/odisha-reporter/media/post_attachments/uploads/2017/10/Gandhi-3-copy.jpg)
Gandhi-3 copy
ଭୁବନେଶ୍ୱର: ପ୍ରସିଦ୍ଧ ବ୍ୟଙ୍ଗ ଚିତ୍ରଶିଳ୍ପୀ ଆର.କେ.ଲକ୍ଷ୍ମଣ ଥିଲେ ଜଣେ ଅତ୍ୟଧିକ ସମାଜ ସଚେତନ ବ୍ୟକ୍ତି। ତାଙ୍କ କାର୍ଟୁନରେ କଟାକ୍ଷ ଯେତିକି ଥିଲା ଭଦ୍ରାମୀ ମଧ୍ୟ ସେତିକି ଥିଲା। ତାଙ୍କ କଟାକ୍ଷରୁ କେହି ବି ବଂଚୁ ନଥିଲେ। ଅବଶ୍ୟ ସେ ସମୟରେ ରାଜନୈତିକ ଅସହିଷ୍ଣୁତା ବେଶୀ ନଥିଲା। ଇଂରାଜୀ ଦୈନିକୀ ଟାଇମ୍ସ ଅଫ୍ ଇଣ୍ଡିଆରେ ବୋଧହୁଏ ଲକ୍ଷ୍ମଣଙ୍କର ସର୍ବାଧିକ କାର୍ଟୁନ ପ୍ରକାଶ ପାଇଛି।
ବିଭିନ୍ନ ସମୟରେ ପ୍ରକାଶ ପାଇଥିବା ତାଙ୍କ କାର୍ଟୁନ ଚିତ୍ରରୁ ଅନୁମାନ କରିହୁଏ ଯେ, ଲକ୍ଷ୍ଣଣ ସାମାଜିକ ମୂଲ୍ୟବୋଧକୁ ବେଶୀ ଗୁରୁତ୍ୱ ଦେଉଥିଲେ। ବିଶେଷକରି ମହାତ୍ନା ଗାନ୍ଧିଙ୍କ ନୀତି ଆଦର୍ଶକୁ ତୁଳନା କରି ସେ ସମୟର ରାଜନୈତିକ ନେତା ଓ ରାଜନୈତିକ ଦୃଶ୍ୟପଟ୍ଟକୁ ଦେଖୁଥିଲେ। ଯେମିତି ଏକ କାର୍ଟୁନରେ ସେ ଗାନ୍ଧିଜୀଙ୍କ ତିନି ମାଙ୍କଡ଼ ବାର୍ତ୍ତାକୁ ଦେବାକୁ ଚାହିଁଛନ୍ତି। ତାହା ପୁଣି ସେତେବେଳର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ମାଧ୍ୟମରେ।
ସେହିପରି ଆଉଏକ କାର୍ଟୁନରେ ମୁଦ୍ରସ୍ଫୀତି ସଂପର୍କରେ କରିଥିବା କାର୍ଟୁନରେ ସାଧାରଣ ଜନତା ବା କମନମ୍ୟାନ ମହାତ୍ମା ଗାନ୍ଧିଙ୍କ ରୂପରେ ଏକ କଣ୍ଟା ଆସନରେ ବସିଛନ୍ତି। ସେହିପରି ଆଉଏକ କାର୍ଟୁନରେ ସେମିତି କିଛି ବାର୍ତ୍ତା ନଥିଲେ ବି ତାହା କେବଳ ଦେଶର ଜନକଙ୍କ ଉପରେ ଏକ ସାଧାରଣ ସ୍କୁଚ୍।
ଆଜି ଆର୍.କେ.ଲକ୍ଷ୍ଣଣଙ୍କର ଗାନ୍ଧିଜୀଙ୍କୁ ନେଇ ତିନିଟି କାର୍ଟୁନ୍ ଏଠାରେ ଉପସ୍ଥାପନ କରୁଛୁ।
(ସୌଜନ୍ୟ ଆର.କେ.ଲକ୍ଷ୍ମଣ ଦି ଅନକମନ୍ ମ୍ୟାନ୍)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)

/odisha-reporter/media/post_attachments/wp-content/uploads/2017/10/Gandhi-2-copy-300x199.jpg)