କେନ୍ଦ୍ରରେ ବିଜେପି, ରାଜ୍ୟରେ ବିଜେଡି। ସିଏ କହୁଛନ୍ତି ଆମେ ଦେଉଛୁ, ଇଏ କହୁଛନ୍ତି ଆମେ ଦେଉଛୁ। କେନ୍ଦ୍ର କହୁଛି ଆମ ଟଙ୍କାରେ ରାଜ୍ୟ ଚଳୁଛି, ଆମ ଟଙ୍କାରେ ଯୋଜନା ହେଉଛି, କିନ୍ତୁ ବିଜେଡି ନାଁ ନେଉଛି। କିନ୍ତୁ ବିଜେଡି କହୁଛି, ତମେ କ'ଣ ଦୟା କରୁଛ ? ଏମିତି କେନ୍ଦ୍ର ରାଜ୍ୟ ତେରିମେରି ଭିତରେ ବିଚରା ପେଷି ହେଉଛନ୍ତି ସାଧାରଣ ଜନତା। ସେମାନଙ୍କ କହିବା କଥା, ଯିଏ ଦେଉଛ ଦିଅ ଆମର କି ଯାଏ। କିନ୍ତୁ ବରମୁଣ୍ଡା ବସଷ୍ଟାଣ୍ଡରେ ପ୍ରାଇଭେଟ୍ ବସ୍ ହେଲପର ଯେମିତି ଗଲା ଆଇଲା ଲୋକକୁ ଯାତ୍ରୀ ଭାବିକି ଟଣାଓଟରା କରନ୍ତି, ଏବେ ଓଡ଼ିଆଙ୍କ ଅବସ୍ଥା ଠିକ୍ ସେମିତି। ବିଜେଡି-ବିଜେପି-କେନ୍ଦ୍ର-ରାଜ୍ୟ ଠେଲାପେଲା ଭିତରେ ବିଚରା ଓଡ଼ିଆ ଆଚାର। ଏହାକୁ ନେଇ ଶିଳ୍ପୀ ଅଶୋକଙ୍କ ବ୍ୟଙ୍ଗଚିତ୍ର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କଂଗ୍ରେସର ‘ପ୍ରିୟ ଦିଦି ଯୋଜନା’: ପ୍ରତି ମହିଳାଙ୍କୁ ଦେବ ୨,୫୦୦ ଟଙ୍କା
କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ଯୋଜନା ସମ୍ପର୍କରେ ଘୋଷଣା କରିବା ସହ କଂଗ୍ରେସ ଦିଲ୍ଲୀରେ ନିଶ୍ଚିତ ଭାବେ କ୍ଷମତା ଦଖଲ କରିବ ବୋଲି କହିଛନ୍ତି।
Politics
ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ, କଟାକ୍ଷ କଲା ବିଜେପି
ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ଯୋଗଦେଲେ ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତା। ନାଟକ କରୁଛନ୍ତି କହିଲା ବିଜେପି।
Politics
ବିଜେଡିରେ ଦ୍ୱିତୀୟ ଓ ତୃତୀୟ ପିଢ଼ିର ନେତାଙ୍କ ଭିତରେ ବିବାଦ!
କିଛି ଦିନ ତଳେ ପୂର୍ବତନ ବିଧାୟକଙ୍କ ପୁଅମାନେ ମେଳି କରିଥିବା ନଜରକୁ ଆସିଥିଲା। ଯେଉଁଥିରେ ଥିଲେ ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ରସାରଥି ବେହେରା, ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟ ପ୍ରମୁଖ।
Politics
ବିଜେଡି ନେତାଙ୍କ ମୂଷା ଉପାକ୍ଷାନ
ମୂଷା ବଂଶ କ’ଣ ଲୋପ୍ କରାଯାଇପାରିବ ନାହିଁ କି ପ୍ରଶ୍ନରେ ସମ୍ୱିତ କହିଛନ୍ତି, ମୂଷା ବଂଶ କ’ଣ ନିପାତ ହୋଇପାରିବ? କାରଣ ସେମାନଙ୍କର ପ୍ରଜନନ କ୍ଷମତା ଅଧିକ। ତେଣୁ ସେମାନେ ରହିବେ। ସେମାନଙ୍କ ବଂଶ ଲୋକ କରିହେବନି।
Politics
ବିଜେପି ନେତାଙ୍କ ବିବାଦୀୟ ବୟାନ: କହିଲେ- ପ୍ରିୟଙ୍କାଙ୍କ ଗାଲ ଭଳି ରାସ୍ତା କରିଦେବି
ଦିଲ୍ଲୀର କାଲକାଜୀ ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ସାଂସଦ ରମେଶ ବିଧୁଡ଼ି। ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ପରେ ମାଗିଲେ କ୍ଷମା।