Advertisment

ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ କାନାଡ଼ା ପ୍ରଧାନମନ୍ତ୍ରୀ

ପତ୍ନୀଙ୍କଠୁ ଅଲଗା ହେଲେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ୨୦୦୫ରେ ବିବାହକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ।

ଅଦ୍ୟତନ ହୋଇଛି
Justin Trudeau and Sophie Gregoire Trudeau

Justin Trudeau and Sophie Gregoire Trudeau

Advertisment

ପତ୍ନୀଙ୍କଠୁ ଅଲଗା ହେଲେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ବିବାହର ୧୮ ବର୍ଷ ପରେ ଅଲଗା ହୋଇଛନ୍ତି ଜଷ୍ଟିନ ଟ୍ରୁଡୋ ଏବଂ ସୋଫି ଗ୍ରେଗୋଏର ଟ୍ରୁଡୋ। ଏନେଇ ଇନଷ୍ଟାଗ୍ରାମରେ ପୋଷ୍ଟ ସେଆର୍ କରି ସୂଚନା ଦେଇଛନ୍ତି ଜଷ୍ଟିନ୍। କାନାଡ଼ା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଛାଡ଼ପତ୍ର ନେଇ ସ୍ପଷ୍ଟ କରାଯାଇଛି। ୨୦୦୫ ମସିହାରେ ଉଭୟଙ୍କ ହାଇ ପ୍ରୋଫାଇଲ୍ ବିବାହକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। 

Advertisment

ଜଷ୍ଟିନ(୫୧) ଏବଂ ଗ୍ରେଗୋଏର(୪୮) ମେ' ୨୦୦୫ରେ ବିବାହ କରିଥିଲେ। ବିବାହର ଦଶ ବର୍ଷ ପରେ ଟ୍ରୁଡୋ କାନାଡ଼ାର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ସମୟରେ ଦମ୍ପତିଙ୍କ ଲୁକ୍ ବିଶ୍ୱ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା। ଟ୍ରୁଡୋଙ୍କ ବାପା ପିଆର ଏଲିଅଟ୍ ଟ୍ରୁଡୋ ମଧ୍ୟ ୧୫ ବର୍ଷ ଧରି କାନାଡାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ, ରାଜନୀତିରେ ଯୋଗଦେବା ପୂର୍ବରୁ ସେ ଏକ ସ୍କୁଲରେ ଶିକ୍ଷକତା କରିୁଥିଲେ।

ଗ୍ରେଗୋଏର ଟ୍ରୁଡୋ ଜଷ୍ଟିନଙ୍କ ପିଲାଦିନର ବନ୍ଧୁ ଏବଂ ସେ ଜଣେ ପୂର୍ବତନ ମନୋରଞ୍ଜନ ସାମ୍ବାଦିକା ଥିଲେ। ସେମାନଙ୍କର ତିନୋଟି ସନ୍ତାନ ଜାଭିଅର୍(୧୫) ଏଲା ଗ୍ରେସ୍(୧୪) ଏବଂ ନଅ ବର୍ଷର ହାଡ୍ରିଏନ୍ ଅଛନ୍ତି। ଏହି ଦମ୍ପତି ସୋଶାଲ୍ ମିଡିଆରେ ବିବାହ ବାର୍ଷିକି ଏବଂ ଜନ୍ମଦିନରେ ପୋଷ୍ଟ ସେଆର୍ କରିଥାନ୍ତି। ମାତ୍ର କିଛିଦିନ ହେବ ସେମାନଙ୍କ ସମ୍ପର୍କ ଭଲ ଚାଲିନଥିଲା। ପୂର୍ବରୁ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଜଷ୍ଟିନ ଉଲ୍ଲେଖ କରିଥିଲେ ଯେ, 'କୌଣସି ବିବାହ ସହଜ ନୁହେଁ।'  

Advertisment
Sophie Gregoire Trudeau Justin Trudeau Separate His Wife Canada Prime Minister Justin Trudeau
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe