Advertisment

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଦିଗରେ ବଡ଼ ପଦକ୍ଷେପ, ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ସରକାର ଗଠନ କଲେ କମିଟି

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ର ଅର୍ଥ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହେବ।

Ram Nath Kovind

Ram Nath Kovind

Advertisment

‘ୱାନ୍ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଗଠନ କରିଛନ୍ତି କମିଟି। ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି କମିଟିର ମୁଖ୍ୟ ରହିବେ। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସଙ୍ଗ ସଂପର୍କିତ ସମସ୍ତ ଦିଗକୁ ପରଖି ଏହି କମିଟି ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବେ।

Advertisment

ଏହି କମିଟିର ମୁଖ୍ୟ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ହେବେ ବୋଲି ଘୋଷଣା କରାଯାଇଥିବା ବେଳେ କେଉଁମାନେ ସଦସ୍ୟ ରହିବେ, ତାହା ଜଣାପଡ଼ିନାହିଁ। ଏନେଇ ପରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି ଗତକାଲି କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସଙ୍ଗକୁ ନେଇ ଆଜି ଗଠନ କରିଛନ୍ତି କମିଟି। ତେଣୁ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଉପସ୍ଥାପନ କରାଯିବା ନେଇ ଯେଉଁ ଆକଳନ କରାଯାଉଥିଲା, ତାହା ଆହୁରି ଦୃଢ଼ୀଭୂତ ହୋଇଛି। ତେବେ ସରକାରଙ୍କ ପକ୍ଷରୁ ଏନେଇ କିଛି କୁହାଯାଇନାହିଁ।

Advertisment

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ର ଅର୍ଥ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହେବ। ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଅନେକ ସମୟରେ ଏହି ବିଷୟରେ କୁହାଯାଇଛି। ୨୦୧୪ ଲୋକସଭା ନିର୍ବାଚନ ବେଳେ ଏହା ବିଜେପିର ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଥିଲା।

ଆମ ଦେଶରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକାବେଳେ ହେବା କିଛି ନୂଆ କଥା ନୁହେଁ। ୧୯୬୭ ମସିହା ପର୍ଯ୍ୟନ୍ତ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହୋଇଥିଲା। ମୋଟ ୪ ଥର ଏହିଭଳି ନିର୍ବାଚନ ହୋଇଥିଲା। ୧୯୬୮-୬୯ରୁ ଏହି ଧାରାରେ ପରିବର୍ତ୍ତନ ହେଲା। କାରଣ ସେହି ବର୍ଷ କିଛି ବିଧାନସଭାକୁ ଅବଧି ଶେଷ ହେବା ପୂର୍ବରୁ ଭାଙ୍ଗି ଦିଆଯାଇଥିଲା। ସେହିପରି ୧୯୭୧ରେ ପ୍ରଥମ ଥର ପାଇଁ ୫ ବର୍ଷ ଅବଧି ଶେଷ ହେବା ପୂର୍ବରୁ ଲୋକସଭାକୁ ଭାଙ୍ଗି ଦିଆଯାଇଥିଲା। ଆହୁରି ଏକ ବର୍ଷ କାର୍ଯ୍ୟକାଳ ଥିବା ବେଳେ ଲୋକସଭାକୁ ଭାଙ୍ଗି ନିର୍ବାଚନ କରାଯାଇଥିଲା।

Ramnath Kovind One Nation One Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe