Advertisment

ରାହୁଲଙ୍କ ଅଗ୍ନିବୀର ବୟାନକୁ କାଉଣ୍ଟର କଲା କେନ୍ଦ୍ର

ରାହୁଲଙ୍କ ବୟାନକୁ କାଉଣ୍ଟର କରିଛନ୍ତି କେନ୍ଦ୍ର ସରରକାର। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦାୟିତ୍ୱହୀନ ଓ ମିଥ୍ୟା ତଥ୍ୟ ଦେଇଥିବା କେନ୍ଦ୍ର ସରକାର କହିଛନ୍ତି।

Rahul Gandhi

Rahul Gandhi

Advertisment

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସଂସଦରେ ଅଗ୍ନିବୀର ଯୋଜନାକୁ ନେଇ ଦେଇଥିବା ବୟାନ ବିବାଦ ସୃଷ୍ଟି କରିଛି। ରାହୁଲଙ୍କ ବୟାନକୁ କାଉଣ୍ଟର କରିଛନ୍ତି କେନ୍ଦ୍ର ସରରକାର। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦାୟିତ୍ୱହୀନ ଓ ମିଥ୍ୟା ତଥ୍ୟ ଦେଇଥିବା କେନ୍ଦ୍ର ସରକାର କହିଛନ୍ତି।

Advertisment

ଗୋଟିଏ ସାମ୍ବାଦିକ ସମ୍ମିଳନରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ବିରୋଧୀ ଦଳ ନେତା ପଦ ଗୋଟିଏ ଦାୟିତ୍ୱପୂର୍ଣ୍ଣ ପଦବୀ। ରାହୁଲ ଗାନ୍ଧି ପ୍ରଥମଥର ପାଇଁ ଏହାର ଦାୟିତ୍ୱ ନେଇଛନ୍ତି। କିନ୍ତୁ ସେ ଆଜି ଦାୟିତ୍ୱହୀନ ବୟାନ ଦେଇଛନ୍ତି। ଅଗ୍ନିବୀର ଯୋଜନାକୁ ନେଇ ରାହୁଲ ଗାନ୍ଧି ମିଛ କହୁଛନ୍ତି।’’

ସେନା ବାହିନୀରେ ୪ ବର୍ଷର ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିବୀର ଯୋଜନାକୁ ନେଇ ଆଜି ରାହୁଲ ବିଜେପିକୁ ଟାର୍ଗେଟ କରିଥିଲେ। ସେ କହିଥିଲେ, “ଅଗ୍ନିବୀର ହେଉଛି ଗୋଟିଏ ବ୍ୟବହାର କରି ଫୋପାଡ଼ିବା ଭଳି ଶ୍ରମିକ। ଜଣେ ଯବାନ ପେନସନ ପାଉଥିବା ବେଳେ ଆଉ ଜଣେ ପାଉ ନାହାନ୍ତି। ଆପଣମାନେ ଯବାନମାନଙ୍କ ଭିତରେ ବିଭେଦ ସୃଷ୍ଟି କରୁଛନ୍ତି।”

Advertisment

ରାହୁଲଙ୍କ ଏପରି ବୟାନକୁ ବୈଷ୍ଣବ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘‘ରାହୁଲ ଗାନ୍ଧି ସଂସଦରେ ଆଜି ଆପତ୍ତିଜନକ ବୟାନ ଦେଇଛନ୍ତି। ଅଗ୍ନିବୀର ଯୋଜନା ଅଧୀନରେ ସହିଦଙ୍କୁ କ୍ଷତିପୂରଣ ମିଳୁ ନାହିଁ ବୋଲି ରାହୁଲ କହିଛନ୍ତି। କିନ୍ତୁ ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ କରି ସାରିଛନ୍ତି ଯେ ଅଗ୍ନିବୀର ଯୋଜନାରେ ୧ କୋଟି ଟଙ୍କାର କ୍ଷତିପୂରଣ ମିଳୁଛି। କଂଗ୍ରେସ ଏକାଧିକ ଥର ଏହି ପ୍ରସଙ୍ଗ ଉଠାଇଛି ଓ ମିଛ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛି।”

ବିରୋଧୀ ଦଳର ନେତା ଭାବେ ଆଜି ପ୍ରଥମଥର ପାଇଁ ରାହୁଲ ଗାନ୍ଧି ଲୋକସଭାରେ ନିଜର ବୟାନ ରଖିଥିଲେ। ସେ ହିନ୍ଦୁତ୍ୱ ପ୍ରସଙ୍ଗରେ ବିଜେପି ଓ ଆରଏସଏସକୁ ଟାର୍ଗେଟ କରିଥିଲେ। ହେଲେ ଏହାକୁ ବିଜେପି ଜୋରଦାର କାଉଣ୍ଟର କରିଛି।

ଏହା ଉପରେ ଅଶ୍ୱୀନ ବୈଷ୍ଣବ କହିଛନ୍ତି, “ଆଜି ରାହୁଲ ଗାନ୍ଧି ପୂରା ହିନ୍ଦୁ ସାମାଜକୁ ହିଂସ୍ର କହିଛନ୍ତି। ସେ ହିନ୍ଦୁ ସମାଜକୁ ଅପମାନିତ କରିଛନ୍ତି। ରାହୁଲ ଗାନ୍ଧି ବିରୋଧୀ ଦଳର ନେତା ପଦର ଗାରିମାକୁ କ୍ଷତି ପହଞ୍ଚାଇଛନ୍ତି।

ପୂରା ଦେଶ ରାହୁଲ ଗାନ୍ଧିଙ୍କ ବୟାନରେ ମାର୍ମାହତ। ଏପରି ବୟାନକୁ ଯେତେ ନିନ୍ଦା କଲେ ମଧ୍ୟ କମ ପଡ଼ିବ। ହିନ୍ଦୁମାନଙ୍କୁ ହିଂସ୍ର, ମିଛୁଆ କହିବା ସହ ସଂସଦରେ ଭଗବାନଙ୍କ ଫଟୋ ଦେଖାଇବା ଓ ଏଥିରେ ରାଜନୀତି ପୂରାଇବା ଭଳି ବିତର୍କ ବିରୋଧୀ ଦଳର ନେତାକୁ ଆଦୌ ସୁହାଉ ନାହିଁ।”

Rahul Gandhi Ashwini Vaishnav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe