Advertisment

ରେଭେନ୍ସାରେ ମଶାଲ ଶୋଭାଯାତ୍ରାରେ ଗଣ୍ଡଗୋଳ: ୩ ବିଜେଡ଼ି ନେତାଙ୍କ ନାଁରେ ମାମଲା

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନାମ ପରିବର୍ତ୍ତନ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ବୁଧବାର ମଶାଲ ଶୋଭାଯାତ୍ରା କରାଯାଇଥିଲା।

ଅଦ୍ୟତନ ହୋଇଛି
Byomakesh Ray

Byomakesh Ray

Advertisment

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମଶାଲ ଶୋଭାଯାତ୍ରା ବେଳେ ଦୁଇଗୋଷ୍ଠୀ ମାଡ଼ଗୋଳ ଘଟଣାରେ ଚାନ୍ଦବାଲି ବିଧାୟକ ତଥା ବିଜେଡି ନେତା ବ୍ୟୋମକେଶ ରାୟଙ୍କ ନାମରେ ମାମଲା ରୁଜୁ ହୋଇଛି। ବ୍ୟୋମକେଶଙ୍କ ସହ ବିଜେଡି ନେତା ଲେନିନ ମହାନ୍ତି ଓ ଛାତ୍ର ବିଜେଡି ନେତା ବବି ଖାନଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି ମାଲଗୋଦାମ ଥାନା ପୁଲିସ।

Advertisment

ରେଭେନ୍ସା ଛାତ୍ରଙ୍କୁ ମଶାଲ ଶୋଭାଯାତ୍ରା ବେଳେ ମାଡ଼ ମାରିବା, ଧମକଚମକ ଦେବା ସହ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ମାଲଗୋଦାମ ଥାନା ପୁଲିସ ଘଟଣାର ତଦନ୍ତ କରି ୩ ଜଣ ବିଜେଡି ନେତାଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାଯାଇଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନାମ ପରିବର୍ତ୍ତନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ବୁଧବାର ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ମଶାଲ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରାରେ ବିଭିନ୍ନ ଛାତ୍ର ସଂଗଠନ ସହ ବିଜେଡି ନେତା ବ୍ୟୋମକେଶ ରାୟ, ବିଜେଡି ନେତା ଲେନିନ ମହାନ୍ତି, ଛାତ୍ର ବିଜେଡି ନେତା ବବି ଖାନ୍ ଓ ବିଜୁ ଜନତା ଦଳର କିଛି ନେତା,କର୍ମୀ ସାମିଲ ଥିଲେ। ଏହି ସମୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ସହ ସେମାନଙ୍କର ଗଣ୍ଡଗୋଳ ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ଗୋଳ ହୋଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

Advertisment

ଅନ୍ୟପକ୍ଷରେ ରେଭେନ୍ସା ଗଣ୍ଡଗୋଳ ଓ ମାମଲା ପରେ ବିରୋଧୀଙ୍କୁ ସମାଲୋଚନା କରିଛି ବିଜେପି। ଦଳୀୟ ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ଯେ, ଗଣତନ୍ତ୍ରରେ ବିତର୍କର ଭୂମିକା ରହିଛି। କିନ୍ତୁ ବିରୋଧୀ ଦଳ ବିତର୍କ ବଦଳରେ ବିଦ୍ରୋହ କରିଥିଲେ। ମଶାଲ ଶୋଭାଯାତ୍ରା ନାଁରେ ଆଇନକୁ ହାତକୁ ନେଇଥିଲେ। ଶିକ୍ଷାନୁଷ୍ଠାନରେ ଏଭଳି ହିଂତ୍ସାତ୍ମକ ଆଚରଣ ଆଦୌ ଗ୍ରହଣୀୟ ନୁହେଁ।

ତିନି ବିଜେଡ଼ି ନେତାଙ୍କ ନାଁରେ ମାମଲା ହେବା ପରେ ବିଜେଡି ପ୍ରତିକ୍ରିୟା ରଖିଛି। ପ୍ରେସ ରିଲିଜ୍ ଜାରି କରି ଦଳ କହିଛି ଯେ, ବିଜେଡି ନେତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ହୋଇଛି। ବିଜେଡି ଏହାକୁ ନିନ୍ଦା କରୁଛି। ବିରୋଧ ଶାନ୍ତି ପୂର୍ଣ୍ଣ ଥିଲା। ଅହିଂସା ଓ ଶୃଙ୍ଖଳିତ ଭାବେ ଶୋଭାଯାତ୍ରା କରାଯାଇଥିଲା। କିନ୍ତୁ ବିଜେଡି ନେତାଙ୍କୁ ଟାର୍ଗେଟ୍ କରାଯାଇଛି। ଏହା ବିଭ୍ରାନ୍ତିକର ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେଡି କହିଛି।

BjD Bjp Ravenshaw University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe