Advertisment

ଜାତିଗତ ଜନଗଣନାକୁ ନେଇ ଇଣ୍ତିଆ ମେଣ୍ଟରେ ଫାଟ!

ମୁମ୍ବାଇ ବୈଠକରେ ନିର୍ବାଚନୀ ସଂକଳ୍ପ ପାରିତ ହୋଇଥିବା ବେଳେ ମତ ପାର୍ଥକ୍ୟ ଯୋଗୁ ଗୋଟିଏ ରାଜନୀତିକ ସଂକଳ୍ପକୁ ବାଦ ଦିଆଯାଇଛି।

INDIA

INDIA

Advertisment

ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକରେ ମତ ପାର୍ଥକ୍ୟ ଦେଖିବାକୁ ମିଳିଛି। ବିହାର ଓ ବେଙ୍ଗାଲୁରୁ ପରେ ମୁମ୍ବାଇରେ ସବୁ ଦଳ ଏକାଠି ଥିବା ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି ସତ, କିନ୍ତୁ ପ୍ରଥମଥର ପାଇଁ ମେଣ୍ଟରେ ଫାଟ ଦେଖିବାକୁ ମିଳିଛି।

Advertisment

ମୁମ୍ବାଇ ବୈଠକରେ ନିର୍ବାଚନୀ ସଂକଳ୍ପ ପାରିତ ହୋଇଥିବା ବେଳେ ମତ ପାର୍ଥକ୍ୟ ଯୋଗୁ ଗୋଟିଏ ରାଜନୀତିକ ସଂକଳ୍ପକୁ ବାଦ ଦିଆଯାଇଛି। ଏହି ରାଜନୀତିକ ସଂକଳ୍ପରେ ଜାତିଭିତ୍ତିକ ଜନଗଣନା ଉପରେ ଫୋକସ କରାଯାଇଥିଲା। କିନ୍ତୁ ଇଣ୍ଡିଆ ମେଣ୍ଟ ଏହା ଉପରେ ଏକମତ ହୋଇପାରିନି।

ନୀତୀଶ କୁମାରଙ୍କ ଜେଡିୟୁ, ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଜାତିଭିତ୍ତିକ ଜନଗଣନା ସପକ୍ଷରେ ଦାବି ରଖିଥିଲେ। ତେବେ ଏହା ବିରୋଧରେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମତ ଦେଇଥିବା ଜଣାପଡ଼ିଛି। ତେଣୁ ଏହି ପ୍ରସଙ୍ଗରେ ସବୁ ବିରୋଧୀ ଦଳର ନେତା ଏକାଠି ହୋଇ ପାରି ନାହାନ୍ତି।

Advertisment

ସବୁଠାରୁ କୌତହଳର ବିଷୟ ହେଉଛି ଯେ ଜୁଲାଇରେ ଇଣ୍ଡିଆ ମେଣ୍ଟର ବୈଠକ ବେଳେ ଯୁଗ୍ମ ସଂକଳ୍ପ ପାରିତ ହୋଇଥିଲା। ଏଥିରେ ନିର୍ଦ୍ଦିଷ୍ଟ ଭାବେ ଜାତି ଭିତ୍ତିକ ଜନଗଣନାକୁ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଥିଲା।

ସେତେବେଳେ କୁହାଯାଇଥିଲା ଯେ “ସଂଖ୍ୟାଲଘୁଙ୍କ ବିରୋଧରେ ସୃଷ୍ଟି କରାଯାଉଥିବା ଘୃଣା ଓ ହିଂସାକୁ ରୋକିବା, ମହିଳା, ଦଳିତ, ଆଦିବାସୀ ଓ କଶ୍ମୀର ପଣ୍ଡିତଙ୍କ ବିରୋଧରେ ହେଉଥିବା ଅପରାଧକୁ ବନ୍ଦ କରିବା, ସମସ୍ତ ସାମଜିକ, ଶିକ୍ଷାଗତ ଓ ଆର୍ଥିକ ପଛୁଆ ବର୍ଗର ଦାବିକୁ ନିରପେକ୍ଷ ଭାବେ ଶୁଣିବା ଓ ଜାତିଗତ ଜନଗଣନାକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ଏକାଠି ହୋଇଛୁ।” ହେଲେ ଏବେ ଜାତିଗତ ଜନଗଣନାକୁ ନେଇ ଇଣ୍ଡିଆ ମେଣ୍ଟ ଏକ ହୋଇ ପାରି ନାହାନ୍ତି।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା ଆରମ୍ଭ କରିଛନ୍ତି। କିଛି ଦିନ ପାଇଁ ଏହା ଉପରେ ରୋକ ଲାଗିଥିଲା। କିନ୍ତୁ ଗତମାସରେ ପାଟନା ହାଇକୋର୍ଟ ଏହାକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଥିଲେ।

India Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe