Advertisment

ଦିଲ୍ଲୀ ଗଲେ ମନମୋହନ; ଆଜି ଆସିପାରେ ଓଡ଼ିଶାର ପ୍ରାର୍ଥୀ ତାଲିକା

ଗତ କିଛି ଦିନ ଧରି ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଗତକାଲି ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

ଅଦ୍ୟତନ ହୋଇଛି
Manmohan samal

Manmohan samal

Advertisment

ବିଜେପି- ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚାଲିଥିବା ଚର୍ଚ୍ଚାର ବିରାମ ଲାଗିବା ପରେ ଉଭୟ ଦଳ ନିଜ ନିଜର ଯୋଦ୍ଧାଙ୍କୁ ମଇଦାନଙ୍କୁ ଓହ୍ଲାଇବାକୁ ପ୍ରସ୍ତୁତ କରିଦେଲେଣି ରଣନୀତି। ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଉଭୟ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ ଆରମ୍ଭ ହୋଇଗଲଣି।

Advertisment

ଏହି ପରିପ୍ରେକ୍ଷୀରେ ଆଜି ବିଜେପିର ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସୁଛି। ଏଥିପାଇଁ ଆଜି ଦିଲ୍ଲୀ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ତାଙ୍କ ସହ ସଂଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି। ଏହି ବୈଠକରେ ଓଡ଼ିଶାର ଯାଇଥିବା ପ୍ରାର୍ଥୀଙ୍କ ସଟ୍ ଲିଷ୍ଟକୁ ଚୂଡ଼ାନ୍ତ ରୂପ ମିଳିପାରେ ବୋଲି ଅନୁମାନ କରାଯାଉଛି। ଏହା ସହ ଆଜି ଓଡ଼ିଶାର ପ୍ରାର୍ଥୀ ତାଲିକା ଆସିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ବିଶେଷ ଭାବେ କିଛି ଲୋକସଭା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହୋଇପାରେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଦିଲ୍ଲୀ ଯିବା ପୂର୍ବରୁ ମନମୋହନ କହିଛନ୍ତି, ଆଜି ସନ୍ଧ୍ୟା ୬ଟାରେ CEC ବୈଠକ ବସିବ। ବୈଠକରେ ଆଲୋଚନା ପର୍ଯ୍ୟାଲୋଚନା ହେବ।

Advertisment

ମେଣ୍ଟରେ ବିରାମ ଲାଗିବା ପରେ କିପରି ପ୍ରସ୍ତୁତି ଚାଲିଛି ବୋଲି ଗଣମାଧ୍ୟମ କର୍ମୀଙ୍କ ପ୍ରଶ୍ନରେ ମନ଼ମୋହନ କହିଛନ୍ତି, ନିର୍ବାଚନ ନେଇ କର୍ମୀମାନେ ସମସ୍ତେ କାମରେ ଲାଗି ପଡ଼ିଲେଣି। କର୍ମୀଙ୍କ ମଧ୍ୟରେ ଉଦ୍ଦିପନା ୧୦ ଗୁଣା ବଢ଼ି ଯାଇଛି। ନିର୍ବାଚନ ପାଇଁ ଆଉ ୨ମାସ ସମୟ ଅଛି। କର୍ମୀ ଆହୁରି ପରିଶ୍ରମ କରିବେ ମନମୋହନ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଗତକାଲି ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଉଭୟ ବିଜେପି ଓ ବିଜେଡି ମେଣ୍ଟ ହେଉନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏହାପରେ ଆଜି ଦିଲ୍ଲୀରେ ସନ୍ଧ୍ୟାରେ ବିଜେପିର CEC ବୈଠକ ବସୁଛି। ଅନ୍ୟକ୍ଷରେ ବିଜେଡି ମଧ୍ୟ ତାର ନିଜ ଯୋଦ୍ଧାଙ୍କୁ ମଇଦାନଙ୍କୁ ଓହ୍ଲାଇବା ପାଇଁ କସରତ ଆରମ୍ଭ କରିଦେଇଛି।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe