Advertisment

ଏଠି ଓଲଟା! ପ୍ରଚାର ବେଳେ ଭୋଟରଙ୍କୁ ଟଙ୍କା ମାଗୁଛନ୍ତି ପ୍ରାର୍ଥୀ

ଏଠାରେ ପ୍ରାର୍ଥୀ ହୋଇଥିବା ଜଣେ ମହିଳା ରାଜନେତାଙ୍କ ଭଳି ଗାଁ ଗାଁ ବୁଲି ନିଜ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଏଥିସହ ସେ ଲୋକଙ୍କୁ ଭୋଟ ସହ ଆର୍ଥିକ ସହାୟତା ମଧ୍ୟ ମାଗୁଛନ୍ତି।

author-image
Hemant Lenka
sonali

sonali

ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଦ୍ୱନ୍ଦ୍ୱରେ ପଡ଼ୁଥିବେ। ଭୋଟ ଆସିଲେ ସାଧାରଣତଃ ନେତାମାନେ ଭୋଟରଙ୍କୁ ଟଙ୍କା ଦିଅନ୍ତୁ। ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ନିର୍ବାଚନ ବେଳେ ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରନ୍ତି। ହେଲେ ସବୁର୍ଣ୍ଣପୁରରେ କିଛି ଓଲଟା ଘଟଣା ଦେଖିବାକୁ ମିଳିଛି।

Advertisment

ଏଠାରେ ପ୍ରାର୍ଥୀ ହୋଇଥିବା ଜଣେ ମହିଳା ରାଜନେତାଙ୍କ ଭଳି ଗାଁ ଗାଁ ବୁଲି ନିଜ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଏଥିସହ ସେ ଲୋକଙ୍କୁ ଭୋଟ ସହ ଆର୍ଥିକ ସହାୟତା ମଧ୍ୟ ମାଗୁଛନ୍ତି। ଭୋଟରମାନେ ମଧ୍ୟ ନିଜ ସମ୍ବଳ ଅନୁସାରେ ତାଙ୍କୁ ଆର୍ଥିକ ସହାୟତା ସହ ଚାଉଳ ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ଦେଉଛନ୍ତି।

ଭୋଟରଙ୍କୁ ପ୍ରଚାର ବେଳେ ଆର୍ଥିକ ସହାୟତା ମାଗୁଥିବା ମହିଳା ଜଣଙ୍କ ହେଲେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ନିର୍ବାଚନ ମଣ୍ଡଳୀର ନବ ନିର୍ମାଣ କୃଷକ ସଂଗଠନର ବିଧାନସଭା ପ୍ରାର୍ଥୀ ସୋନାଲି ବିଶି। ପୂର୍ବରୁ ସୋନାଲି ଟ୍ରାକ୍ଟରରେ ଗାଁ ଗାଁ ବୁଲି ଭୋଟ ମାଗୁଥିଲେ। ଏବେ ସେ ଚାଲି ଚାଲି ଗାଁରେ ଲୋକଙ୍କ ଘରକୁ ଯାଉଛନ୍ତି।

Advertisment

ତାଙ୍କୁ ଭୋଟ ଦେବାକୁ ସେ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି। ବହୁତ ହେଲା ପାର୍ଟି ସରକାର, ଆମକୁ ଦରକାର ଚାଷୀ ସରକାର ନାରା ଦେଇ ସୋନାଲି ନିଜର ପ୍ରଚାର କରୁଛନ୍ତି। ଏଥିସହ ସେ ଭୋଟ ଭିକ୍ଷା ସହ ଆର୍ଥିକ ସହାୟତା ମଧ୍ୟ ମାଗୁଛନ୍ତି। ଆଜି ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ ବଘିଆ ପଂଚାୟତର ସରଧାପାଲି ଗାଁରେ ସୋନାଲି ନିର୍ବାଚନ ପ୍ରଚାର କରିବା ବେଳେ ଲୋକମାନେ ତାଙ୍କୁ ଟଙ୍କା ଓ ଚାଉଳ ଦେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ଏ ସମ୍ପର୍କରେ ସୋନାଲି କହିଛନ୍ତି, “ଆମେ କୌଣସି ରାଜନୀତି ପାଇଁ ନିର୍ବାଚନ ମୈଦାଦନକୁ ଓହ୍ଲାଇ ନାହୁଁ। ଆମେ ଚାଷୀଙ୍କ ହକ ପାଇଁ ଲଢ଼େଇ କରୁଛୁ। ଏହା ଏକ ଆନ୍ଦୋଳନ। ଚାଷୀଙ୍କ ହକ ପାଇଁ ଆମେ ସାମ୍ନାକୁ ଆସିଛୁ। ଆମେ କୌଣସି ରାଜନୀତିକ ଦଳ ନୁହଁ। ଆମକୁ ଚାନ୍ଦା ମିଳେନାହିଁ।

ଚାଷୀମାନେ ଆମ ସହ ସାମିଲ ହୋଇ ଆର୍ଥିକ ସହାୟତା ସହ ଚାଉଳ ଦେଉଛନ୍ତି। ଆମେ ମଧ୍ୟ ସେମାନଙ୍କୁ ଦାନ ଭିକ୍ଷା ମାଗୁଛୁ। ଚାଷୀମାନଙ୍କର ଅନେକ ସମସ୍ୟା ରହିଛି। ବିଶେଷ କରି ତରଭା ଅଞ୍ଚଳରେ ପାଣି ମୁଖ୍ୟ ସମସ୍ୟା। ଡୁଙ୍ଗୁରିପାଲୀରେ ମଧ୍ୟ ଚାଷୀମାନେ ଆମ ସହ ଯୋଡ଼ି ହୋଇଛନ୍ତି। ସମସ୍ତେ ସୁବର୍ଣ୍ଣପୁରରେ ପରିବର୍ତ୍ତନ ଚାହୁଁଛନ୍ତି। ସେମାନେ ଚାଷୀଙ୍କ ସରକାର ଚାହାନ୍ତି।

ଅନ୍ୟ ରାଜନୀତିକ ଦଳଗୁଡ଼ିକ କେତେ ଦିନ ଟଙ୍କା ଦେଇ ଭୋଟ କିଣିବେ? ଟଙ୍କା ଦେଇ ଚାଷୀଙ୍କ ମନ କିଣାଯାଇ ପାରିବ ନାହିଁ। ଲୋକମାନେ ନିଜ ଆଡ଼ୁ ପରିବର୍ତ୍ତନ ଚାହୁଁଥିବା କହୁଛନ୍ତି। ତେଣୁ ଆମେ ଏଠାରେ ଜିତିବୁ।”

ସବୁର୍ଣ୍ଣପୁରରେ ବିଜେଡି ନିରଞ୍ଜନ ପୂଜାରୀଙ୍କୁ ପ୍ରାର୍ଥୀ କରିଛି। ସେହିପରି ବିଜେପି ପ୍ରମୋଦ ମହାପାତ୍ର ଓ କଂଗ୍ରେସ ପ୍ରୟବ୍ରତ ସାହୁଙ୍କୁ ଟିକେଟ ଦେଇଛି। ଏହି ୩ ଦଳୀୟ ନେତାଙ୍କ ସହ ସୋନାଲି ଲଢ଼େଇ କରିବେ।

ରିପୋର୍ଟ: ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା

Odisha Election Sonepur