Advertisment

ମାଟି କାମୁଡିଲେ ସେଲିବ୍ରେଟି

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ସରିଛି। ବହୁମତ ସହ ଦ୍ୱିତୀୟ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ତେବେ ଫଳାଫଳ ଆସିବା ପରେ ଦେଶର ରାଜନୀତିରେ ଯେଉଁ ପରିବର୍ତ୍ତନ ଆସୁଛି ତାର ପ୍ରଭାବ ବଲିଉଡ୍‌ ଫିଲ୍ମ ଜଗତରେ ମଧ୍ୟ ପଡିଛି। ଏଥର ସାଧାରଣ ନିର୍ବାଚନରେ ବହୁମତ ହାସଲ କରିବାରେ ବିଫଳ ହୋଇଥିବା ସେଲିବ୍ରେଟିମାନେ ମାଟି କାମୁଡି ପଡିଛନ୍ତି। ଜନସାଧାରଣଙ୍କ ହୃଦୟ ଜିତିବାରେ ଅସଫଳ ହୋଇଥିବା ସେଲିବ୍ରେଟି ନିଜ ଅସଫଳତାକୁ ନେଇ କ’ଣ କହୁଛନ୍ତି ଜାଣନ୍ତୁ। […]

ମାଟି କାମୁଡିଲେ ସେଲିବ୍ରେଟି

RRR

Advertisment

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ସରିଛି। ବହୁମତ ସହ ଦ୍ୱିତୀୟ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ତେବେ ଫଳାଫଳ ଆସିବା ପରେ ଦେଶର ରାଜନୀତିରେ ଯେଉଁ ପରିବର୍ତ୍ତନ ଆସୁଛି ତାର ପ୍ରଭାବ ବଲିଉଡ୍‌ ଫିଲ୍ମ ଜଗତରେ ମଧ୍ୟ ପଡିଛି। ଏଥର ସାଧାରଣ ନିର୍ବାଚନରେ ବହୁମତ ହାସଲ କରିବାରେ ବିଫଳ ହୋଇଥିବା ସେଲିବ୍ରେଟିମାନେ ମାଟି କାମୁଡି ପଡିଛନ୍ତି। ଜନସାଧାରଣଙ୍କ ହୃଦୟ ଜିତିବାରେ ଅସଫଳ ହୋଇଥିବା ସେଲିବ୍ରେଟି ନିଜ ଅସଫଳତାକୁ ନେଇ କ’ଣ କହୁଛନ୍ତି ଜାଣନ୍ତୁ।

Advertisment

publive-imageପ୍ରକାଶ ରାଜ

ଅଭିନୟରୁ ରାଜନୀତିରେ ପାଦ ଥାପିଥିବା  ପ୍ରକାଶ ରାଜ ବାଙ୍ଗାଲୋରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିତିଲେ। କିନ୍ତୁ ସେ ଏଥର  ବିଜୟର ତାଜ୍‌ ପିନ୍ଧି ପାରିଲେ ନାହିଁ। ହାରିବା ପରେ ପ୍ରକାଶ ଟ୍ୱିଟ୍‌ କରି  ନିର୍ବାଚନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି- ମୋ ଗାଲରେ ଏକ ଶକ୍ତ ଚାପୁଡା। ଏବଂ ମୁହେଁ ମୁହେଁ ଗାଳି ପଡିଛି। ତଥାପି ମୁଁ ଦମ୍ଭର ସହ ଠିଆ ହୋଇଛି। ସେକ୍ୟୁଲାର ଭରତ ପାଇଁ ମୋ ଲଢେଇ ଜାରି ରହିବ।  ଏକ କଠିନ ଯାତ୍ରା ଆରମ୍ଭ ହୋଇଯାଇଛି। ସମସ୍ତଙ୍କୁ ଧନ୍ୟବାଦ ଯେଉଁମାନେ ମୋର ଏହି ଯାତ୍ରାରେ ମୋ ସହ ରହିଲେ। ଜୟ ହିନ୍ଦ୍‌।

publive-imageଉର୍ମିଲା ମୋତୋଣ୍ଡକର

ଉତ୍ତର ମୁମ୍ବାଇ ଲୋକସଭା ପାଇଁ କଂଗ୍ରେସ ଟିକେଟରୁ ଲଢୁଥିବା ବଲିଉଡ୍‌ର  ରଙ୍ଗିଲା ଗାର୍ଲ ଉର୍ମିଲା ମାତୋଣ୍ଡକର ନିର୍ବାଚନ ହାରିବା ପରେ ଦୋଷ ଇବିଏମ୍‌କୁ ଦେଇଛନ୍ତି। ଇଭିଏମ୍‌ରେ ଗଡବଡ ପାଇଁ ଗଣନା ଭୁଲ୍‌  ହୋଇଥିବା  କଥା ସେ କହିଛନ୍ତି। ଏଥିନେଇ ସେ ନିର୍ବାଚନ କମିଶନ୍‌ଙ୍କୁ ଆଗରେ ଫେରାଦ ମଧ୍ୟ ହୋଇଥିଲେ।

Advertisment

publive-imageଶତ୍ରୁଘ୍ନ ସିହ୍ନା

ପାଟ୍‌ନାରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢୁଥିବା ଶତ୍ରୁଘ୍ନ ସିହ୍ନା ହାରିବା ପରେ ନରେନ୍ଦ୍ର ମୋଦିଙ୍କୁ ମାଷ୍ଟର ଷ୍ଟ୍ରାଟେଜିକ୍‌ କହି ସମ୍ବୋଧନ କରିବା ସହ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

publive-imageମୁନ୍‌ ମୁନ୍‌ ସେନ୍‌

ପଶ୍ଚିମବଙ୍ଗର ଆସନ୍‌ସୋଲ୍‌ରୁ ହାରିଥିବା ଟିମ୍‌ସି ପ୍ରାର୍ଥୀ ତଥା ଅଭିନେତ୍ରୀ ମୁନ୍‌ମୁନ୍‌ ସେନ୍‌ ନିଜ ହାରକୁ ସ୍ୱୀକାର କରି ପାରି ନାହାନ୍ତି। ଗଣନା ଭୁଲ୍‌ ଯାଇଛି ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe