‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀ ‘ଡବଲ ଇଞ୍ଜିନ’ ପ୍ରସଙ୍ଗରେ କହିଥିଲେ । ଡବଲ ଇଞ୍ଜିନ ନବୀନବାବୁଙ୍କ ଦ୍ୱାରା ହୋଇପାରିବନି । ଏଠି ଫାଳେ ଇଞ୍ଜିନ ଅଛି । ଶ୍ରୀଜଗନ୍ନାଥଙ୍କ ଭୂମିରେ ଇଞ୍ଜିନ କାହାକୁ ଦିଆଯିବ ତାହା ମହାପ୍ରଭୁ ନିଷ୍ପତ୍ତି ନେବେ ।

Dharmendra Pradhan PhotoOR

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Ordigital Desk
  • Published: Tuesday, 16 May 2023
  • Updated: 16 May 2023, 10:42 PM IST

Sports

Latest News

ତାମିଲନାଡୁର ‘ଶଶୀକଳା ସିଣ୍ଡ୍ରୋମ’ ଓଡ଼ିଶାରେ ଚାଲିଛି ବୋଲି ଦେଇଥିବା ବୟାନ ପ୍ରସଙ୍ଗକୁ ଆଜି ପୁଣିଥରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣିଥରେ ଦୋହରାଇଛନ୍ତି । ଶ୍ରୀ ପ୍ରଧାନ ଆଜି ମହିଳା ନିର୍ଯାତନା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଡବଲ ଇଞ୍ଜିନ’ ବୟାନ ଏବଂ ଓଡ଼ିଶାରେ ଗଭର୍ଣ୍ଣାନ୍ସ ପ୍ରସଙ୍ଗରେ ବି କଡ଼ା ସମାଲୋଚନା କରିଛନ୍ତି ।

ଶ୍ରୀ ପ୍ରଧାନ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ଶଶୀକଳା ସିଣ୍ଡ୍ରୋମ କଥା କହିଥିଲେ, ତାହା ସରକାରଙ୍କୁ ବେଶୀ ବାଧିଲା । ଶଶୀକଳା ସିଣ୍ଡ୍ରୋମରେ ଦେଶ ବଡ଼ ହେବନି କି ରାଜ୍ୟ ବଡ଼ ହେବନି । ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ବକ୍ତବ୍ୟ ଦେଖିଥିଲି । ଅପରାଜିତାଙ୍କଠୁ ଶିଖିବା କଥା କହିଛନ୍ତି । ତେବେ  ମୁଁ ତ ସମସ୍ତଙ୍କଠୁ ଶିଖିୁଛି । ସାନଭାଇ ଲେନିନଙ୍କଠୁ ବି ଶିଖିୁଛି । ଅପରାଜିତା ହେଉଛନ୍ତି ମୋ ଭଉଣୀ । ତାଙ୍କୁ ଡାକି ଆଣି ଏଠି ପ୍ରାର୍ଥୀ କରାଇଛୁ । ଯଦି ବିଜେଡି ଭାବିବ ଏଭଳି କହି ରାଜନୀତି କରିବେ ତା’ହେଲେ ଏହା ଭୁଲ୍ ହେବ । ମୂଳ ବିଷୟ ହେଉଛି ଓଡ଼ିଶାର ଅସ୍ମିତା, ସ୍ୱାଭିମାନ, ଓଡ଼ିଶାବାସୀଙ୍କ ସ୍ୱପ୍ନକୁ ବଡ଼ କରିବା, ଦେଶର ଏକ ନମ୍ବର ରାଜ୍ୟ କରିବା । ଏଥିପାଇଁ ସମସ୍ତେ କାମ କରିବା ଉଚିତ୍ । କପିଳେଶ୍ୱର ମନ୍ଦର ନେଇ ଟୁଇଟ୍ କରିବା କ’ଣ ଭୁଲ୍ ଥିଲା କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିବା ସହ କପିଳେଶ୍ୱର ମନ୍ଦିରକୁ ସରକାର ଏନଏମଏକୁ ଦେବାକୁ ମୁଁ ଅନୁରୋଧ କରିଥିଲି । ଅପରାଜିତା ସ୍ଥାନୀୟ ସାଂସଦ ଭାବେ ମଧ୍ୟ ଅନୁରୋଧ କରିଥିଲେ । ଯେତେବେଳେ ସରକାର ଘୋଷଣା କଲେ,ସେତେବେଳେ ଉଭୟ ଆମେ ଲୋକଙ୍କୁ ଜଣାଇଲୁ ।

Also Read

ସେହିପରି ମୁଖ୍ୟମନ୍ତ୍ରୀ ‘ଡବଲ ଇଞ୍ଜିନ’ ପ୍ରସଙ୍ଗରେ କହିଥିଲେ । ଡବଲ ଇଞ୍ଜିନ ନବୀନବାବୁଙ୍କ ଦ୍ୱାରା ହୋଇପାରିବନି । ଏଠି ଫାଳେ ଇଞ୍ଜିନ ଅଛି । ଶ୍ରୀଜଗନ୍ନାଥଙ୍କ ଭୂମିରେ ଇଞ୍ଜିନ କାହାକୁ ଦିଆଯିବ ତାହା ମହାପ୍ରଭୁ ନିଷ୍ପତ୍ତି ନେବେ । ହରିଆଣାରେ ଡବଲ ଇଞ୍ଜିନ ସରକାର ପରେ ସେଠାରେ ବାଳିକାଙ୍କ ଜନ୍ମ ସଂଖ୍ୟା ବୃଦ୍ଧି ପାଇଛି । ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ମୂଳ ପ୍ରସଙ୍ଗ ଓ ତଥ୍ୟ ଆଧାରରେ ବିତର୍କ ହେବା ଜରୁରୀ ବୋଲି ଗଣମାଧ୍ୟମରେ ପ୍ରକାଶିତ ‘ଶିଶୁ ଅପପୁଷ୍ଟି’ ଉପରେ ଏକ ରିପୋର୍ଟ ଆଧାରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶା ଆଉ ୧୩ବର୍ଷ ପରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ଶିଶୁ ଅପପୁଷ୍ଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘ ବର୍ଷ ଧରି ଅନୁରୋଧ କରାଯିବା ପରେ ମଧ୍ୟ ସେ ଏ ଦିଗ ପ୍ରତି ଧ୍ୟାନ ନଦେବା ଦୁଃଖର ବିଷୟ । ଓଡ଼ିଶାରେ ଗଭର୍ଣ୍ଣାନ୍ସର ଅଭାବ ରହିଛି । ମୋତେ କାଉଣ୍ଟର କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେତେ ଗାଳିମନ୍ଦ କଲେ ଚଳିବ କିନ୍ତୁ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ ଓ ଗଭର୍ଣ୍ଣାନ୍ସର ଅଭାବକୁ ସେ ପୂରଣ କରନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ସେହିପରି ‘ବିଜେପି ମହିଳା ବିରୋଧୀ’ ବୋଲି ନବୀନଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି ଯେ, ଅକ୍ଷୟ ତୃତୀୟା ଦିନ ବିଜେଡି କାର୍ଯ୍ୟାଳୟ ଉଦଘାଟନବେଳେ ଜଣେ ମହିଳା ନେତ୍ରୀ କାନ୍ଦି କାନଦି କହିଲେ, ତାଙ୍କୁ ଜଣେ ଲୋକ ଅତ୍ୟାଚାର କରିଛନ୍ତି । ସେ ଲୋକେ ଜଣେ ଅସମାଜିକତ୍ତତତ୍ତ୍ୱ ନଥିଲେ ବରଂ ରାଜ୍ୟର ଜଣେ ମନ୍ତ୍ରୀ ଥିଲେ । ଏହି ସରକାରର ଅଧା ଡଜନ ମନ୍ତ୍ରୀଙ୍କ ନାଁରେ ଯୌନ କେଳେଙ୍କାରୀ ଆପତ୍ତି ଉଠିଥିଲା। ଦଳର ବିଧାୟକଙ୍କ ବିରୁଦ୍ଧରେ ହାଇକୋର୍ଟ ଆଦେଶ ଦେଲା ପରେ ବି ଏଫଆଇଆର ଦାଏର ହୁଏନି । ହତ୍ୟା ଅଭିଯୋଗରେ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ନାଁରେ ମୃତ୍ୟୁ ପୂର୍ବର ଜମାନବନ୍ଦୀ ହୁଏ । ତେଣୁ ଏତେ ବଡ଼ ଲୋକ(ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରି)ଙ୍କୁ ମୁଁ ଜଣେ ସାମାନ୍ୟ ଲୋକ କ’ଣ ଉତ୍ତର ଦେବି ବୋଲି ଧର୍ମେନ୍ଦ୍ର କଟାକ୍ଷ କରିଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶାରେ ଶାସନ କିଏ ଚଳାଇଛି ଓ ଦାୟିତ୍ୱ କାହାର କହି ତାମିଲନାଡୁରେ ଯେଭଳି ଶଶୀକଳା ସିଣ୍ଡ୍ରୋମ ଥିଲା ଏବେ ଓଡ଼ିଶାରେ ସେଭଳି ଚାଲିଛି ବୋଲି ଧର୍ମେନ୍ଦ୍ର ଗତ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରଚାରବେଳେ ଗଣମାଧ୍ୟମକୁ ବୟାନ ଦେଇଥିଲେ । ଯାହାକୁ ନେଇ ବିଜେଡି ତାଙ୍କୁ ବ୍ୟକ୍ତିଗତସ୍ତରରେ ସମାଲୋଚନା କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos