Advertisment

ହାରିଗଲେ କେନ୍ଦ୍ରମନ୍ତ୍ରୀ କୁଲସ୍ତେ

ମଧ୍ୟ ପ୍ରଦେଶରେ ବିଜେପି ଏକାଧିକ ସାଂସଦ ଓ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରାର୍ଥୀ କରିଥିଲା।

Faggan Singh Kulaste

Faggan Singh Kulaste

Advertisment

ମଧ୍ୟ ପ୍ରଦେଶରେ ବିଜେପିର ବିଜୟ ନିଶ୍ଚିତ ହୋଇସାରିଛି। ୨୩୦ଟି ଆସନରୁ ଦଳ ୮୦ଟିରେ ଜିତି ସାରିଥିବା ବେଳେ ୮୨ଟିରେ ଆଗୁଆ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ୨୧ଟି ଆସନରେ ଜିତିଥିବା ବେଳେ ୪୬ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି।

Advertisment

ରାଜ୍ୟରେ ଦଳ ଏକ ବଡ଼ ବିଜୟ ହାସଲ କରିବାକୁ ଯାଉଥିବା ବେଳେ କେନ୍ଦ୍ର ଗ୍ରାମୀଣ ବିକାଣ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେଙ୍କ ପାଇଁ ଆସିଛି ଖରାପ ଖବର। ଦଳ ତାଙ୍କୁ ନିୱାସ ଆସନରୁ ପ୍ରାର୍ଥୀ କରିଥିଲା। କିନ୍ତୁ ସେ ସେହି ଆସନରେ କଂଗ୍ରେସ ପ୍ରାର୍ଥୀ ଚୈନସିଂହ ୱାରକାଡ଼େଙ୍କଠାରୁ ପରାସ୍ତ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ୯୯,୬୪୪ ଖଣ୍ଡ ଭୋଟ୍ ପାଇଥିବା ବେଳେ କୁଲସ୍ତେ ୮୯,୯୨୧ ଖଣ୍ଡ ଭୋଟ୍ ପାଇଥିଲେ।

ବିଜେପି ଏଥର ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ୭ ଜଣ ସାଂସଦଙ୍କୁ ପ୍ରାର୍ଥୀ କରିଥିଲା। ତା’ମଧ୍ୟରେ ତିନି ଜଣ ମନ୍ତ୍ରୀ ମଧ୍ୟ ଥିଲେ। ସେମାନଙ୍କ ମଧ୍ୟରେ ଥିଲେ କୁଲସ୍ତେ। ତେବେ ସେ ହାରି ଯାଇଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୁଧିନ ଆସନରୁ ବିଜୟୀ ହୋଇଛନ୍ତି। 

Advertisment
Bjp Madhya Pradesh Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe