Advertisment

୪ରୁ ଶୀତ ଅଧିବେଶନ, ୨ରେ ସର୍ବଦଳୀୟ ବୈଠକ

ଡିସେମ୍ବର ୪ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନ ଡିସେମ୍ବର ୨୨ ଯାଏ ଚାଲିବ।

author-image
Hemant Lenka
Parliament

Parliament

ସଂସଦର ଶୀତି ଅଧିବେଶନ ଡିସେମ୍ବର ୪ ଆରମ୍ଭ ହେବ। ଏହାପୂର୍ବରୁ ଡିସେମ୍ବର ୨ ତାରିଖ ଦିନ ୧୧ଟା ବେଳେ ସର୍ବଦଳୀୟ ବୈଠକ ବସିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସର୍ବଦଳୀୟ ବୈଠକ ୨ ତାରିଖରେ ହେବ ବୋଲି ଆଜି ସୂଚନା ଦେଇଛନ୍ତି।

Advertisment

ଡିସେମ୍ବର ୪ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନ ଡିସେମ୍ବର ୨୨ ଯାଏ ଚାଲିବ। ଏ ସମ୍ପର୍କରେ ଶ୍ରୀ ଯୋଶୀ ନଭେମ୍ବର ୯ ତାରିଖରେ ସୂଚନା ଦେଇଥିଲେ। ୧୯ ଦିନ ଧରି ଚାଲିବାକୁ ଥିବା ଶୀତ ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟ ଦିବସ ରହିବ।

ଏହି ଅଧିବେଶନରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ ଗୃହରେ ଆଗତ କରାଯିବ। ଆଇପିସି, ସିଆପିସି ଓ ପ୍ରମାଣ ଆଇନକୁ ବଦଳ କରିବା ପାଇଁ ବିଲ ଆସିବ। ସେହିପରି ନିର୍ବାଚନ କମିଶନଙ୍କ ନିଯୁକ୍ତି ସମ୍ପର୍କରେ ମଧ୍ୟ ବିଲ ଆଗତ କରାଯିବ। 

Advertisment

ସାଧାଣତଃ ଶୀତ ଅଧୀବେଶନ ନଭେମ୍ବର ତୃତୀୟ ସପ୍ତାହରୁ ଆରମ୍ଭ ହୋଇଥାଏ। ଏହା ଡିସେମ୍ବର ୨୫ ପୂର୍ବରୁ ଶେଷ ହୋଇଥାଏ। କିନ୍ତୁ ଏଥର ଡିସେମ୍ବର ୪ରୁ ଶୀତ ଅଧିବେଶନ ବସିବାକୁ ଯାଉଛି।

Parliament Winter Session Of Parliament