Advertisment

ମହିଳାଙ୍କ ପ୍ରଶ୍ନ ଶୁଣି ପଳାଇଲେ କ୍ୟାପଟେନ !

ବିଜେଡି ଜନସଂପର୍କ ପଦଯାତ୍ରା ବେଳେ ହଟହଟା ହେଲେ ବିଧାୟକ ଦିବ୍ୟଶଙ୍କର ମିଶ୍ର। ବିଧାୟକଙ୍କୁ ପ୍ରଶ୍ନବାଣରେ ଜର୍ଜରିତ କରିପକାଇଲେ ସ୍ଥାନୀୟ ମହିଳା।

Advertisment

ବିଜେଡି ଜନସଂପର୍କ ପଦଯାତ୍ରା ବେଳେ ହଟହଟା ହେଲେ ବିଧାୟକ ଦିବ୍ୟଶଙ୍କର ମିଶ୍ର। ବିଧାୟକଙ୍କୁ ପ୍ରଶ୍ନବାଣରେ ଜର୍ଜରିତ କରିପକାଇଲେ ସ୍ଥାନୀୟ ମହିଳା। ଶୁଣାଇଦେଲେ ଅଭିଯୋଗର ଲମ୍ବା ଫର୍ଦ୍ଦ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ନାନ୍ଦୋଲ ପଞ୍ଚାୟତର ବାଦଲଦେଇ ଗାଁର ପ୍ରାୟ ୮୦ ପରିବାର ତଲଜାରିଙ୍ଗ ମୌଜାରେ ଖାଲି ପଡ଼ିଥିବା ସରକାରୀ ଜମିରେ ଚାଷ କରୁଥିଲେ । ଏଥିସହ ସରକାରଙ୍କୁ ଖଜଣା ମଧ୍ୟ ଦେଉଥିଲେ । ତେବେ ଏଠାରେ ଏକ ଇଥାଇନେଲ ଶିଳ୍ପ କରିବା ପାଇଁ ସରକାର ଇଡକୋକୁ ଏହି ଜମି ହସ୍ତାନ୍ତର କରିବା ପରେ, ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ତେବେ ବିଧାୟକ ଦିବ୍ୟଶଙ୍କର ମିଶ୍ର ଦଳୀୟ ଜନ ସଂପର୍କ ପଦଯାତ୍ରା କରୁଥିବା ସମୟରେ, ବାଦଲଦେଇ ଗାଁରେ ତାଙ୍କୁ ଲୋକଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏନେଇ ଦିବ୍ୟଶଙ୍କର କିମ୍ବା ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
Odisha BjD Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe