Advertisment

ଲାଞ୍ଚ ନେଇ ପ୍ରଶ୍ନ ମାମଲା: ମହୁଆଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା ସିବିଆଇ

ପ୍ରାଥମିକ ତଦନ୍ତ ବେଳେ ସିବିଆଇ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ କିମ୍ବା କୌଣସି ସ୍ଥାନରେ ରେଡ କରିପାରିବ ନାହିଁ। କିନ୍ତୁ ତଥ୍ୟ ମାଗି ମାରିବ, ଦସ୍ତାବିଜର ଯାଞ୍ଚ କରିପାରିବ ଓ ଅଭିଯୁକ୍ତ ସାଂସଦ ମହୁଆଙ୍କୁ ଜେରା କରିପାରିବ।

author-image
Hemant Lenka
Mahua

Mahua

ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସହ ଜଡ଼ିତ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ଘଟଣାରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି। ଲୋକପାଳଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ମହୁଆଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ସିବିଆଇ ଅପରାଧିକ ମାମଲା ମହୁଆଙ୍କ ବିରୋଧରେ ରୁଜୁ କରିବ କି ନାହିଁ, ତା’ର ନିଷ୍ପତ୍ତି ନେବ।

Advertisment

ପ୍ରାଥମିକ ତଦନ୍ତ ବେଳେ ସିବିଆଇ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ କିମ୍ବା କୌଣସି ସ୍ଥାନରେ ରେଡ କରିପାରିବ ନାହିଁ। କିନ୍ତୁ ତଥ୍ୟ ମାଗି ମାରିବ, ଦସ୍ତାବିଜର ଯାଞ୍ଚ କରିପାରିବ ଓ ଅଭିଯୁକ୍ତ ସାଂସଦ ମହୁଆଙ୍କୁ ଜେରା କରିପାରିବ। ଲୋକପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇଥିବାରୁ ଏହାର ରିପୋର୍ଟ ଦୁର୍ନୀତି ନିରୋଧ ଶାଖା ନିକଟରେ ଦାଖଲ କରାଯିବ।

ମହୁଆ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କ ଠାରୁ ଟଙ୍କା ନେଇ ସଂସଦରେ ପ୍ରଶ୍ନ କରୁଥିବା ଅଭିଯୋଗ କରିଛନ୍ତି ସୁପ୍ରିମକୋର୍ଟ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରି। ସେ ଘଟଣାର ସିବିଆଇ ତଦନ୍ତି ମଧ୍ୟ ଦାବି କରିଥିଲେ।

Advertisment

ଏ ସମ୍ପର୍କରେ ଜୟ ଅନନ୍ତ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ଚିଠି ଲେଖିଥିଲେ। ଏହାକୁ ଆଧାର କରି ଦୁବେ ସାଂସଦ ମହୁଆଙ୍କ ବିରୋଧରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅଭିଯୋଗ ପାଇବା ପରେ ବାଚସ୍ପତି ବିର୍ଲା ଘଟଣାକୁ ଏଥିକ୍ସ କମିଟିକୁ ହସ୍ତାନ୍ତର କରିଥିଲେ। ଦୁବେ ଲୋକପାଳଙ୍କ ନିକଟରେ ମଧ୍ୟ ଫେରାଦ ହୋଇଥିଲେ। ଏସବୁ ଭିତରେ ସିବିଆଇ ତା’ର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

CBI Parliament Mahua Moitra Mahua Moitra Bribe Case