Advertisment

ପଦ୍ମ ଧରିଲେ କାରଖାନା ଭାଉଜ

ରାଜଧାନୀ ଭୁବନେଶ୍ୱରରେ କାର୍‌ରେ ଖାଦ୍ୟ ବିକି ଚର୍ଚ୍ଚାକୁ ଆସିଥିବା ଦୁଇ ଯା’ ନେହା ପାଣିଗ୍ରାହୀ ଏବଂ ରଶ୍ମିତା ଦାସ ଆଜି ବିଜେପିରେ ସାମିଲ ହୋଇଛନ୍ତି।

Advertisment

ରାଜଧାନୀ ଭୁବନେଶ୍ୱରରେ କାର୍‌ରେ ଖାଦ୍ୟ ବିକି ଚର୍ଚ୍ଚାକୁ ଆସିଥିବା ଦୁଇ ଯା’ ନେହା ପାଣିଗ୍ରାହୀ ଏବଂ ରଶ୍ମିତା ଦାସ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏଣିକି କାର-ଖାନାରେ ହେବ ବିଜେପିର ପ୍ରଚାର। ବରିଷ୍ଠ ବିଜେପି ନେତା ସମୀର ମହାନ୍ତି, ବସନ୍ତ ପଣ୍ଡା ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଉଭୟ ପଦ୍ମ ଧରିଛନ୍ତି। ବିଜେପିରେ ସାମିଲ ହେବା ପରେ ନେହା କହିଛନ୍ତି ତାଙ୍କର ପିଲାଟି ଦିନରୁ ରାଜନୀତି ପ୍ରତି ଦୁର୍ବଳତା ଥିଲା। ତାଙ୍କ ମା’ ରାଜନୀତିରେ ଜଡ଼ିତ ଥିଲେ। କିନ୍ତୁ ସେ କୌଣସି ଦଳରେ ନଥିଲେ। ଆଜି ତାଙ୍କ ମା’ଙ୍କ ସ୍ୱପ୍ନ ପୁରଣ ହୋଇଛି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Bjp Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe