Advertisment

ଆସିଲା ନୂଆ ବ୍ରାଣ୍ଡ ଚାଉଳ: ଗୋଟେ ମୋଦି ମାର୍କା, ଗୋଟେ ନବୀନ ମାର୍କା !

ଓଡ଼ିଶାର ଭାଇ ଓ ଭଉଣୀମାନ ସମସ୍ତେ ଶୁଣିବା ହୁଅନ୍ତୁ। ଓଡ଼ିଶା ବଜାରକୁ ଆସିଗଲା ନୂଆ ବ୍ରାଣ୍ଡର ଚାଉଳ। ଯେମିତି ଦଶରା ବେଳକୁ ଇଲେକ୍ଟ୍ରୋନିକ୍ସ ଆଇଟମର ନୂଆ ନୂଆ ପ୍ରଡକ୍ଟ ଆସେ, ସେମିତି ଚାଉଳର ବି ଆସିଛି। ଗୋଟିଏ ନବୀନ ମାର୍କା, ଗୋଟେ ମୋଦି ମାର୍କା। କଥାଟା ଅଡୁଆ ଲାଗୁଛି କି ଭାଇମାନେ, ମୋଟେ କନଫ୍ୟୁଜ୍ ହୁଅନ୍ତୁନି, ଏବେ ଏ ଦୁଇ ବ୍ରାଣ୍ଡ ଚାଉଳକୁ ନେଇ ଓଡ଼ିଶା ରାଜନୀତି ବଜାରରେ ଖୁବ୍ ଚର୍ଚ୍ଚା। କଥାରେ ଅଛି, ଯିଏ ଚଷିଲା […]

author-image
Ordigital Desk
ଅଦ୍ୟତନ ହୋଇଛି
ଆସିଲା ନୂଆ ବ୍ରାଣ୍ଡ ଚାଉଳ: ଗୋଟେ ମୋଦି ମାର୍କା, ଗୋଟେ ନବୀନ ମାର୍କା !

ଓଡ଼ିଶାର ଭାଇ ଓ ଭଉଣୀମାନ ସମସ୍ତେ ଶୁଣିବା ହୁଅନ୍ତୁ। ଓଡ଼ିଶା ବଜାରକୁ ଆସିଗଲା ନୂଆ ବ୍ରାଣ୍ଡର ଚାଉଳ। ଯେମିତି ଦଶରା ବେଳକୁ ଇଲେକ୍ଟ୍ରୋନିକ୍ସ ଆଇଟମର ନୂଆ ନୂଆ ପ୍ରଡକ୍ଟ ଆସେ, ସେମିତି ଚାଉଳର ବି ଆସିଛି। ଗୋଟିଏ ନବୀନ ମାର୍କା, ଗୋଟେ ମୋଦି ମାର୍କା। କଥାଟା ଅଡୁଆ ଲାଗୁଛି କି ଭାଇମାନେ, ମୋଟେ କନଫ୍ୟୁଜ୍ ହୁଅନ୍ତୁନି, ଏବେ ଏ ଦୁଇ ବ୍ରାଣ୍ଡ ଚାଉଳକୁ ନେଇ ଓଡ଼ିଶା ରାଜନୀତି ବଜାରରେ ଖୁବ୍ ଚର୍ଚ୍ଚା। କଥାରେ ଅଛି, ଯିଏ ଚଷିଲା ଜମି ତାଆର। ଓଡ଼ିଶାର ଭୋକିଲା ଜନତା ଜାଣେ, ଟଙ୍କିକିଆ ଚାଉଳ ନବୀନ ବାବୁଙ୍କର ଅର୍ଥାତ ଶଙ୍ଖର, କିନ୍ତୁ ଏବେ ପଦ୍ମଦଳିଆ କହୁଛନ୍ତି ବାସ୍ତବରେ ଏ ଚାଉଳ ଆମର। ମାନେ ମୋଦିଙ୍କର, ମାନେ କେନ୍ଦ୍ରର। ବିଜେପି ବାଲାଏ ଗୋଟେ ହିସାବ ଦେଉଛନ୍ତି ଯେ, ଟଙ୍କିକିଆ ଚାଉଳ ଲୋକଙ୍କୁ ବାଣ୍ଟିବାକୁ ଯୋଉ ଟଙ୍କା ଖର୍ଚ୍ଚ ହେଉଛି, ତାହା ବାସ୍ତବରେ କେନ୍ଦ୍ରରୁ ଆସୁଛି। ମାନେ କେନ୍ଦ୍ର ଦେଉଛନ୍ତି 27 ଟଙ୍କା। ସେଥିରେ ବିଜେଡି ବାଲାଏ ଦେଉଛନ୍ତି ମାତ୍ର 2 ଟଙ୍କା। ଅର୍ଥାତ କେନ୍ଦ୍ରରୁ ପୂରା ଚାଉଳର ଟଙ୍କା ଆସୁଛି। ସେ ଚାଉଳ କିଣିବା ପାଇଁ ପରିବହନ ଖର୍ଚ୍ଚ ବା ବିଭିନ୍ନ ଜାଗାକୁ ପଠାଇବା ପାଇଁ ଯେଉଁ 2 ଟଙ୍କା ଖର୍ଚ୍ଚ ହେଉଛି ତାକୁ ବିଜେଡି ସରକାର ଦେଉଛନ୍ତି। ରାମ ରାମ, ବାସ୍ତବ କଥାଟା ଶୁଣି ଆମ ମଥା ଘୂରେଇ ଦେଲାଣି। ଏ କଥା ଯଦି ଟଙ୍କିକିଆ ଭାତ-ରଙ୍କୁଣା ଓଡ଼ିଶାର ଭୋକିଲା ଜନତା ଜାଣିବେ ତେବେ ନବୀନ ବାବୁଙ୍କ ଗାଦି ରହିବଟି? ଏହି ପ୍ରସଙ୍ଗକୁ ନେଇ ଏଥରର ବ୍ୟଙ୍ଗ ଚିତ୍ର।

Advertisment