/odisha-reporter/media/post_attachments/uploadimage/library/16_9/16_9_0/PM_Modi_1716190876.jpg)
PM Modi
ବିଜେଡି ଓଡ଼ିଶାକୁ ଦେଇଛି ଲ୍ୟାଣ୍ଡ(ଜମି), ସ୍ୟାଣ୍ଡ(ବାଲି), କୋଇଲା ମାଫିଆ। ମାଫିଆଗିରିରେ ପୂରା ୨୪ ଘଣ୍ଟା ଲାଗିଛନ୍ତି ବିଜେଡି ନେତା। ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବଜା କରି ବସିଛନ୍ତି। ଜୁନ୍ ୧୦ରେ ବିଜେପି ସରକାର ଆସିଲେ ଏହି ମାଫିଆର ଅଣ୍ଟା ଭଙ୍ଗାଯିବ। କଟକ ନିର୍ବାଚନୀ ସଭାରେ ବିଜେଡିର ମାଫିଆରାଜର ଗୁମର ଖୋଲି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେଡିର ଭ୍ରଷ୍ଟାଚାରୀ ରାକେଟକୁ ନେଇ ଲୋକ ଅତିଷ୍ଠ ହୋଇଗଲେଣି। ଚିଟ୍ ଫଣ୍ଡ ଦୁର୍ନୀତିରେ ବିଜେଡି ଓଡ଼ିଶା ଲୋକଙ୍କୁ ଧୋକା ଦେଇଛି। ଏବେ ଲୋକଙ୍କ ସାମ୍ନାକୁ ବିଜେଡି କଳା ଚିଠା ଆସିବାରେ ଲାଗିଛି। କଂଗ୍ରେସ ଅମଳରେ ଖଣିଜ ନୀତିରୁ ୫ ହଜାର କୋଟି ମିଳିଥିଲା। ମୋଦି ସରକାରରେ ଖଣିଜ ନୀତିରୁ ଓଡ଼ିଶାକୁ ୫୦ ହଜାର କୋଟି ମିଳୁଛି। ଡିଏମ୍ଏଫ୍ ରେ ଓଡ଼ିଶାକୁ ୨୬ ହଜାର କୋଟି ଟଙ୍କା ମିଳିଛି। କିନ୍ତୁ ଏ ଅନୁଦାନକୁ ଗୋଳମାଳ କରିଛି ବିଜେଡିର ଭ୍ରଷ୍ଟ ସରକାର।।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ବିଜେଡି ନେତାଙ୍କୁ କମିଶନ ନମିଳିବା ପର୍ଯ୍ୟନ୍ତ ପ୍ରକଳ୍ପ ଅଟକାଇ ରଖୁଛନ୍ତି। ବିଜେଡି ନେତା ଆପଣମାନଙ୍କୁ ସବୁ ପ୍ରକାର ଲୁଟି ଚାଲିଛନ୍ତି। ଓଡ଼ିଶାରେ ଚାଲିଥିବା ଏ ଲୁଟତରାଜ ବନ୍ଦ ହେବା ଦରକାର। ଓଡ଼ିଶାକୁ ବରବାଦ କରିଥିବା ଲୋକଙ୍କ ପାଇଁ ଏ ନିର୍ବାଚନ ସଜା ସଦୃଶ। ଆପଣମାନଙ୍କ ଭୋଟ ହିଁ ଏ ଲୁଟତରାଜ ବନ୍ଦ କରିବ ଓ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ। ବିଜେଡି ଭ୍ରଷ୍ଟାଚାର ପାଇଁ ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଛି।
ଆମକୁ ଓଡ଼ିଶାରେ ନିବେଶ ଦରକାର, ନୂଆ ଉଦ୍ୟୋଗ ଦରକାର। ବିଜେପିର ତାକତ ଅଛି, ଏସବୁ ବିଜେପି ହିଁ କରିପାରିବ। ଓଡ଼ିଶାର ହେବାକୁ ଥିବା ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ସବୁ ସହଯୋଗ କରାଯିବ ବୋଲି ମୋଦି କହିଛନ୍ତି।
କଟକରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ବର୍ଷିଛନ୍ତି ମୋଦି। କହିଛନ୍ତି, କଟକକୁ ଚାରିପଟୁ ନଦୀ ଘେରି ରହିଛି। କିନ୍ତୁ ଏଠି ପିଇବା ପାଣି ସମସ୍ୟା ରହିଛି। କାରଣ ଏଠିକା ସରକାର ପ୍ରକଳ୍ପକୁ ଅଟକାଇ ରଖିଛନ୍ତି। ବିଜେଡି ଗରିବଙ୍କୁ ନୂଆ ପକ୍କା ଘର ଦେବାରେ ଅନ୍ତରାୟ ସାଜୁଛି। ଗରିବଙ୍କୁ ହଇରାଣ କେବଳ ଶତ୍ରୁ ହିଁ କରିପାରେ। ଆପଣମାନଙ୍କ ଉତ୍ସାହ କହୁଛି ୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ। ଜୁନ୍ ୧୦ରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବା ନିଶ୍ଚିତ ବୋଲି ମୋଦି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
