ବିଜେଡି ଜନସଂପର୍କ ପଦଯାତ୍ରା ବେଳେ ହଟହଟା ହେଲେ ବିଧାୟକ ଦିବ୍ୟଶଙ୍କର ମିଶ୍ର। ବିଧାୟକଙ୍କୁ ପ୍ରଶ୍ନବାଣରେ ଜର୍ଜରିତ କରିପକାଇଲେ ସ୍ଥାନୀୟ ମହିଳା। ଶୁଣାଇଦେଲେ ଅଭିଯୋଗର ଲମ୍ବା ଫର୍ଦ୍ଦ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ନାନ୍ଦୋଲ ପଞ୍ଚାୟତର ବାଦଲଦେଇ ଗାଁର ପ୍ରାୟ ୮୦ ପରିବାର ତଲଜାରିଙ୍ଗ ମୌଜାରେ ଖାଲି ପଡ଼ିଥିବା ସରକାରୀ ଜମିରେ ଚାଷ କରୁଥିଲେ । ଏଥିସହ ସରକାରଙ୍କୁ ଖଜଣା ମଧ୍ୟ ଦେଉଥିଲେ । ତେବେ ଏଠାରେ ଏକ ଇଥାଇନେଲ ଶିଳ୍ପ କରିବା ପାଇଁ ସରକାର ଇଡକୋକୁ ଏହି ଜମି ହସ୍ତାନ୍ତର କରିବା ପରେ, ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ତେବେ ବିଧାୟକ ଦିବ୍ୟଶଙ୍କର ମିଶ୍ର ଦଳୀୟ ଜନ ସଂପର୍କ ପଦଯାତ୍ରା କରୁଥିବା ସମୟରେ, ବାଦଲଦେଇ ଗାଁରେ ତାଙ୍କୁ ଲୋକଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏନେଇ ଦିବ୍ୟଶଙ୍କର କିମ୍ବା ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ମେୟର ନିର୍ବାଚନରେ ବିଜେପିକୁ ଝଟକା, ବାଜି ମାରିନେଲା ଆପ୍
ଦିଲ୍ଲୀ ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ବିଜୟୀ। ୧୦ ଆପ୍ କାଉନସିଲରଙ୍କ କ୍ରସ୍ ଭୋଟିଂ ସତ୍ତ୍ୱେ ବିଜେପିକୁ ଝଟକା।
Politics
‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’
‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’
Politics
ବାଂଲାଦେଶ ଆଟର୍ଣ୍ଣି ଜେନେରାଲଙ୍କ ଆହ୍ୱାନ, ସମ୍ବିଧାନରୁ ହଟାଯାଉ 'ଧର୍ମନିରପେକ୍ଷ' ଶବ୍ଦ
ଦେଶର ଜନସଂଖ୍ୟାର ୯୦% ମୁସଲମାନ ରହୁଥିବାରୁ ସମ୍ବିଧାନରୁ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବାକୁ ସେ ଦାବି କରିଛନ୍ତି।
Politics
୮ରେ ସୋହେଲାରେ ବିଶାଳ ଚାଷୀ ସମାବେଶ, ମୁଖ୍ୟମନ୍ତ୍ରୀ କରିବେ ଅତିରିକ୍ତ ୮୦୦ ଟଙ୍କା ବଂଟନର ଶୁଭାରମ୍ଭ
ବୈଠକରୁ ଜଣାଯାଇଛି ଯେ, ଆସନ୍ତା ୨୦ ତାରିଖରେ ବରଗଡ ଜିଲ୍ଲାରୁ ଏହି ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ। ୨୨ ତାରିଖରେ ସମ୍ବଲପୁର ଏବଂ ପରେ ରାଜ୍ୟର ସବୁ ଜିଲ୍ଲାରେ ଏହି ଧାନ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ।