Advertisment

ଫସିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ, ମାମଲା ରୁଜୁ

ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ଉପସଭାପତି ମଲୁ ରବି ତାଙ୍କ ନାଁରେ ମାମଲା ରୁଜୁ କରିଛନ୍ତି।

Deputy CM Narayana Swamy

Deputy CM Narayana Swamy

Advertisment

ଆଇନ ଜାଲରେ ଫସିଲେ ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀ। ବଢ଼ିଲା ତାଙ୍କ ଅଡୁଆ। ତାଙ୍କ ବିରୋଧରେ ରୁଜୁ ହେଲା ମାମଲା। ତେଲେଙ୍ଗାନା କଂଗ୍ରେସର ଜଣେ ନେତା ତାଙ୍କ ବିରୋଧରେ ଆଣିଲେ ଅଭିଯୋଗ। ଏହାକୁ ଆଧାର କରି ପୁଲିସ ଉପ-ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି।

Advertisment

୨୦୦୯ରେ ଅବିଭାଜିତ ଆନ୍ଧ୍ରପ୍ରଦେଶର ପର୍ବତନ ମୁଖ୍ୟମନ୍ତ୍ରୀ ଓ୍ୱାଇଏସ୍‌ ରାଜଶେଖର ରେଡ୍ଡୀଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ନିକଟରେ ଏହି ମୃତ୍ୟୁକୁ ପଛରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ହାତ ଥିବା ନାରାୟଣ ସ୍ୱାମୀ କହିଛନ୍ତି। ତାଙ୍କର ଏହି ମନ୍ତବ୍ୟକୁ ନେଇ ବିବାଦ ଉପୁଜିଛି। ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ଉପସଭାପତି ମଲୁ ରବି ତାଙ୍କ ନାଁରେ ସହରର ବେଗମବଜାର ପୁଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି।

ନାରାୟଣ ସ୍ୱାମୀ ନିଜ ମନ୍ତବ୍ୟରେ ଭୁଲ ତଥ୍ୟ ବିସ୍ତାର କରୁଛନ୍ତି। ସେ ସୋନିଆ ଗାନ୍ଧିଙ୍କ ନାଁରେ ଅପମାନଜନକ ଟିପ୍ପଣୀ କରଛନ୍ତି ବୋଲି ମଲ୍ଲୁ ରବି ନିଜ ଅଭିଯୋଗରେ କହିଛନ୍ତି। ପୁଲିସ ଆଇନଗତ ମତାମତ ନେବା ଏବଂ ନାରାୟଣ ସ୍ୱାମୀଙ୍କ ଟିପ୍ପଣୀର ଭିଡିଓ ଫୁଟେଜ ବିଶ୍ଳେଷଣ କରିବା ପରେ ଆଇପିସିର ଧାରା ୫୦୪ ଏବଂ ୫୦୫(୨) ଅନୁଯାୟୀ ଏକ ମାମଲା ରୁଜୁ କରିଛି।

Advertisment

ସେପଟେ ଏହି ପ୍ରସଙ୍ଗରେ କେବଳ ସେ ନୁହେଁ, ପୂରା ଆନ୍ଧ୍ରପ୍ରଦେଶବାସୀ YSR ମୃତ୍ୟୁବରଣ କରିଥିବା ସେହି ହେଲିକପ୍ଟର ଦୁର୍ଘଟଣାକୁ ନେଇ ସନ୍ଦେହ କରୁଥିବା ଉପ-ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀ କହିଛନ୍ତି।

Congress Andhra Pradesh Sonia Gandhi Deputy CM Narayana Swami
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe