Advertisment

ଜାତି ଭିତ୍ତିକ ଗଣନାକୁ ନେଇ ଆରଏସଏସର ବଡ଼ ବୟାନ

ଜାତି ଭିତ୍ତିକ ଜନଗଣକୁ ନିର୍ବାଚନ ଉଦ୍ଦେଶ୍ୟରେ ଆଦୌ ବ୍ୟବହାର କରାଯିବା ଉଚିତ ନୁହେଁ। ଜାତି ଭିତ୍ତିକ ଜନଗଣନା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି ଆରଏସଏସ ପକ୍ଷରୁ କୁହାଯାଇଛି।

ଅଦ୍ୟତନ ହୋଇଛି
RSS

RSS

Advertisment

ବିଜେପିର ବିଚାରଧାରା ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ) ଦେଶରେ ଜାତି ଭିତ୍ତିକ ଜନ ଗଣନାକୁ ନେଇ ବଡ଼ ବୟାନ ଦେଇଛି। ଏହି ଜନଗଣନା କଲ୍ୟାଣକାରୀ ଯୋଜନାର ଆବଶ୍ୟକତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। କିନ୍ତୁ ଜାତି ଭିତ୍ତିକ ଜନଗଣକୁ ନିର୍ବାଚନ ଉଦ୍ଦେଶ୍ୟରେ ଆଦୌ ବ୍ୟବହାର କରାଯିବା ଉଚିତ ନୁହେଁ। ଜାତି ଭିତ୍ତିକ ଜନଗଣନା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି ଆରଏସଏସ ପକ୍ଷରୁ କୁହାଯାଇଛି।

Advertisment

ଆରଏସଏସର ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର କହିଛନ୍ତି, “ଜାତି ଭିତ୍ତିକ ଜନଗଣନା ଗୋଟିଏ ସ୍ପର୍ଶକାତର ପ୍ରସଙ୍ଗ। ଏହା ଆମର ଜାତୀୟ ଏକତା ଓ ଅଖଣ୍ଡତା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଅତ୍ୟନ୍ତ ଗୁରୁତ୍ୱର ସହ ଏହାକୁ ଦେଖିବାକୁ ପଡ଼ିବ। ବେଳବେଳେ ସରକାରଙ୍କୁ ସଂଖ୍ୟାର ଆବଶ୍ୟକ ପଡ଼େ। ତେଣୁ ପୂର୍ବରୁ ସମାନ କାର୍ଯ୍ୟପନ୍ଥା ଆପଣ ଯାଇଥିଲା।” 

କେରଳର ପାଲକ୍କଡରେ ୩ ଦିନିଆ କନକ୍ଲେଭ ଶେଷ ହେବା ପରେ ଆମ୍ବେକର ଏପରି ମନ୍ତବ୍ୟ ରଖିଛନ୍ତି। ସେ ଜାତିଗତ ଜନଗଣନାର ତଥ୍ୟକୁ ରାଜନୀତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ବିରୋଧରେ ମତ ରଖିଛନ୍ତି। ସେ କହିଛନ୍ତି ଯେ “ଜାତି ଭିତ୍ତିକ ଜନଗଣନାର ତଥ୍ୟକୁ କେବଳ ସେହି ସଂପ୍ରଦାୟ ଓ ଜାତିର କଲ୍ୟାଣ ପାଇଁ ବ୍ୟବହାର କରାଯିବା ଉଚିତ। ଜାତି ଭିତ୍ତିକ ଜନଗଣନାକୁ ନିର୍ବାଚନ ପ୍ରଚାର ଓ ନିର୍ବାଚନ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଉଚିତ ନୁହେଁ। ଜାତି ଭିତ୍ତିକ ଜନଗଣନାକୁ କେବେ ହେଲେ ଗୋଟିଏ ରାଜନୀତିକ ଅସ୍ତ୍ର କରା ନଯାଉ।”

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସହ ପ୍ରାୟ ଅଧିକାଂଶ ବିରୋଧୀ ଦଳ ଜାତି ଭିତ୍ତିକ ଜନଗଣନା ପାଇଁ ଦାବି କରି ଆସୁଛନ୍ତି। ଦେଶବ୍ୟାପୀ ଜାତି ଭିତ୍ତିକ ଜନଗଣନା ହେଲେ ନୀତି ନିର୍ଦ୍ଧାରଣରେ ଏହା ସହାୟକ ହେବ। ସେହିପରି ପଛୁଆ ବର୍ଗର ପ୍ରତିନିଧିତ୍ୱ ମଧ୍ୟ ତଦନୁସାରେ ବଢ଼ିପାରିବ।

ଆମ୍ବେକରଙ୍କ ବୟାନ ପରେ ଉଭୟ ବିଜେପି ଓ ଆରଏସଏସକୁ ଟାର୍ଗେଟ କରିଛି କଂଗ୍ରେସ। ଆରଏସଏସ ଓ ବିଜେପି ପଛୁଆ ବର୍ଗର କଲ୍ୟାଣ ବିରୋଧରେ ରହିଛନ୍ତି ବୋଲି ଦଳ କହିଛି।

Rss Caste Caste Census
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe