Advertisment

ମୁଖ୍ୟମନ୍ତ୍ରୀ ତାମିଲନାଡୁରୁ ନେତା ଭଡ଼ାରେ ଆଣିଛନ୍ତି: ଧର୍ମେନ୍ଦ୍ର

ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଲା ବେଳେ ଶ୍ରୀ ପ୍ରଧାନ କହିଛନ୍ତି, ଗୋଟିଏ କଳା ବାଦଲ ଓଡ଼ିଶାରେ ଛାଇ ହୋଇ ରହିଛି। ନୀଳଗିରି ମାଟି ହେଉଛି ସ୍ୱାଭିମାନର ମାଟି। ଇଏ ହେଉଛି ଫକୀରମୋରନ ସେନାପତିଙ୍କ ପବିତ୍ର ମାଟି।

ଅଦ୍ୟତନ ହୋଇଛି
BJP

BJP

Advertisment

ସଭା ଓ ସମିତି ପାଇଁ ମାଇକ୍‌ ଭଡ଼ାରେ ଆସେ। ହେଲେ ମୁଖ୍ୟମନ୍ତ୍ରୀ ନେତା ଭଡ଼ାରେ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ତାମିଲ୍‌ନାଡୁରୁ ନେତା ଭଡ଼ାରେ ଆଣିଛନ୍ତି। ଆମେ କଣ ଏହାକୁ ସ୍ୱୀକାର କରିବା କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିର୍ବାଚନ ପ୍ରଚାର ପାଇଁ ଶ୍ରୀ ପ୍ରଧାନ ବାଲେଶ୍ୱର ଯାଇଥିବା ବେଳେ ନୀଳଗିରିରେ ଆୟୋଜିତ ସଭାରେ ଏମିତି କହିଛନ୍ତି।

Advertisment

ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଲାବେଳେ ଶ୍ରୀ ପ୍ରଧାନ କହିଛନ୍ତି, ଗୋଟିଏ କଳା ବାଦଲ ଓଡ଼ିଶାରେ ଛାଇ ହୋଇ ରହିଛି। ନୀଳଗିରି ମାଟି ହେଉଛି ସ୍ୱାଭିମାନର ମାଟି। ଇଏ ହେଉଛି ଫକୀରମୋରନ ସେନାପତିଙ୍କ ପବିତ୍ର ମାଟି। ଏଇଠି ଜଣେ ବାହାରିଆ ତାମିଲ୍‌ ଲୋକ ଓଡ଼ିଶାକୁ ପଛ ଦ୍ୱାରରେ ସିନ୍ଧି କରି ପଶି ରାତି ଅଧରେ କବ୍‌ଜା କରିବାକୁ ଚାହୁଁଛନ୍ତି। ତେଣୁ ମୁଁ ଏଠି ପଚାରିବାକୁ ଚାହୁଁଛି, ଓଡ଼ିଶାର ନେତା ଜଣେ ଓଡ଼ିଆ ହେବ ନା ବାହାରିଆ ହେବ? ଏ ସ୍ୱାଭିମାନୀ ନୀଳଗିରି ମାଟି କହୁ ଓଡ଼ିଆର ଆଗାମୀ ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଆ ହେବ ନା ବାହାରିଆ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଲେଖାଶ୍ରୀଙ୍କୁ ତେର୍‌ଚ୍ଛା ତୀର ମାରି ଶ୍ରୀ ପ୍ରଧାନ କହିଛନ୍ତି, ନନା(ପ୍ରତାପ ଚନ୍ଦ୍ର ଷଡଙ୍ଗୀ) ନିର୍ବାଚିତ ହେଲେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ହେଲେ ମୋ ଭଉଣୀ ଲେଖାନାନିଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ? ବିଜେଡିର କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ। ବିଧାୟକ ପ୍ରାର୍ଥା ସନ୍ତୋଷ ଖଟୁଆଙ୍କୁ ଭୋଟ୍‌ ଦେଲେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Advertisment

ରାଜ୍ୟ ସରକାରକଙ୍କୁ ସମାଲୋଚନା କରି ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟରେ ୨୪ ବର୍ଷ ଧରି ବିଜେଡି ସରକାର ଚାଲିଛି। ହେଲେ ଆଜି ପର୍ଯ୍ୟନ୍ତ ଘରେ ପିଇବା ପାଣି ପହଞ୍ଚି ପାରିଲାନି। ପାନୀୟ ଜଳ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ହଜାର କୋଟି ଟଙ୍କା ଦେଇଥିଲେ। ସେହି ଟଙ୍କା କୁଆଡ଼େ ଗଲା? ସେହି ଟଙ୍କା ତାମିଲ୍‌ କଣ୍ଟ୍ରାକ୍ଟର ନେଇ ଖାଇଗଲା। ନୀଳଗିରି ହେଉଛି ଚାଷୀ ଓ ଚଷାର ଅଞ୍ଚଳ। ୨୪ ବର୍ଷର ସରକାର ଜଳ ସେଚନ ବ୍ୟବସ୍ଥା କରିପାରିଲା ନାହିଁ। ୨୪ ବର୍ଷର ସରକାର ପାନୀୟ ଜଳ, ଚାଷ ଜମିକୁ ଜଳସେଚନ, ମେଡ଼ିକାଲ୍‌କୁ ଡାକ୍ତର, ସ୍କୁଲକୁ ଶିକ୍ଷକ ଦେଇପାରିଲେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ଗତଥର ନନା ବହୁ କାମ ଦିଲ୍ଲୀରୁ ବାଲେଶ୍ୱର ଆଣିଥିଲେ। ହେଲେ ଏଠିକାର ସରକାର ଈର୍ଷା କରି କାମ କରା ଦେଲେନି। ଏଥର ଡବଲ୍‌ ଇଞ୍ଜିନ ସରକାର ଲଗାନ୍ତୁ। ନୀଳଗିରିର ବିକାଶକୁ ଆଗକୁ ନିଅନ୍ତୁ। ବିଜେପି ସରକାର ଆସିଲେ ଧାନ କ୍ୱିଣ୍ଟାଲ୍‌ ୩୧୦୦ ଟଙ୍କାରେ କିଣାଯିବ। ସୁଭଦ୍ରା ଯୋଜନାରେ ମାଆମାନଙ୍କୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ରିପୋର୍ଟ-ନୀଳଗିରିରୁ ବିଶ୍ୱମ୍ଭର ଦାସ

Bjp Balasore General Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe