ଲଣ୍ଡନରେ ବାବୁ ବିଜୟ ମାଲ୍ୟା ଗିରଫ ହେଲେ। ମାଲ୍ୟା ବାବୁଙ୍କୁ ତ ଆପଣ ଜାଣିଥିବେ। ଯିଏ ଭାରତୀୟ ବ୍ୟାଙ୍କ ଗୁଡ଼ିକରୁ ମାତ୍ର 9000 କୋଟି ଟଙ୍କା ଚୁନ ଲଗାଇ ଲଣ୍ଡନରେ ଲୁଚିଛନ୍ତି। ତାଙ୍କୁ ଗିରଫ କରିଯିବ, ଭାରତ ଅଣାଯିବ, ଏମିତି କେତେକେତେ ବାହାସ୍ଫୋଟ ମାରୁଛନ୍ତି ସମସ୍ତେ। କିନ୍ତୁ ବାସ୍ତବରେ ଲାଗୁଛି, ସେଥିକୁ କାହାର ଦମ୍ ନାହିଁ। ସାରଙ୍କୁ ଏବେ ଲଂଣ୍ଡନରେ ଗିରଫ କରାଯାଇଥିଲା ଯେ, କାଳେ ଗିରଫ ଖବର ଭାରତରେ ପହଞ୍ଚିଲା ବେଳକୁ, ବେଲ୍ ପାଇବା ଖବର ତା ପୂର୍ବରୁ ଜାଣି ସାରିଥିଲେ ଭାରତୀୟ। ୟାକୁ କହନ୍ତି ଟଙ୍କାର ଖେଳ। ଠନ୍ ଠନ୍ ଥିଲେ ସବୁ ମାଫ୍। ବିଜୟ ମାଲ୍ୟାଙ୍କର ଜୟ ହେଉ। ଏହାକୁ ନେଇ ଓଡ଼ିଶା ରିପୋର୍ଟରର ଏହି କାର୍ଟୁନ୍ ଚିତ୍ର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମୋହନ ସରକାରକୁ ପୁରିଲା ୫ ମାସ : ପୂରଣ ହେଉନି ନିଗମ ଓ ବୋର୍ଡ ମୁଖିଆ ପଦ, ବିଜେପି ନେତା ନିରାଶ
ରାଜ୍ୟରେ ପ୍ରଥମଥର ବିଜେପି ନିଜସ୍ୱ ଦମରେ କ୍ଷମତାକୁ ଆସିବା ପରେ ବିଭିନ୍ନ ସରକାରୀ ପଦପଦବୀରେ ରାଜନୀତିକ ନିଯୁକ୍ତି ପାଇଁ ଦଳର ଆଗଧାଡ଼ିର ନେତାମାନେ ବେଶ୍ ଉତ୍ସୁକ ହୋଇପଡ଼ିଥିଲେ ।
Politics
ଗାଁ ଦାଣ୍ଡରେ ମହିଳାଙ୍କୁ ଟଣାଓଟରା ଓ ମାରପିଟ୍; ବିବାଦ ଭିତରକୁ ପ୍ରମିଳାଙ୍କୁ ଟାଣିଲା ବିଜେପି
ଭାଇରାଲ୍ ହେଉଥିବା ଭିଡିଓରେ ଥିବା ମହିଳା ଜଣକ ହେଉଛନ୍ତି ଦଶରଥପୁର ଥାନା ରାହାସୋଇ ଗାଁର ଲଳିତା ପତି। ଗାଁ ଦାଣ୍ଡରେ ତାଙ୍କୁ କିଛି ବ୍ୟକ୍ତି ସଂଘ ବଦ୍ଧ ଭାବେ ଆକ୍ରମଣ କରୁଛନ୍ତି। ତାଙ୍କୁ ଟଣାଓଟରା ଓ ଠେଲାପେଲା କରୁଛନ୍ତି।
Politics
ନବୀନ ବାବୁ ବୁଲିଲେନି, ବିଜେଡି ମୂରବୀଶୂନ୍ୟ ହୋଇଗଲା, ଦଳର ଶୋଚନୀୟ ପରାଜୟ ହେଲା
ବିଜେଡିର ଅନେକ ଭିତିରି କଥା କହିଛନ୍ତି କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ।
Politics
ମୋଦିଙ୍କ ‘ଏକ ହେ ତୋ ସେଫ୍ ହେ’ ନାରାକୁ କାଉଣ୍ଟର କଲେ ସଞ୍ଜୟ ରାଉତ
ବିଭେଦ ଓ ଅସ୍ଥିରତା ସୃଷ୍ଟି କରିବା ମୋଦିଙ୍କ ଉଦ୍ଦେଶ୍ୟ ବୋଲି ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି।
Politics
ବିଜେଡିର ପରାଜୟ ପାଇଁ ନବୀନ ଦାୟୀ! ପଢ଼ନ୍ତୁ, କ’ଣ କହିଛନ୍ତି ଦଳର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା
ଦଳ ଟିକେ ଭୁଲ୍ ବାଟରେ ପରିଚାଳିତ ହୋଇଥିଲା। କିନ୍ତୁ ଏବେ ଆଉ ସେହି ଭୁଲ ପନ୍ଥା ଆପଣାଇ ନାହିଁ। ଏବେ ଦଳ ଠିକ୍ ରାସ୍ତାକୁ ଆସି ସାରିଲାଣି।