପୁଣି ଭାରତକୁ ଟ୍ରୁଡୋଙ୍କ ଆକ୍ଷେପ, କହିଲେ- ନିଜ୍ଜାର ହତ୍ୟା ପଛରେ ଅଛନ୍ତି ଭାରତୟୀ ଏଜେଣ୍ଟ

କାନାଡା ଓ ଭାରତ ମଧ୍ୟରେ ପୁଣି ତୀବ୍ର ହେଲା ବିବାଦ। କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡକୁ ନେଇ ପୁଣି ଭାରତକୁ ଘେରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ।

author-image
Niharika Rout
Canada PM

Canada PM

କାନାଡା ଓ ଭାରତ ମଧ୍ୟରେ ପୁଣି ତୀବ୍ର ହେଲା ବିବାଦ। କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡକୁ ନେଇ ପୁଣି ଭାରତକୁ ଘେରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ।

Advertisment

ଭାରତ ସରକାରଙ୍କ ଏଜେଣ୍ଟ ଏହି ହତ୍ୟାକାଣ୍ଡ ପଛରେ ରହିଛନ୍ତି ବୋଲି ଆକ୍ଷେପ କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡ୍ୟୁ। ଖଲିସ୍ତାନୀ ଆତଙ୍କୀ ନିଜ୍ଜର ହତ୍ୟାକାଣ୍ଡ ପ୍ରସଙ୍ଗରେ ଭାରତକୁ କିଛି ସପ୍ତାହକ ପୂର୍ବରୁ ସମସ୍ତ ସୂଚନା ଦିଆଯାଇଛି ବୋଲି କହିଛନ୍ତି ଟ୍ରୁଡୋ ।

ତେବେ କାନାଡାର ଏହି ଅଭିଯୋଗକୁ ପୂର୍ବରୁ ଭାରତ ଖଣ୍ଡନ କରି ଆସୁଛି । ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି।

Advertisment

ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଘନେଇବା ପରେ ଭାରତୀୟ କୂଟନୈତିକ ପ୍ରତିନିଧିଙ୍କୁ ବହିଷ୍କାର କରିଥିଲା କାନାଡା। ଏହାପରେ ଭାରତ ମଧ୍ୟ ଯେଶାକୁ ତେଶା ନୀତି ଆପଣାଇଥିଲା । କାନାଡା କୂଟନୈତିକ ପ୍ରତିନିଧିଙ୍କୁ ଭାରତ ଛାଡି ଚାଲିଯିବାକୁ କହିଥିଲା ଭାରତ।

ଏହାପରେ ଦୁଇ ଦେଶ ମଧ୍ୟରେ ସୁରକ୍ଷା ପ୍ରସଙ୍ଗକୁ ନେଇ ଭିସା ସେବା ମଧ୍ୟ ବନ୍ଦ କରିବାକୁ ଘୋଷଣା କରିଥିଲେ । ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡା ଅଯଥା ହସ୍ତକ୍ଷେପ କରୁଛି ବୋଲି ଅଭିଯୋଗ କରିଛି ଭାରତ ।

ସେପଟେ କାନାଡା ପ୍ରସଙ୍ଗକୁ ନେଇ ଆମେରିକା ବୈଦେଶିକ ବ୍ୟାପାର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଭାରତ ଓ କାନାଡାର କୂଟନୈତିକ ପ୍ରତିନିଧିଙ୍କ ସହ ସମ୍ପର୍କରେ ଥିବା କହିଛନ୍ତି।

India Canada