Advertisment

ଓଡ଼ିଶାରେ କାର୍ଯ୍ୟକାରୀ ହେବ କେନ୍ଦ୍ର ସରକାରଙ୍କ ‘ମିଶନ ଶକ୍ତି’

କେନ୍ଦ୍ର ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’ ମାଧ୍ୟମରେ ରାଜ୍ୟର ମହିଳାଙ୍କ ସୁରକ୍ଷା,ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

author-image
Ordigital Desk
ଅଦ୍ୟତନ ହୋଇଛି
Mission Shakti

Mission Shakti

କେନ୍ଦ୍ର ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’କୁ ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ। ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’ ମାଧ୍ୟମରେ ରାଜ୍ୟର ମହିଳାଙ୍କ ସୁରକ୍ଷା,ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିରେ  ୱାନ ଷ୍ଟପ ସେଂଟର, ମହିଳା ହେଲପ୍ ଲାଇନ, ବେଟି ବଚାଓ ବେଟି ପଢ଼ାଓ, ମହିଳା ସଶକ୍ତିକରଣ ପାଇଁ ହବ୍ ନିର୍ମାଣ, ସଖି ନିବାସ, ଶକ୍ତି ସଦନ, ଶିଶୁ ଗୃହ ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଭଳି କାର୍ଯ୍ୟକ୍ରମ ରହିଛି। ରାଜ୍ୟର ବିଜେପି ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବ। ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର ପୂର୍ଣ୍ଣ ଲାଭ ନେବା ପାଇଁ ରାଜ୍ୟର ନୂଆ ସରକାର ନିଷ୍ପତ୍ତି ନେଇଛନ୍ତି।

ଉଲ୍ଲେଖଯୋଗ୍ୟ,କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ମହିଳାଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାକୁ ମିଶାଇ ୨୦୨୨ ମସିହାରୁ ‘ମିଶନ ଶକ୍ତି’ ନାଁରେ ସମନ୍ୱିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ମହିଳାଙ୍କ ନିରାପତ୍ତା ଓ ସୁରକ୍ଷା ସହ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ମାତ୍ର ରାଜ୍ୟର ପୂର୍ବ ବିଜେଡି ସରକାର ରାଜନୀତିକ ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାରଙ୍କ ‘ମିଶନ ଶକ୍ତି’ ଯୋଜନାକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରୁନଥିବା ଜଣାପଡ଼ିଛି।

Advertisment

ଓଡ଼ିଶାରେ ସ୍ୱତନ୍ତ୍ର ‘ମିଶନ ଶକ୍ତି’ ବିଭାଗ ରହିଥିଲେ ମଧ୍ୟ ତାହା କେବଳ ମହିଳା ଏସଏଚଜି ଗଠନ କରି ବ୍ୟାଙ୍କ ଋଣ ମାଧ୍ୟମରେ ସେମାନଙ୍କୁ ଆର୍ଥିକ ଓ ସାମାଜିକସ୍ତରରେ ସଶକ୍ତିକରଣ କରିବା ପାଇଁ ପ୍ରୋତ୍ସାହିତ କରିଥାଏ। କିନ୍ତୁ କେନ୍ଦ୍ର ସରକାରଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମ ମହିଳାଙ୍କୁ ଉଭୟ ସଶକ୍ତିକରଣ ସହ ସୁରକ୍ଷା ଓ ନିରାପତ୍ତା ମଧ୍ୟ ଯୋଗାଇ ଦେଉଛି।

Bjp